Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ରାସ୍ତା ଉପରେ ହେଲା ଟଙ୍କା ବର୍ଷା, ଗୋଟାଇବାରେ ଲାଗିଲେ ଲୋକ… ପଢନ୍ତୁ ପୂରା ଘଟଣା

21/11/2019 at 8:33 AM

କୋଲକାତା ୨୧।୧୧:କୋଲକାତାରେ ରାସ୍ତା ଉପରେ ହେଲା ଟଙ୍କା ବର୍ଷା । ବିଡାବିଡା ଟଙ୍କା ରାସ୍ତାରେ ପଡିଥିଲା । ଯିଏ ପାରିଲା ଗୋଟାଇବାରେ ଲାଗିଲା । ତେବେ ଉପରକୁ ଚାହିଁବାରୁ ଦେଖାଯାଇଥିଲା ଏକ ଘରୁ ଏହି ଟଙ୍କା ବିଡା ସବୁ ବାହାରୁଥିଲା । ଲକ୍ଷ ଲକ୍ଷ ଟଙ୍କା ବିଡା ରାସ୍ତାରେ ବିଛେଇ ହୋଇ ପଡିଥିଲା ।

କୋଲକତା ବେଣ୍ଟ୍ରିଙ୍କ ଷ୍ଟ୍ରିଟରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଦ୍ବିପ୍ରହରରେ ପାଖାପାଖି ଅଢେଇଟା ବେଳେ ରାସ୍ତା ଉପରେ ୧୦୦, ୨୦୦, ୫୦୦ ଏବଂ ୨୦୦୦ ଟଙ୍କାର ନୋଟ୍ ବିଛାଇହୋଇପଡିଥିଲା । ନୋଟ୍ ପଡୁଥିବାର ଦେଖୁ ରାସ୍ତାରେ ଯାଉଥିବା ଲୋକ ମଧ୍ୟ ସେଠାରେ ଅଟକି ଗୋଟାଇବାରେ ଲାଗିଥିଲେ । ଯାହା ହାତରେ ଯାହା ପଡିଲା ସେ ସେଠାରୁ ନେଇ ପଳାଇଗଲା । ଏସବୁ ନୋଟ୍ ସହ କେତେକ ନୋଟ୍ ବିଡା ମଧ୍ୟ ବିଛାଇହୋଇପଡିଥିଲା ।

ସୂଚନାଯୋଗ୍ୟ ଯେ, କୋଲକାତାର ବେଣ୍ଟ୍ରିଙ୍କ ଷ୍ଟ୍ରିଟ ସ୍ଥିତ ହକ୍ ମର୍ଚ୍ଚାଣ୍ଟାଇଲ ନାମକ ଏକ ଘରୋଇ ଫାର୍ମ ଉପରେ ଚଢାଉ କରିଥିଲା ଡିଆରଆଇ । ଆଉ ଫାର୍ମର କାର୍ଯ୍ୟାଳୟରୁ ତଳକୁ ଫୋପଡାଯାଉଥିଲା ଟଙ୍କା । ଡିଆରଆଇକୁ ସୂଚନା ମିଳିଥିଲା ଯେ, ଆୟ ବହିର୍ଭୂତ ଟଙ୍କା ଏହି କମ୍ପାନୀରେ ରହିଛି । ତେଣୁ ଅଧିକାରୀମାନେ ଏଠାରେ ଚଢଉ କରିଥିଲେ । ଅଧିକାରୀମାନଙ୍କୁ ଦେଖି କମ୍ପାନୀର କର୍ମଚାରୀମାନେ ଡରିଯାଇଥିଲେ । ଭୟରେ ସେମାନେ ଓ୍ବାଶରୁମ୍ ର ଝରକା ଦେଇ ଟଙ୍କା ଗୁଡିକୁ ଫିଙ୍ଗିଦେଇଥିଲେ । ଜଣାପଡିଛି ଯେ, କମ୍ପାନୀରୁ ୩ଲକ୍ଷ ୭୪ହଜାର ଟଙ୍କା ଜବତ କରାଯାଇଛି । ଡିଆରଆଇ ଅଧିକାରୀ କମ୍ପାନୀର ମାଲିକଙ୍କୁ ଖୋଜୁଥିବା ଜଣାପଡିଛି ।

   Related Posts