T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍

Published By : Prameya-News7 Bureau | October 18, 2021 IST

ଆବୁଧାବି ୧୮।୧୦: ଇତିହାସ ରଚିଲେ ଆୟରଲାଣ୍ଡର ଦ୍ରୁତ ବୋଲର କର୍ଟିସ କାମ୍ପର। ଟି-୨୦ ବିଶ୍ଵ କପରେ ନେଦରଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ୪ ବଲ୍‌ରେ ୪ ଓ୍ଵିକେଟ୍ ନେଇ ବଡ ରେକର୍ଡ ନିଜ ନାମରେ କରିଛନ୍ତି କାମ୍ପର। ଟି-୨୦  ବିଶ୍ଵ କପ୍‌ରେ ଏହି ସଫଳତା ହାସଲ କରିବାରେ ସେ ବିଶ୍ଵର ପ୍ରଥମ ଖେଳାଳି।

ଅନ୍ତର୍ଜାତୀୟ ଟି-୨୦ରେ ଲଗାତାର ଚାରି ଓ୍ଵିକେଟ୍ ନେବାରେ ସେ ହେଉଛନ୍ତି ତୃତୀୟ ବୋଲର। ଏହା ପୂର୍ବରୁ ଶ୍ରୀଲଙ୍କାର ଲସିଥ ମାଲିଙ୍ଗା ଏବଂ ଆଫଗାନିସ୍ତାର ରଶିଦ ଖାନ ଏହି ସଫଳତା ହାସଲ କରି ସାରିଛନ୍ତି। ରଶିଦ ଆୟରଲାଣ୍ଡ ବିପକ୍ଷରେ ୨୦୧୯ରେ ଏବଂ ମାଲିଙ୍ଗା ନ୍ୟୁଜିଲାଣ୍ଡ ବିପକ୍ଷରେ ୨୦୧୯ରେ ଲଗାତାର ୪ ବଲ୍‌ରେ ୪ ଓ୍ଵିକେଟ୍ ନେଇଥିଲେ। ଟି-୨୦ ବିଶ୍ଵ କପରେ ହ୍ୟାଟ୍ରିକ ନେବାରେ ପ୍ରଥମ  ବୋଲର ହେଉଛନ୍ତି ଅଷ୍ଟ୍ରେଲିଆର ବ୍ରେଟ୍ ଲି। ସେ ବାଂଲାଦେଶ ବିପକ୍ଷରେ ଏହି ସଫଳତା ହାସଲ କରିଥିଲେ।

wp:html /wp:html

କର୍ଟିସ କାମ୍ପର ଇନିଂସର ୧୦ମ ଓଭରରେ ଏହି ସଫଳତା ହାସଲ କରିଛନ୍ତି। ସେ ଦ୍ଵିତୀୟ ବଲ୍‌ରୁ ପଞ୍ଚମ ବଲ୍ ପର୍ଯ୍ୟନ୍ତ କର୍ଲିନ ଏକରମ୍ୟାନ(୧୧), ରିୟାନ ଟେନ୍ ଡୋଇଶେ(୦), ସ୍କଟ ଏଡଓ୍ଵାର୍ଡ୍ସ(୦) ଓ ରୟଲଫ ଭାନ ଡର ମରଓ୍ଵେ(୦)ଙ୍କୁ ଆଉଟ୍ କରିଛନ୍ତି। ସେ ଦୁଇ ଜଣଙ୍କୁ ଏଲବିଡବ୍ଲ୍ୟୁ କରିଥିବା ବେଳେ ଜଣଙ୍କୁ ବୋଲ୍ଡ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ହ୍ୟାଟ୍ରିକ ନେବାରେ ଆୟରଲାଣ୍ଡର ପ୍ରଥମ ବୋଲର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.