ପାନ ଦୋକାନରେ ବିକ୍ରି ହେଉଛି କଫ ସିରଫ୍‌, ୨ ଗିରଫ...

Published By : Prameya-News7 Bureau | January 08, 2020 IST

ବଲାଙ୍ଗୀର୮/୧: ବଲାଙ୍ଗୀରରେ ବେଆଇନ କଫସିରଫ୍ ବିକ୍ରି ଅଭିଯୋଗରେ ଜଣେ ଦୋକାନୀ ସହ ଦୁଇ ଜଣ ଗ୍ରାହକଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ। ନ୍ୟୁଜ ସେଭେନରେ ଖବର ପ୍ରସାରଣ ପରେ ତତ୍ପର ହୋଇଛି ପୋଲିସ ପ୍ରଶାସନ। ସହରର ବିଭିନ୍ନ ସ୍ଥାନରେ ଚାଲିଛି ସ୍ପେସାଲ ସ୍କ୍ବାର୍ଡର ଛାନଭିନ୍‌।

ବଲାଙ୍ଗୀର ସହରର ନୃସିଂହ ମନ୍ଦିର ନିକଟରେ ଥିବା ପାନ ଦୋକାନରୁ କଫ୍‌ସିରଫ ଜବତ ହୋଇଛି। ବୁଧବାର ଭାରତ ବନ୍ଦରେ ବଲାଙ୍ଗୀର ମଧ୍ୟ ବନ୍ଦ ପାଳନ ହୋଇଥିବା ବେଳେ ଏହାକୁ ନେଇ ପୋଲିସ ଖବର ପହଞ୍ଚିଥିଲା। ଏ ନେଇ ପୋଲିସ ନୃସିଂହ ମନ୍ଦିର ପାନ ଦୋକାନକୁ ଯାଇ ସେଠାରେ ବିକ୍ରି ବେଆଇନ ଭାବରେ କଫ୍‌ସିରଫ ବିକ୍ରି କରୁଥିବା ଦୋକାନୀ ସହ ଦୁଇ ଜଣ ଗ୍ରାହକଙ୍କୁ ଗିରଫ କରିଥିଲା ପୋଲିସ।

ତେବେ ଦୋକାନୀ ଠାରୁ ୨୫ଟି କଫ୍‌ସିରଫ୍ ଜବତ କରିଛି ପୋଲିସ। ତେବେ ଗିରଫ ଦୋକାନୀର ନାଁ ସମୀର ନାରାୟଣ ନାଏକ । ସେ ଦିର୍ଘ ଦିନ ଧରି କଫସିରଫ ବିକ୍ରି କରୁଥିବା ବେଳେ ତାଙ୍କ ଭାଇ ପୂର୍ବରୁ କଫସିରଫ ବିକ୍ରି ଅଭିଯୋଗରେ ଦୁଇ ଦୁଇ ଥର ଜେଲ ଯାଇଥିବା ଜଣାପଡିଛି। ଏନେଇ ଆଜି ପୋଲିସ ତାକୁ ଗିରଫ କରିବା ସହ ଦୁଇ ଜଣ ଗ୍ରାହକଙ୍କୁ ମଧ୍ୟ ଗିରଫ କରିଛି। ସେପଟେ ଏନେଇ ତିନି ଜଣଙ୍କୁ ଅଧିକ ପଚରାଉଚୁରା କରିବା ପରେ କୋର୍ଟ ଚାଲାଣ କରାଯିବ ପୋଲିସ କହିଛନ୍ତି। ସେପଟେ ସହରକୁ କଫସିରଫ ଫ୍ରି କରିବା ପାଇଁ ସ୍ବତନ୍ତ୍ର ଯୋଜନା ପୋଲିସ ତିଆରି କରିଥିବା ବେଳେ ସେ ଦିଗରେ କାମ କରୁଥିବା କହିଛନ୍ତି ଆଇଆଇସି।

..

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.