Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଅଧାରେ ରହିଗଲା ଜଙ୍ଗଲ ବୁଲା, ଭାଲୁ ଭୟରେ ୧୦ ଦିନ ଗଛ ଉପରେ ରହିଲେ ଦମ୍ପତ୍ତି

19/07/2021 at 2:44 PM

ଋଷ ୧୯/୭ : ଋଷରୁ ନଜର ଆସିଛି ଏକ ଭୟାନକ ଘଟଣା । ୧୦ ଦିନ ପରେ ଭାଲୁ କବଳରୁ ମୁକୁଳିଲେ ଦମ୍ପତି । ସୂଚନା ଥାଉକି, ଏହି ଘଟଣା ସେ​ତେବେଳେ ଘଟିଥିଲା ଯେତେବେଳେ ନବ ବିବାହିତ ଦମ୍ପତି ବୁଲିବାକୁ ଯାଇଥିଲେ । କିନ୍ତୁ ଏହି ସମୟରେ ହଠାତ୍ ସେମାନଙ୍କ ସାମ୍ନିକୁ ଚାଲିଆସିଥିଲା ଏକ ଭାଲୁ । ଯାହା ପରେ ସେମାନେ ଦଶ ଦିନ ଗଛ ଉପରେ ବିତାଇଥିଲେ କଠିନ ଜୀବନ । ବାସ୍ତବରେ, ଏହି ଘଟଣା ପୂର୍ବ ଋଷର ଅଟେ ।

ରିପୋର୍ଟ ଅନୁଯାୟୀ, ବିବାହ ପରେ ନୂଆ ଦମ୍ପତି ଆଣ୍ଟନ୍ ଏବଂ ନିନା ଜଙ୍ଗଲକୁ ବୁଲିବାକୁ ଯାଇଥିଲେ । ଆଉ ସେମାନେ ସେହି ଜଙ୍ଗଲରେ ରାତି କଟାଇବାକୁ ଯୋଜନା କରିଥିଲେ । କିନ୍ତୁ ଏହି ଯୋଜନା ସଫଳ ହୋଇନଥିଲା । ଦୁହେଁ ରାତିରେ ଜଙ୍ଗଲକୁ ଯାଇଥିଲେ । ଯେଉଁଠାରେ ଏହି ଦୁଇଜଣ ସେଠାରେ ପହଞ୍ଚିଥିଲେ ସେଠାରେ ମୋବାଇଲ୍ ସଂଯୋଗ କିମ୍ବା କୌଣସି ଯାନବାହାନର ବ୍ୟବସ୍ଥା ନଥିଲା ।

ତା’ପରେ ହଠାତ୍ ଏକ ଭାଲୁ ଆସି ସେମାନଙ୍କ ସାମ୍ନାରେ ଠିଆ ହୋଇଥିଲା । ସେମାନେ ଭାଲୁକୁ ଭୟଭୀତ କରିବାକୁ ଚେଷ୍ଟା କରିଥିଲେ । ହେଲେ ଭାଲୁ ସେଠାରୁ ଯିବା ବଦଳରେ ତାଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା । ଫଳରେ ସେମାନେ ଜୀବନ ବଞ୍ଚାଇବାକୁ ଦୁହେଁ ଗଛ ଉପରକୁ ଚଢିଯାଇଥିଲେ । ଆଶ୍ଚର୍ଯ୍ୟଜନକ କଥା ହେଉଛି ଲଗାତାର ଦୁଇ ଦିନ ଭାଲୁ ସେଠାରୁ ମଧ୍ୟ ଘୁଞ୍ଚି ନଥିଲା । ଭାଲୁ ଗଛ ଚାରିଆଡ଼େ ଘୁରି ବୁଲୁଥିଲା ।

ଦୁଇ ଦିନ ପରେ, ସେ କୌଣସି ପ୍ରକାରେ ଗଛରୁ ଓହ୍ଲାଇବାକୁ ଚେଷ୍ଟା କରିବା ମାତ୍ରେ ଭାଲୁ ପୁଣି ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା । ବାଧ୍ୟ ହୋଇ ସେମାନେ ସେ ଗଛ ଉପରେ ପୁଣିଥରେ ଚଢାଯାଇଥିଲେ । ଶେଷରେ, ଦଶ ଦିନର ଦୀର୍ଘ ଅପେକ୍ଷା ପରେ, ସେମାନେ ଏକ ସୁଯୋଗ ପାଇଥିଲେ । ଯେତେବେଳେ ଭାଲୁ ଟିକିଏ ଦୂରରେ ଥିଲା, ଉଭୟ ଜଙ୍ଗଲରୁ ବାହାରକୁ ଖସି ଆସିବାରେ ସକ୍ଷମ ହୋଇଥିଲେ । ଦୁହେଁ ବାଟରେ ଯାଉଥିବା ଗାଡିକୁ ଅଟକାଇ ସବୁ କଥା କହିବା ପରେ ପୂରା ଘଟଣା ସାମନାକୁ ଆସିଥିଲା ।

   Related Posts