Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ଏହି ନମ୍ୱରରୁ ଆସୁଛି କି ଫୋନ୍? ସାବଧାନ, ଉଠାଇବା ମାତ୍ରେ ହେବ ମୃତ୍ୟୁ

14/02/2019 at 1:10 PM

ଆଜିକାଲି ଅଘଟଣର ମାତ୍ରା ବହୁତ ବଢିଯାଇଛି। କେଉଁଠି ବୋମା ଆତଙ୍କ ତ କେଉଁଠି ଅଗ୍ନିକାଣ୍ଡ। ଅଧିକାଂଶ ସମୟରେ ହୋଟେଲ କିମ୍ୱା ପିକ୍‌ନିକ୍‌ ସ୍ପଟରେ ଦୁର୍ଘଟଣା ହୋଇଥାଏ। ଦୁର୍ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ହୁଏ। କିନ୍ତୁ ଜାଣନ୍ତୁ ଏମିତି ଏକ ମୋବାଇଲ ନମ୍ୱର ବିଷୟରେ ଯାହା କିଣିଲେ ଲୋକଙ୍କ ମୃତ୍ୟୁ ହେଉଛି। ଏହି ନମ୍ୱରଟି ବ୍ୟବହାର କରିଲେ ଲୋକେ ମଧ୍ୟ ମରୁଛନ୍ତି।

ଏକ ବିଦେଶୀ ୱେବସାଇଟ୍‌ ଅନୁସାରେ, ବୁଲଗାରିଆରେ ଏକ ଏମିତି ମୋବାଇଲ ନମ୍ୱର ଅଛି ଯାହା ବ୍ୟବହାର କରି ଜଣେ ନୁହଁ ୩ ଜଣଙ୍କ ମୃତ୍ୟୁ ହୋଇସାରିଛି। ଫଳରେ ଏହି ନମ୍ୱରକୁ ପ୍ରେତାତ୍ମା ନମ୍ୱର ବୋଲି କୁହାଯାଉଛି। ସର୍ବପ୍ରଥମେ ଏହି ନମ୍ୱରକୁ କମ୍ପାନୀର ସିଇଓ କିଣିଥିଲେ। କମ୍ପାନୀର ସିଇଓ ୱ୍ଲାଦମୀର ଗେସନୋୱ ୦୮୮୮୮୮୮୮୮୮ ନମ୍ୱର ପ୍ରଥମେ ନିଜ ପାଇଁ କିଣିଥିଲେ। ଏହା ପରେ ୨୦୦୧ ମସିହାରେ ୱ୍ଲାଦମୀରଙ୍କ ମୃତ୍ୟୁ କ୍ୟାନସର କାରଣରୁ ହୋଇଥିଲା।

ଏହି ନମ୍ବରୁ ଆସୁଥିବା କଲ୍‌ ରିସିଭ୍‌ କରୁଥିବା ବ୍ୟକ୍ତି ମଧ୍ୟ ଅସୁବିଧାର ଶିକାର ହୋଇଥାଏ । କଲ ଆସିବାର କିଛି ସମୟ ମଧ୍ୟରେ କୌଣସି ନା କୌଣସି ଦୁର୍ଘଟଣା ଘଟିଥାଏ ଓ କଲ ରିସିଭ କରିଥିବା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥାଏ । ତେବେ ସବୁ ସମୟରେ ଆସୁଥିବା କଲ ଦ୍ବାରା ଦୁର୍ଘଟଣା ହୋଇନଥାଏ । ବିଳମ୍ବିତ ସଂଧ୍ୟାରେ ଏହି ନମ୍ବରରୁ ଆସୁଥିବା କଲ ମାରାତ୍ମକ ହୋଇଥାଏ । ଏହି ସମୟରେ କଲ ରିସିଭ କରୁଥିବା ବ୍ୟକ୍ତିଙ୍କ ମୃତ୍ୟୁ ପ୍ରାୟ ସୁନିଶ୍ଚିତ ହୋଇଥାଏ ।

ସବୁଠୁ ଆଶ୍ଚର୍ଯ୍ୟ କଥା ହେଲା କମ୍ପାନୀର ସିଇଓଙ୍କ ପାଖରେ ଏହି ନମ୍ବର ରହିଥିଲା । କିନ୍ତୁ କମ୍ପାନୀର ସିଇଓ ଏହି ନମ୍ବରରୁ କଲ ନକଲେ ମଧ୍ୟ କାହା କାହା ମୋବାଇଲକୁ ଏହି ନମ୍ବରରୁ କଲ ଯାଇଥାଏ । ପୋଲିସ ବହୁବାର ଚେଷ୍ଟା କରି ମଧ୍ୟ ଏହାର ରହସ୍ୟ ଭେଦ କରିପାରି ନାହିଁ ।

ସିଇଓ ୱ୍ଲାଦମୀରଙ୍କ ପରେ ଡିମେତ୍ରୋବ ନାମକ ଜଣେ ବ୍ୟକ୍ତି ଏହି ନମ୍ୱର ବ୍ୟବହାର କରୁଥିଲେ। ସେ ଜଣେ ଡ୍ରଗ ଡିଲର ଥିଲେ। ଏହି ନମ୍ୱର ବ୍ୟବହାର କରିବାର କିଛି ଦିନ ପରେ ୨୦୦୩ ମସିହାରେ ଡିମେତ୍ରୋବଙ୍କ ମୃତ୍ୟୁ ହୋଇଥିଲା। ଜଣେ ରସିୟାନ ମାଫିଆ ତାଙ୍କୁ ମାରିଥିଲେ।

ଡିମେତ୍ରୋବଙ୍କ ପରେ ବୁଲଗାରିଆର ଜଣେ ବ୍ୟାପାରୀ ଡିସଲୀବ ଏହି ନମ୍ୱର ବ୍ୟବହାର କରୁଥିଲେ। ୨୦୦୫ ମସିହାରେ ତାଙ୍କ ମୃତ୍ୟୁ ହୋଇଥିଲା। ତେବେ ଏହା ସତ ହେଉ କିମ୍ୱା ଅନ୍ଧବିଶ୍ୱାସ କିନ୍ତୁ ୨୦୦୫ ମସିହା ପରେ ଏହି ନମ୍ୱରକୁ ସବୁଦିନ ପାଇଁ ବନ୍ଦ କରାଯାଇଥିଲା। ଏହି ଘଟମା କେତେ ସତ ତାହା ନିଶ୍ଟୟ ତଦନ୍ତ ସାପେକ୍ଷଲ । ତେବେ ପ୍ରିବେନସନ ଗେ ବେଟର ଦେନ କ୍ୟୁର, ତେଣୁ ସତର୍କ ରହିବା ଭଲ ।   

   Related Posts