ଭଦ୍ରକ ଚରମ୍ପା ଅଞ୍ଚଳରେ ବଢିଲା କର୍ଫ୍ୟୁ ଅବଧି, ଗୁରୁବାର ସକାଳ ୭ଟା ପର୍ଯ୍ୟନ୍ତ ଜାରି

Published By : Prameya-News7 Bureau | May 13, 2020 IST

ଭଦ୍ରକ ୧୩।୫: ଭଦ୍ରକ ଚରମ୍ପା ଅଞ୍ଚଳରେ ବଢିଲା କର୍ଫ୍ୟୁ ଅବଧି । ଆସନ୍ତାକାଲି ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ଅବଧି ବଢିଛି । ପୂର୍ବରୁ ୨୪ ଘଣ୍ଟା ପାଇଁ କର୍ଫ୍ୟୁ ଘୋଷଣା ହୋଇଥିଲା । ପ୍ରବାସୀ ଓଡିଆଙ୍କୁ ନେଇ ଆସୁଥିବା ଟ୍ରେନ୍ ପାଇଁ ପ୍ରଶାସନ ଏଭଳି ନିଷ୍ପତି ନେଇଛି ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଚରମ୍ପା ଷ୍ଟେସନରେ ପହଞ୍ଚିଛି ପ୍ରବାସୀଙ୍କୁ ଆଣିଥିବା ସ୍ବତନ୍ତ୍ର ଟ୍ରେନ୍ । ପ୍ରବାସୀଙ୍କୁ ନେଇ ଆସିଛି ଶ୍ରମିକ ସ୍ପେଶାଲ ଟ୍ରେନ୍ । ଗୁଜୁରାଟର ଥାନଗଡରୁ ଆସିଛି ଟ୍ରେନ୍ । ଟ୍ରେନରେ ୩୨୬ ପ୍ରବାସୀ ଆସିଛନ୍ତି । ସ୍କ୍ରିନିଂ ପରେ ନିଜ ଜିଲ୍ଲା ଓ ବ୍ଲକକୁ ସ୍ବତନ୍ତ୍ର ବସରେ ଯିବେ ପ୍ରବାସୀ ।

ଗତକାଲି ରାତିରେ ଆନ୍ଧ୍ରପ୍ରଦେଶର ଗୁଣ୍ଠୁରର ମଙ୍ଗଳଗିରିରୁ ଶ୍ରମିକ ସ୍ପେଶାଲ ଟ୍ରେନ୍ ଯୋଗେ ପ୍ରବାସୀ ଓଡ଼ିଆ ଭଦ୍ରକରେ ପହଞ୍ଚିଥିଲେ । ଚରମ୍ପା ଷ୍ଟେସନରେ ପ୍ରାୟ ୪୦୦ ପ୍ରବାସୀ ଓହ୍ଲାଇବା ପରେ ସମସ୍ତଙ୍କୁ ସ୍କ୍ରିନିଂ କରାଯାଇଛି । ଭଦ୍ରକ ଷ୍ଟେସନରେ ପ୍ରବାସୀ ଓହ୍ଲାଉଥିବାରୁ ଲୋକମାନଙ୍କ ସୁରକ୍ଷା ଦୃଷ୍ଟିରୁ ଷ୍ଟେସନ ପରିସର ସମେତ ୫୦୦ ମିଟର ଦୂରତା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.