ମହାରାଷ୍ଟ୍ରରେ କର୍ଫ୍ୟୁ ଲାଗୁ କଲେ ଉଦ୍ଧବ ସରକାର: କରୋନା ମୁକାବିଲା ପାଇଁ କଡା ପଦକ୍ଷେପ

Published By : Prameya-News7 Bureau | March 23, 2020 IST

ମୁମ୍ବାଇ, ୨୩|୦୩:  ମାରାତ୍ମକ କରୋନା ଭାଇରସ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଏହାକୁ ନଜରରେ ରଖି କେନ୍ଦ୍ର ସରକାରଙ୍କ ସମେତ ସମସ୍ତ ରାଜ୍ୟ ସରକାର ମଧ୍ୟ ସଜାଗ ଅଛନ୍ତି। ଏହି ଭାଇରସର ସଂକ୍ରମଣକୁ ରୋକିବା ପାଇଁ ତ୍ୱରିତ ପଦକ୍ଷେପ ମଧ୍ୟ ନେଉଛନ୍ତି। ସୋମବାର ମହାରାଷ୍ଟ୍ର ସରକାର ରାଜ୍ୟରେ କର୍ଫ୍ୟୁ ଲାଗୁ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କର୍ଫ୍ୟୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦୋକାନ ଖୋଲା ରହିବ। ତେଜରାତି, କ୍ଷୀର, ଔଷଧ ଦୋକାନ ଆଜି ଖୋଲା ରହିବ। ଭାଇରସକୁ ନେଇ ଆତଙ୍କିତ ନ ହେବାକୁ ସେ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି।

{"id":243002,"width":746,"height":419,"sizeSlug":"large"}

ରାଜ୍ୟରେ ସମସ୍ତ ସ୍କୁଲ କଲେଜ ବନ୍ଦ ରହିବ। ମନ୍ଦିର ଓ ମସଜିଦରେ ପୂଜାରୀ ଓ ମୌଲବୀଙ୍କୁ ପ୍ରବେଶ ଅନୁମତି ମିଳିବ। ତେବେ ଲୋକମାନେ ଲକଡାଉନକୁ ନ ମାନିବାରୁ ସରକାର ବାଧ୍ୟ ହୋଇ ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି। ଏହାସହ ରାଜ୍ୟର ସମସ୍ତ ସୀମାକୁ ସିଲ କରାୟିବା ସହ ଜିଲ୍ଲାର ସୀମାକୁ ମଧ୍ୟ ସିଲ କରାଯାଇଥିବା ଉଦ୍ଧବ କହିଛନ୍ତି।

{"id":243003,"width":749,"height":499,"sizeSlug":"large"}

ଏହା ପୂର୍ବରୁ ପଞ୍ଜାବ ସରକାର ରାଜ୍ୟବ୍ୟାପୀ କର୍ଫ୍ୟୁ ଘୋଷଣା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.