ଖୋର୍ଦ୍ଧା ରୋଡ୍‌ରେ କର୍ଫ୍ୟୁ, ରବିବାର ଦିନ ଗୋଟାଏରୁ ସୋମବାର ସକାଳ ୭ଯାଏଁ ଲାଗୁ

Published By : Prameya-News7 Bureau | May 10, 2020 IST

ଖୋର୍ଦ୍ଧା ୧୦।୫: ଅହମ୍ମଦାବାଦରୁ ପ୍ରବାସୀଙ୍କୁ ନେଇ ଖୋର୍ଦ୍ଧା ରୋଡ୍ ଅଭିମୁଖେ ଆସୁଛି ଦୁଇଟି ଟ୍ରେନ୍ । ଏଥିପାଇଁ ଖୋର୍ଦ୍ଧାରୋଡ୍ ଷ୍ଟେସନ ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି । ରବିବାର ଦିନ ଗୋଟାଏରୁ ସୋମବାର ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଛି । ପ୍ରବାସୀ ଓଡିଆଙ୍କ ଫରିବା ନେଇ ସୁରକ୍ଷା ଦୃଷ୍ଟିରୁ କର୍ଫ୍ୟୁ ଜାରି କରାଯାଇଛି । ରବିବାର ଅପରାହ୍ନ ୨ଟାରୁ ସନ୍ଧ୍ୟା ୭ଟା ମଧ୍ୟରେ ଗୁଜୁରାଟରୁ ୨ ଟି ଟ୍ରେନ୍ ଆସିବ । ୨ଟି ଟ୍ରେନରେ ପାଖାପାଖି ୨୪୦୦ ଶ୍ରମିକ ନେଇ ଆସୁଥିବା ଜଣାପଡିଛି । ଜଟଣୀ ମ୍ୟୁନିସିପାଲଟି କାର୍ଯ୍ୟନିବାର୍ହୀ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ସୁପ୍ରିମକୋର୍ଟଙ୍କ ରାୟ ପରେ ଓଡିଶାକୁ ପ୍ରବାସୀଙ୍କୁ ନେଇ ଆସୁଛି ଟ୍ରେନ୍ । ତାମିଲନାଡୁ, ମହାରାଷ୍ଟ୍ର ଓ ଗୁଜରାଟରୁ ପ୍ରବାସୀ ଓଡିଆଙ୍କୁ ଧରି ଓଡିଶାର ବିଭିନ୍ନ ସ୍ଥାନକୁ ଆସୁଛି ୫ଟି ଟ୍ରେନ୍ । ଯେଉଁଥିରେ ୫ ହଜାରରୁ ଅଧିକ ଲୋକେ ଫେରୁଛନ୍ତି । ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିମକୋର୍ଟଙ୍କ ରୋକ୍ ପରେ ଫେରୁଛନ୍ତି ପ୍ରବାସୀ ଶ୍ରମିକ । ଅହମ୍ମଦାବାଦରୁ ଖୋର୍ଦ୍ଧା ରୋଡ୍ ଅଭମୁଖେ ଆସୁଛି ଦୁଇଟି ଟ୍ରେନ୍ । ଚେନ୍ନାଇରୁ ମଧ୍ୟ ଗୋଟିଏ ଟ୍ରେନ୍ ଗଞ୍ଜାମ ଜଗନ୍ନାଥପୁର ଅଭିମୁଖେ ବାହାରିଛି । ସେହିପରି ଆଉ ଏକ ଟ୍ରେନ୍ ମହାରାଷ୍ଟ୍ରର ପାନଭେଲରୁ ବଲାଙ୍ଗିର ଟିଟଲାଗଡ଼ ଆସୁଥିବା ସୂଚନା ମିଳିଛି। ଆଜି ସମସ୍ତ ଟ୍ରେନ୍ ଓଡ଼ିଶା ପହଞ୍ଚିବାକୁଥିବା ବେଳେ ରାଜ୍ୟ ସରକାର ସ୍ଥିତି ଉପରେ ନଜର ରଖିବା ସହ ସମସ୍ତ ପଦକ୍ଷେପ ନେଉଛନ୍ତି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.