ଜୟପୁର ୩୦।୮: ଜୟପୁର ସଦର ଥାନାରେ ହାଜତ ମୃତ୍ୟୁ ।ମୃତକ ଜଣଙ୍କ ହେଲେ ରାଜସ୍ଥାନର ଗୋପାଳ ରାମ। ସେ ଗତକାଲି ରାତିରେ ହାଜତ ଭିତରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପୋଲିସ ସୁତ୍ରରୁ ଜଣା ପଡିଛି।
{"id":322458,"sizeSlug":"large"}ଜୟପୁର ଦେଇ ଚୋରା ଗଂଜେଇ ଚାଲାଣ ଅଭିଯୋଗରେ ଶନିବାର ଗୋପାଳକୁ ସଦର ପୋଲିସ ଅଟକ ରଖି ଅଧିକ ପଚରାଉଚରା କରୁଥିଲା। ଗୋପାଳଠାରୁ ୮ କ୍ବିଣ୍ଟାଲ ଗଂଜେଇ ସହ ଗୋଟିଏ ଟ୍ରକ୍ ଜବତ କରିଥିଲା ପୋଲିସ। ତେବେ ଶନିବାର ରାତିରେ ଶୋଇବା ସମୟରେ ବେଡସିଟ୍ ଚିରି ସେଥିରୁ ରଶି ବନାଇ ସେ ଆତ୍ମହତ୍ୟା କରିଥିବା ପୋଲିସ ସୂତ୍ରରୁ ପ୍ରକାଶ।
{"id":322459,"sizeSlug":"large"}ଘଟଣା ପରେ ବରିଷ୍ଠ ପୋଲିସ ଅଫିସର ଓ ସାଇଣ୍ଟିଫିକ ଟିମ ସଦର ଥାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତ ଗୋପାଳର ପରିବାର ଲୋକଙ୍କୁ ଏ ସଂପର୍କରେ ଅବଗତ କରାଯାଇଛି। ପରିବାର ଲୋକ ଆସିବା ପରେ ମୃତକଙ୍କ ଶବ ବ୍ୟବଚ୍ଛେଦ କରାଯିବ।