ରାତିରେ ଦହି ଖାଇବା ଉଚିତ ନୁହେଁ, କିନ୍ତୁ ଏମିତି ଶୈଳୀରେ ଖାଇଲେ କିଛି ଅସୁବିଧା ନାହିଁ, ଜାଣନ୍ତୁ ତରିକା

Published By : Prameya-News7 Bureau | November 23, 2018 IST

ଗରମ ଦିନରେ ଶରୀରକୁ  ଥଣ୍ଡା ରଖିବା  ପାଇଁ ଆମେ ବିବିନ୍ନ ପ୍ରକାର ଖାଦ୍ୟ ଖାଇଥାଉ । ବିଶେଷକରି ଗରମ ଦିନରେ ଦହିକୁ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥାନ୍ତି । ଏଥିରେ  ଥିବା  ବ୍ୟାକ୍ଟେରିଆ ଖାଦ୍ୟ ହଜମ ପାଇଁ ସାହାର୍ଯ୍ୟ କରିଥାଏ । ଦହି ଖାଇବା ଦ୍ଵାରା ଦାନ୍ତ ଓ ହାଡ଼କୁ ମଧ୍ୟ ଉପକାର ମିଳିଥାଏ । କିନ୍ତୁ ବହୁତ ଖାଦ୍ୟ ଅଛି ଯାହା ଖାଇବା ପାଇଁ କେତେକ ନିୟମ ମାନିବାକୁ ପଡ଼େ । ଯେମିତିକି  କେତେବେଳେ ଖାଇବ , କେମିତି ଖାଇବ , କାହା ସହିତ ଖାଇବ ….ଏମିତି ଅନେକ । ଦହି ବାବଦରେ ମଧ୍ୟ ଏମିତି କିଛି  ଶୁଣା କଥାର  ନିୟମ ଅଛି , ସେଥିରୁ ଗୋଟିଏ ହେଉଛି ରାତିରେ ଦହି ଖାଇବା ମନା । କିନ୍ତୁ ଦହିକୁ ରାତିରେ ଖାଇପାରିବେ , ତେବେ କେମିତି ଆସନ୍ତୁ ଜାଣିବା – ରାତିରେ ଦହି ଖାଇଲେ ଥଣ୍ଡା , କଫ, କାଶ ଆଦି ରୋଗ ଦେଖାଯାଇଥାଏ । ବିଶେଷକରି ଅଧିକ ସର୍ଦ୍ଦି ହୋଇ ନାକରୁ ପାଣି ମଧ୍ୟ ବାହାରିଥାଏ । ଏସବୁ କ୍ଷେତ୍ରରେ ଡ଼ାକ୍ତର ଦହି ଖାଇବାକୁ ବାରଣ କରିଥାନ୍ତି । ଆପଣ ଯଦି  ରାତିରେ ଦହି ଖାଇବାକୁ ଚାହାଁନ୍ତି , ତାହେଲେ ମହି(ଲହୁଣି ବାହାରିସାରିବା ପରେ ) ଖାଆନ୍ତୁ କିଛି ଅସୁବିଧା ହେବନାହିଁ । ଯଦି ଦିନରେ ଦହି ଖାଉଛନ୍ତି ତାହେଲେ ଚିନି ନ ମିଶାଇଲେ ମଧ୍ୟ କିଛି ଅସୁବିଧା ନାହଁ । ହେଲେ ରାତିରେ ଖାଇଲାବେଳେ ଚିନି କିମ୍ବା ଗୋଲମରିଚ  ମିଶାଇ ଖାଆନ୍ତୁ , ଆପଣଙ୍କ କୌଣସି ଅସୁବିଧା ହେବନାହିଁ । ଏହାସହିତ ମଧ୍ୟ ଆପଣଙ୍କର ହଜମ ଭଲ ହେବ ଓ  ଶରୀର ଥଣ୍ଡା  ରହିବ । ଏହା ବ୍ୟତୀତ ଆପଣ ଯଦି ଦହି ଖାଇବାକୁ ପସନ୍ଦ କରୁଛନ୍ତି , ତାହେଲେ ଏପରି  ଭାବରେ ଖାଇପାରିବେ- ଦହି ଭାତ –ଏହା ଖରାଦିନେ ଦେହ ପାଇଁ ଭଲ । ଏହା ପାକସ୍ଥଳିକୁ ଖାଦ୍ୟ ହଜମ ପ୍ରକିୟାରେ ସାହାର୍ଯ୍ୟ କରିଥାଏ । ଚିନି ସହିତ ଦହି –ଦହି ସହିତ ଏକ ଚାମଚ ଚିନି ପକାଇ ଖାଇଲେ ଯେତେ ଚାଲିଲେ ମଧ୍ୟ ଥକ୍କା ଅନୁଭବ କରିବେ ନାହିଁ । ମହି/ଲସି – ଏହାକୁ ବିନା ଆଲକହଲରେ ତିଆରି ଡ଼୍ରିଙ୍କସ ରୂପେ କେବଳ ଖରାଦିନ କାହିଁକି ଅନ୍ୟଦିନ ମାନଙ୍କରେ ମଧ୍ୟ ପାନୀୟ ପାଇଁ ବ୍ୟବହାର କରିପାରିବେ । ରାଇତା –ଦହିକୁ କାକୁଡ଼ି,ଟମାଟୋ,ପିଆଜ ସହିତ ମିଶାଇ ରାଇତା ପ୍ରସ୍ତୁତ କରି ଖାଇପାରିବେ । କଡ଼ି- ଦହି ସହ ବେସନ ମିଶାଇ କଡ଼ି ପ୍ରସ୍ତୁତ କରିହେବ ଯାହା ଭାତ ସହ ମଧ୍ୟ ଖାଇପାରିବେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.