ବିପୁଳ ପରିମାଣର କଫସିରପ୍ ଓ ନିଶା ଟାବଲେଟ ଜବତ, ୪ଗିରଫ
12/01/2021 at 7:48 AM

ସମ୍ବଲପୁର ୧୨।୦୧: ବିପୁଳ ପରିମାଣର କଫସିରଫ ଓ ନିସା ଟାବଲେଟ ଜବତ । ସମ୍ବଲପୁର ଟାଉନଥାନା ପୋଲିସ ଦ୍ୱାରା ଜବତ ହୋଇଛି । ଘଟଣାରେ ୪ଜଣଙ୍କୁ ଗିରଫ କରିଛି ପୋଲିସ ।
ସମ୍ବଲପୁର ଟାଉନଥାନା ପୋଲିସ ଦ୍ୱାରା ବ୍ୟାପକ ପରିମାଣର କପସିରଫ ଓ ନିସା ଟେବଲେଟ ଜବତ । ବେଆଇନ କପସିରଫ ଓ ନିସା କାରବାର ଅଭିଯୋଗ ରେ ସମ୍ବଲପୁର ଟାଉନଥାନା ପୋଲିସ ମୁଖ୍ୟ ଅଭିଯୁକ୍ତ ସହ ୪ ଜଣକୁ ଗିରଫ କରିଛି । ସେମାନଙ୍କ ଠାରୁ ୧୮୩ ବୋତଲ ଲୁଜ୍ କପସିରଫ ,୨୫୦ ବୋତଲ ସିଲ୍ କପସିରଫ ,୪୦ ଟି ନିସା ବଟିକା ,୩ ଟି ମୋବାଇଲ ଓ ୩ ଟି ମୋଟରସାଇକେଲ ଜବତ କରିଛି ପୋଲିସ । ଅଭିଯୁକ୍ତ ଙ୍କ ବିରୋଧରେ NDPS Act ଅନୁସାରେ ମାମଲା ରୁଜ୍ଜୁ କରାଯାଇଛି । ସେହିଭଳି ଗତ ୨୨ ରେ ଗୋବିନ୍ଦପୁରପିଣ୍ଢାପଥର ଅଞ୍ଚଳରେ ଡକାୟତି ଘଟଣାରେ ୨ ଜଣ ଡକାୟତ ଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଏସପି ।
Related Posts
ଆସିକା ପୋଲିସକୁ ବଡ ସଫଳତା, ୨୪ ଚୋରା ମୋଟର ସାଇକେଲ୍ ଜବତ, ୯ ଗିରଫ
16 January 2021