Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

କର୍ଫ୍ୟୁରେ ଧିମା ପଡିପାରେ ସଂକ୍ରମଣ, ଗୁରୁତର ପ୍ରଭାବିତ ହେବ ମହାରାଷ୍ଟ୍ର ଅର୍ଥନୀତି: FICCI

14/04/2021 at 6:42 PM

ମୁମ୍ବାଇ ୧୪।୪:  କରୋନା ଭାଇରସ ମହାମାରୀ ସଂକ୍ରମଣ ନିୟନ୍ତ୍ରଣ ଲାଗି ମହାରାଷ୍ଟ୍ର ସରକାର ମଙ୍ଗଳବାର ରାଜ୍ୟ ସରକାର କର୍ଫ୍ୟୁ ଜାରି କରିଛନ୍ତି। ସରକାରଙ୍କ ଘୋଷଣା ଅନୁସାରେ କର୍ଫ୍ୟୁ ସାରା ରାଜ୍ୟରେ ବୁଧବାର ରାତି ୮ରୁ ଲାଗୁ ହୋଇଯିବ। ସରକାରଙ୍କ ପଦକ୍ଷେପ ହୁଏତ ରାଜ୍ୟରେ ସଂକ୍ରମଣକୁ ଧିମେଇ ଦେଇପାରେ, ହେଲେ ଏଥିଯୋଗୁ ମହାରାଷ୍ଟ୍ରର ଅର୍ଥନୀତି ଗୁରୁତର ପ୍ରଭାବିତ ହେବ ବୋଲି କହିଛନ୍ତି ଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ (ଫିକି)।

ତେବେ ରାଜ୍ୟ ସରକାର ଲକଡାଉନ ଜାରି କରି ନଥିବାରୁ ଫିକି ସାମାନ୍ୟ ଆସ୍ୱସ୍ତ ବ୍ୟକ୍ତ କରିଛି।  ପ୍ରସଙ୍ଗରେ ଫିକି ମହାରାଷ୍ଟ୍ର ସରକାରଙ୍କ ସହ ବରାବର ସମ୍ପର୍କରେ ଅଛନ୍ତି। ଉଭୟ ନୀତି ଓ ପରିଚାଳନା ପ୍ରସଙ୍ଗରେ ସଦସ୍ୟଙ୍କଠାରୁ ସରକାରଙ୍କୁ ନିୟମିତ ସୂଚନା ଆଦାନ ପ୍ରଦାନ କରୁଛନ୍ତି। ତେବେ ସରକାରଙ୍କ ଏପରି ପଦକ୍ଷେପ ରାଜ୍ୟରେ ତୀବ୍ର ବ୍ୟାପୁଥିବା ଭୂତାଣୁ ସଂକ୍ରମଣକୁ ନିଶ୍ଚିତ ଆୟତ କରିବ ବୋଲି ଫିକି ଆଶାବ୍ୟକ୍ତ କରିଛନ୍ତି। ତେବେ କର୍ଫ୍ୟୁ ଲଡକାଉନ ଭଳି ଅର୍ଥନୀତି ଉପରେ ଗୁରୁତର ପ୍ରଭାବ ପକାଇବା କିନ୍ତୁ ନିଶ୍ଚିତ ବୋଲି କହିଛନ୍ତି।

ଫିକି ମହାରାଷ୍ଟ୍ରର ଅଧ୍ୟକ୍ଷ ସୁଲାଜା ଫିରୋଦିୟା ମୋଟୱାନୀ ଏକ ବୟାନରେ କହିଛନ୍ତି ଯେ ସମ୍ବଦ୍ଧିତ ପ୍ରସଙ୍ଗରେ ହିତାଧିକାରୀଙ୍କ ପକ୍ଷରୁ ସରକାରଙ୍କ ସହ ପ୍ରଭାବ ଯେପରି ହ୍ରାସ କରିହେବ ସେ ନେଇ ଫିକି ଆଲୋଚନା କରୁଛନ୍ତି। ଏଠାରେ ଉଭୟ ଯୋଗାଣ  ଚାହିଦା ଉଭୟ  ଏବେ ଉଦବେଗର ବିଷୟ ପାଲଟିଛି। ସେ କହିଛନ୍ତି ଯେ ମହାରାଷ୍ଟ୍ରରେ କାର୍ଯ୍ୟ କରୁଥିବା କମ୍ପାନୀମାନଙ୍କ ଉତ୍ପାଦ ସମଗ୍ର ଦେଶରେ ବିକ୍ରି ହେଉଛି। ତେବେ ଏହାର ପରିଚାଳନାରେ ବ୍ୟବଧାନ ଗ୍ରାହକଙ୍କ ଉପରେ ନକରାତ୍ମକ ପ୍ରଭାବ ପକାଇପାରେ।

ରିଟେଲ ବନ୍ଦ ହେବା ଯୋଗୁ ଚାହିଦା ପ୍ରଭାବିତ ହେବ। ତେବେ କର୍ଫ୍ୟୁ ୩୦ ଏପ୍ରିଲ ଆଗକୁ ନ ଯାଉ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ସେହିପରି ଏସୋଚାମ ମଧ୍ୟ କର୍ଫ୍ୟୁରେ ଆର୍ଥିକ ପ୍ରଭାବ କିପରି ହ୍ରାସ କରିହେବ ସେଥିଲାଗି ମହାରାଷ୍ଟ୍ର ସରକାରଙ୍କ ସହ ମିସି କାମ କରୁଥିବା କହିଛନ୍ତି।

   Related Posts