ଭଜନ ସନ୍ଧ୍ୟାରେ ଗାୟିକାଙ୍କ ଉପରେ ବର୍ଷିଲା ଟଙ୍କା ଆଉ ଡଲାର, ଗଣିବାକୁ ମଗାଗଲା ମେସିନ୍

Published By : Prameya-News7 Bureau | February 02, 2020 IST

ନବସାରୀ ୨।୨: ଭଜନ କାର୍ଯ୍ୟକ୍ରମରେ ନୋଟ୍ ବର୍ଷା । ୧୦ ଟଙ୍କିଆ ନୋଟରୁ ଆରମ୍ଭ କରି ୨ ହଜାର ଟଙ୍କିଆ ଏପରିକି ଆମେରିକାନ୍ କରେନ୍ସି ଡଲାର ମଧ୍ୟ ବର୍ଷା ହୋଇଛି କାର୍ଯ୍ୟକ୍ରମରେ । ଗୁଜରାଟ ନବସାରୀରେ ଆୟୋଜିତ ହୋଇଥିଲା ଏହି ଭଜନ କାର୍ଯ୍ୟକ୍ରମ । ଯେଉଁଠି ଭଜନ ପରିବେଷଣ କରିଥିଲେ ଗୁଜରାଟର ପ୍ରସିଦ୍ଧ ଭଜନ ଗାୟିକା ଗୀତା ରାବରୀ । ଭଜନ ଆରମ୍ଭ ହେବା ମାତ୍ରେ ଷ୍ଟେଜରେ ହୋଇଥିଲା ଏଭଳି ନୋଟ୍ ବର୍ଷା । ତେବେ କେବଳ ଭାରତୀୟ ଟଙ୍କା ନୁହେଁ ଆମେରିକାନ୍ ଡଲାର ବର୍ଷା ମଧ୍ୟ ହୋଇଥିଲା ଏଠି ।

ଶେଷରେ ଏତେ ପରିମାଣରେ ନୋଟ୍ ବର୍ଷା ହୋଇଥିଲା ଯେ, ଟଙ୍କା ଗଣିବାକୁ ମେସିନ୍ ମଗାଯାଇଥିଲା । ପ୍ରାୟ ୮ରୁ ୧୦ ଲକ୍ଷ ଟଙ୍କା ସଂଗ୍ରହ ହୋଇଛି ଏହି କାର୍ଯ୍ୟକ୍ରମରୁ । ବଡ କଥା ହେଉଛି ସଂଗୃହୀତ ସମସ୍ତ ରାଶିକୁ ଏଠାକାର ମନ୍ଦିରର ଉନ୍ନତୀକରଣ, ଗରିବ ପିଲାଙ୍କ ଶିକ୍ଷା କ୍ଷେତ୍ରରେ ଏବଂ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ବ୍ୟବହାର କରାଯିବ । ତେବେ ଭଜନ କାର୍ଯ୍ୟକ୍ରମରେ ଉଡୁଥିବା ସମସ୍ତ ଟଙ୍କାକୁ ଲୋକଙ୍କ ସହୟତା ପାଇଁ ବ୍ୟବହାର କରାଯିବାର ଗୁଜରାଟରେ ଏକ ପ୍ରକାର ପରମ୍ପରା ରହିଛି ।

ତେଣୁ ଏଭଳି ଏକ ଭଜନ କାର୍ଯ୍ୟକ୍ରମ ମାଧ୍ୟମରେ ଟଙ୍କା ଏକାଠି କରାଇ ଗରିବ ଲୋକଙ୍କୁ ସହାୟତା ପ୍ରଦାନ କରାଯାଇଥାଏ । କେବଳ ଏତିକି ନୁହେଁ, ଗାୟିକା ଗୀତା ମଧ୍ୟ ସ୍ବଇଚ୍ଛାରେ ଆଉ ନିଜ ଉଦ୍ୟମରେ ଲୋକଙ୍କୁ ମାଗଣାରେ ବ୍ୟାଗ୍ ବାଣ୍ଟିଥିଲେ । ସହରକୁ ପ୍ଲାଷ୍ଟିକ୍ ମୁକ୍ତ କରିବା ପାଇଁ ଲୋକଙ୍କୁ ଏଭଳି ବ୍ୟାଗ୍ ବାଣ୍ଟି ପ୍ଲାଷ୍ଟିକ୍ ବ୍ୟବହାର ନକରିବାକୁ ବାର୍ତ୍ତା ଦେଇଥିଲେ ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.