Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଟିଟିଲାଗଡ଼ ସହରରେ କଟକଣା , ସକାଳ ୯ଟାରୁ ରାତି ୧୨ଟା ଯାଏଁ କର୍ଫ୍ୟୁ

10/05/2020 at 9:37 AM

ଟିଟିଲାଗଡ ୧୦।୦୫: ଆଜି ଟିଟିଲାଗଡ ଷ୍ଟେସନରେ ପହଁଞ୍ଚିବ ପ୍ରବାସୀ ଓଡିଆଙ୍କ ଟ୍ରେନ। ଏହାକୁ ନଜରରେ ରଖି ଟିଟିଲାଗଡରେ କର୍ଫ୍ୟୁ ଲାଗୁ କରାଯାଇଛି । ଟିଟିଲାଗଡ଼ ସହରରେ କର୍ଫ୍ୟୁ ଜାରି କରିଛନ୍ତି ଉପଜିଲ୍ଲାପାଳ । ଆଜି ସକାଳ ୯ଟାରୁ ରାତି ୧୨ଟା ଯାଏ ବଳବତ୍ତର ରହିବ କର୍ଫ୍ୟୁ । ମୁମ୍ବାଇର ପାନଭେଲରୁ ପ୍ରବସୀ ଓଡ଼ିଆଙ୍କୁ ନେଇ ଏକ ଟ୍ରେନ୍  ବାହାରିଛି, ଯାହାକି ବଲାଙ୍ଗୀର ଜିଲ୍ଲାର ଟିଟଲାଗଡ ପର୍ଯ୍ୟନ୍ତ ଯାତ୍ରା କରିବ । ୨୪ ବଗି ବିଶିଷ୍ଟ ଏହି ଟ୍ରେନରେ ପ୍ରାୟ ୧୨ଶହ ଯାତ୍ରୀ ଆସୁଥିବା ଜଣାପଡ଼ିଛି ।

ସଂକ୍ରମଣ ଆଶଙ୍କାରେ ଜିଲ୍ଲା ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଜାରି କରାଯାଇଛି ।ଏହି ସମୟରେ ଯେଉଁ ବ୍ୟକ୍ତି ନିୟମ ଭଙ୍ଗ କରି ଘରୁ ବାହାରିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ ସୁଧାଗର ନାୟକ । ସେହିପରି ଟ୍ରେନ ଟିଟିଲାଗଡ଼ ଆସିବା ନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଏନେଇ ଆଜି ଜିଲ୍ଲା କରୋନା ପର୍ଯ୍ୟବେକ୍ଷକ ସୁଶୀଲ କୁମାର ଲୋହାନୀ, ବେଣୁଧର ବେହେରା, ଜିଲ୍ଲାପାଳ ଅରିନ୍ଦମ ଡ଼ାକୁଆ, ଏସପି ମଡ଼କର ସନ୍ଦୀପ ସମ୍ପତ, ଡ଼ିଆରଡ଼ିଏ ପିଡ଼ି ଡ.ମହେଶ୍ୱର ସ୍ୱାଇଁ, ଟିଟିଲାଗଡ଼ ଉପଜିଲ୍ଲାପାଳ ସୁଧାକର ନାୟକ ପ୍ରମୁଖ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆସୁଥିବା ପ୍ରବାସୀ ଓଡ଼ିଆ ବିଭିନ୍ନ ବ୍ଲକ ଅଞ୍ଚଳର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ କିପରି ପହଞ୍ଚିପାରିବେ ସେନେଇ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଷ୍ଟେସନକୁ ଯାଇ ସ୍ଥିତି ପରଖିଛନ୍ତି । ସେହିପରି ପ୍ରବାସୀଙ୍କ ଉପରେ ନଜର ରଖିବାକୁ ସିସିଟିଭି କ୍ୟାମେରା ମଧ୍ୟ ଲଗାଯାଇଛି

   Related Posts