ବାହୁଡା ପାଇଁ ପ୍ରସ୍ତୁତ ପୁରୀ ପ୍ରଶାସନ, ସମଗ୍ର ଜିଲ୍ଲାରେ ଜୁନ୍ ୩୦ରୁ ଜୁଲାଇ ୨ ଯାଏଁ କର୍ଫ୍ୟୁ

Published By : Prameya-News7 Bureau | June 27, 2020 IST

ପୁରୀ, ୨୭|୦୬:   ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ସୁରୁଖୁରରେ ସମ୍ପନ୍ନ ହୋଇଛି । ପ୍ରଶାସନ, ସେବାୟତ ଓ ଜନସାଧାରଣଙ୍କ ସହଯୋଗରେ ଅନୁଷ୍ଠିତ ହୋଇଛି ରଥଯାତ୍ରା । କରୋନା ସଂକ୍ରମଣ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବା ସହ କଟକଣା ମଧ୍ୟରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା । ଏବେ ବାହୁଡା ଓ ସୁନାବେଶ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କଟକଣା ଲାଗୁ ହୋଇଛି ।

ପୁରୀ ଜିଲ୍ଲାପାଳ ବଲଓ୍ୱନ୍ତ ସିଂଙ୍କ ସୂଚନାନୁସାରେ, ଜୁନ ୩୦ ରାତି ୧୦ଟାରୁ ଜୁଲାଇ ୨ ତାରିଖ ଯାଏଁ ପୁରୀ ଜିଲ୍ଲାରେ କର୍ଫ୍ୟୁ ଲାଗୁ ହେବ । ସହରକୁ ସମ୍ପୂର୍ଣ୍ଣ ସଟଡାଉନ୍ କରାଯିବା । ସେହିପରି ଜୁଲାଇ ୪ ଯାଏଁ ହୋଟେଲ, ଲଜ୍, ଧର୍ମଶାଳାରେ ଥିବା ଲୋକମାନେ ବାହାରକୁ ବାହାରି ପାରିବେ ନାହିଁ । ଏପରିକି ରଥଯାତ୍ରା ଭଳି ବଡଦାଣ୍ଡରେ ଥିବା ଘରର ଛାତ ଉପରେ କେହି ଗହଳି କରିପାରିବେ ନାହିଁ । ଯଦି ଏପରି ଦେଖିବାକୁ ମିଳେ ତେବେ ସଂପୃକ୍ତ ଘର ମାଲିକହ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.