ଦହି ଖାଇବା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ : ଜାଣନ୍ତୁ କିପରି

Published By : Prameya-News7 Bureau | March 07, 2019 IST

ଖାଦ୍ୟରେ ବିଭିନ୍ନ ପ୍ରକାରର ପୋଷକ ତତ୍ତ୍ବ ରହିଥାଏ। ଆମେ କ୍ଷୀର ଏବଂ ଦହିର ଉପଯୋଗ ଦୀର୍ଘ ଦିନରୁ କରି ଆସୁଛୁ। ଦୁଧକୁ ଜମା କରି ଦହି ପ୍ରସ୍ତୁତ କରାଯାଏ। ଦହିରେ ଲାକ୍ଟୋବାସିଲସ୍ ନାମକ ବ୍ୟାକ୍ଟେରିଆ ଥାଏ। କ୍ଷୀରରେ ଥିବା ଲାକ୍ଟୋଜ୍ ନାମକ ଚିନି ଖୁବ୍ ଶୀଘ୍ର ଲାକ୍ଟିକ୍ ଏସିଡରେ ପରିବର୍ତ୍ତିତ କରିଥାଏ। ଏଥିପାଇଁ ଦହିର ସ୍ବାଦ ଖଟା ହୋଇଥାଏ। ଦହି ଏକ ଅତ୍ୟନ୍ତ ଉତ୍ତମ ଆହାର ହୋଇଥାଏ। ଏହାକୁ ପ୍ରତିଦିନ ଖିଆଯାଇପାରିବ। ଯଦି ପ୍ରତିଦିନ ଦହି ଖାଇବେ ତେବେ ଦହିରୁ ଶରୀରକୁ ଅତ୍ୟନ୍ତ ଲାଭ ମିଳିବ। ବିଦେଶରେ ଦହିର ସ୍ବାଦକୁ ବଦଳାଇ ୟୋଗର୍ଟ ନାମରେ ବିକ୍ରି କରି ଲାଭବାନ୍ ହୋଇଥାଆନ୍ତି।

{"id":91278,"width":593,"height":445}

ଦହିରୁ ପର୍ଯ୍ୟାପ୍ତ ପରିମାଣର ପ୍ରୋଟିନ୍ ମିଳିଥାଏ। ଏକ କପ୍ ଦହି ଯଦି ପ୍ରତିଦିନ ଖାଇବେ ତେବେ ଆପଣଙ୍କୁ ଏଥିରୁ ୨୫% ପ୍ରତିଶତ ପ୍ରୋଟିନ୍ ମିଳିବ। ଏଥିରେ କ୍ୟାଲସିୟମ୍,ଫସଫରସ୍,ଜିଙ୍କ୍,ପୋଟାସିୟମ୍,ମ୍ୟାଗ୍ନେସିୟମ୍ ପ୍ରଚୁର ପରିମାଣରେ ମିଳିଥାଏ । ଏହା ବ୍ୟତୀତ ଏଥିରେ ଭିଟାମିନ୍ ବି-୬.ଭିଟାମିନ୍ ସି,ଭିଟାମିନ୍ ବି-୧୨,ରାଇବୋଫ୍ଲୋବିନ୍,ଥାଇମିନ୍ ଏବଂ ପେଣ୍ଟୋଥେନିକ୍ ଏସିଡ୍ ମିଳିଥାଏ । ଦହିରେ ଓମେଗା ୩ ଏବଂ ଓମେଗା ୬ ଫ୍ୟାଟି ଏସିଡ ରହିଥାଏ । ଏକ କପ୍ ଦହିରୁ ପାଖାପାଖି ୧୨୦କ୍ୟାଲୋରୀ ପ୍ରାପ୍ତ ହୋଇଥାଏ।

{"id":91279,"width":592,"height":333}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.