Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ଦେଶରେ ଅଛି ଏମିତି ଏକ ଅଭିଶପ୍ତ ଗାଁ, ଏଠାରେ ରହୁଥିବା ଲୋକଙ୍କ ସରନେମ୍ ସମାନ, ଗ୍ରାମ ପଞ୍ଚାୟତ ବି ନାହିଁ, ଜାଣନ୍ତୁ

14/09/2019 at 8:38 PM

ଗୁଜୁରାଟ୧୪|୯: ଗୁଜୁରାଟର ମୋରବୀ ଜିଲ୍ଲାରେ ଏକ ଅଭିଶପ୍ତ ଗାଁ ରହିଛି। ଏହି ଗାଁରେ ରହୁଥିବା ଲୋକଙ୍କ ସରନେମ୍ ଏକ ପ୍ରକାର ହୋଇଥାଏ। ଏହି ଅଭିଶପ୍ତ ଗାଁରେ ପାଖାପାଖି ୭୦୦ ଲୋକ ରହିଛନ୍ତି। ସମସ୍ତ ଲୋକଙ୍କ ସରନେମ୍‌ ଚରବଡ଼ିଆ ରହିଛି। କୁହାଯାଏ କି, ଏହି ଗାଁରେ ରହିବା ପାଇଁ ହେଲେ ସରନେମ୍‌ ଚରବଡ଼ିଆ ରଖିବା ପାଇଁ ପଡିଥାଏ। ବହୁ ବର୍ଷ ତଳେ ଲୋକମାନେ ନିଜର ସରନେମ୍ ବଦଳାଇ ଦେବାରୁ  ଅଚାନକ ରୋଗଗ୍ରସ୍ତ ହୋଇ ଗାଁର ବହୁ ଲୋକ ମୃତ୍ୟୁବରଣ କରିଥିଲେ। ସେବେଠାରୁ ଗାଁର ଲୋକମାନେ ସମାନ ପ୍ରକାର ସରନେମ୍ ରଖିଥାନ୍ତି।

ମୋରବୀ ଜିଲ୍ଲାର ଓ୍ବାଙ୍କାନେର କସ୍‌ବେଠାରୁ ପ୍ରାୟ ୧୩ କିଲୋମିଟର ଦୂରେ ଥିବା ବୋକାଡ଼ଥଭା ଗାଁରେ ଚରବଡ଼ିଆ ଲୋକ ରହନ୍ତି। ବୋକାଡ଼ଥଭାରେ ରହୁଥିବା ଲୋକ ନିଜର ସରନେମ୍ ବଦଳାଇଲେ ସେମାନଙ୍କୁ ଗାଁ ଭିତରକୁ ପ୍ରବେଶ  କରିବ ପାରିବେ ନାହିଁ ବୋଲି ନିୟମ ରହିଛି। କୁହାଯାଏ କି ଚରବଡ଼ିଆ ସରନେମ୍ ରଖିବା ପଛରେ ଏକ କାରଣ ରହିଛି। ଯଦି ଗାଁର କୌଣସି ଲୋକ ନିଜର ସରନେମ୍ ବଦଳାଇ ଦିଏ ତେବେ ଜଣଙ୍କ ପାଇଁ ଗାଁ ଉପରକୁ ବିପଦ ମାଡ଼ି ଆସିଥାଏ।

ଗାଁର ଜଣେ ବୃଦ୍ଧ ଧନଶ୍ୟାମ ମହାରାଜ କହିଛନ୍ତି ଯେ, ବିନା ଚରବଡ଼ିଆ ସରନେମ୍‌ରେ ଗାଁରେ କୌଣସି ଲୋକ ରହିପାରିବେ ନାହିଁ। ବହୁ ବର୍ଷ ତଳେ ଗୋଟେ ପରିବାର ନିଜର ସରନେମ୍‌ ବଦଳାଇବାରୁ ତାଙ୍କୁ ଗାଁ ଛାଡ଼ିବାକୁ ପଡ଼ିଥିଲା। ତାଙ୍କ ପରିବାର ସବୁ ଲୋକ ଜଣକ ପରେ ଜଣେ ରୋଗରେ  ଶିକାର ହୋଇଥିଲେ। ୮୫ ବର୍ଷ ବୟସ୍କା ବୃଦ୍ଧ ମଙ୍ଗବାପା ଚରବଡ଼ିଆ କହିଥିଲେ ଯେ, ହଜାର ବର୍ଷ ତଳେ ଓ୍ବାଙ୍କାନେରର ଶାସକଙ୍କ ଚାରି ଭାଇ ବୋକାଡ଼ଥଭା ଗାଁକୁ ସ୍ଥାପନ କରିଥିଲେ। ଗାଁରେ ରହୁଥିବା ଲୋକ ସେହି ଚାରି ଭାଇଙ୍କ ବଂଶଜ ବୋଲି ସେ କହିଥିଲେ।

ଗାଁର ଲୋକମାନେ କରୁଥିବା ଚାଷ ଜମି ସବୁ ଓ୍ବାଙ୍କାନେରର ଏକ ରାଜପୁତ ପରିବାରଙ୍କ ସଂପତ୍ତି ବୋଲି ସ୍ଥାନୀୟ ଲୋକ କହିଛନ୍ତି। ସ୍ବାଧୀନତା ପରେ ଲାଣ୍ଡ ସେଲିଂ ଆକ୍ଟରେ ଗାଁ ଲୋକଙ୍କୁ ଏହିସବୁ ଚାଷ ଜମି ବାଣ୍ଟି ଦିଆଯାଇଥିଲା। ଗାଁର ଯୁବକମାନେ ଚାକିରି ପାଇଁ ବିଦେଶୀକୁ ଚାଲି ଯାଆନ୍ତି ବୋଲି ଗାଁ ଲୋକ କହିଛନ୍ତି। ବୋକାଡ଼ଇଥଭା ଗାଁରେ କୌଣସି ଗ୍ରାମ ପଞ୍ଚାୟତ ନାହିଁ। ଲୋକଙ୍କ ଭିତରେ କୌଣସି ସମସ୍ୟା ଉପୁଜିଲେ ନିଜ ଭିତରେ ଆପୋଷ ବୁଝାମଣା କରି ଦିଅନ୍ତି।

ଗାଁର ଜଣେ ବୃଦ୍ଧଙ୍କ କହିବା ମୁତାବକ, ଗାଁ ଉପକୁ କୌଣସି ସମସ୍ୟା ଆସିଲେ ପରସ୍ପର ଭିତରେ ସହଯୋଗର ହାତ ବଢ଼ାଇଥାନ୍ତି। କୌଣସି ବିବାଦକୁ ନେଇ ଗାଁରେ ଝଗଡ଼ା ହେଲେ ରାମଜି ମନ୍ଦିର ପାଖରେ ସବୁ ଏକାଠି ହୁଅନ୍ତି। ଗାଁ ଲୋକଙ୍କ ସହମତିରେ ଝଗଡ଼ାର ସମାଧାନ କରାଯାଇଥାଏ। ଏପର୍ଯ୍ୟନ୍ତ ଗାଁ ଭିତରୁ ପୋଲିସ ପ୍ରବେଶ କରି ନାହାନ୍ତି ବୋଲି ବୃଦ୍ଧ ଜଣଙ୍କ କହିଥିଲେ।

   Related Posts