ପୁରୀ ଜିଲ୍ଲାରେ କୋହଳ ହେଲା କର୍ଫ୍ୟୁ

Published By : Prameya-News7 Bureau | June 23, 2020 IST

ପୁରୀ୨୨/୬: ସୋମବାର ରାତି ୯ଟାରୁ ପୁରୀରେ ଲାଗୁ ହୋଇଥିବା କର୍ଫ୍ୟୁକୁ ସାମାନ୍ୟ କୋହଳ କରାଯାଇଛି । ମଙ୍ଗଳବାର ରଥଯାତ୍ରା ସୁରୁଖୁରୁରେ ଅନୁଷ୍ଠିତ ହେବା ପରେ ଅନେକ ସ୍ଥାନରେ କର୍ଫ୍ୟୁ କୋହଳ ହୋଇଛି ।

ରଥଯାତ୍ରା ପାଇଁ ସୋମବାର ରାତି ୯ଟାରୁ କର୍ଫ୍ୟୁ ଜାରି ହୋଇଥିଲା। ରାତି ୯ଟାରୁ ପୁରୀରେ ସଟ୍‌ଡାଉନ୍ ଘୋଷଣା କରିଥିଲେ ମୁଖ୍ୟ ଶାସନ ସଚିବ।  ଏଥର ରଥ ଟାଣି ପାରିନଥିଲେ ଭକ୍ତ। କଟକଣା ଭିତରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା । ବଡଶଙ୍ଖରୁ ମାଟିଆପଡା ଓ ଶ୍ରୀଗୁଣ୍ଡିଚା ମନ୍ଦିରର ପାଖରେ କର୍ଫ୍ୟୁ ବଳବତ୍ତର ରହିଛି ।

ସୋମବାର ସୁପ୍ରିମକୋର୍ଟ ସର୍ତ୍ତମୂଳକ ଭାବେ କେବଳ ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ରଥ ଯାତ୍ରା ହେବ ନାହିଁ ବୋଲି କହିଥିଲେ। ଫଳରେ ଲାଇଭ୍ ଟେଲିକାଷ୍ଟରେ ରଥଯାତ୍ରା ଦେଖିଥିଲେ ଭକ୍ତ। ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ରଥଯାତ୍ରା ସମୀକ୍ଷା କରିଥିଲେ । ଏପରିକି ରଥଯାତ୍ରା ମଧ୍ୟ ଟେଲିଭିଜନରେ ଦେଖିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.