Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଜିରାରେ ସାଧାରଣ ଉପାୟ, ଝଡି ଯିବା ପରେ ବି ମୁଣ୍ଡରେ ଉଠିବ କେଶ , ଜାଣନ୍ତୁ କିପରି

28/06/2019 at 9:18 PM

ଆଜିର ସମୟରେ ବିଭିନ୍ନ ଶାରୀରିକ ସମସ୍ୟା ସାଙ୍ଗକୁ ଚନ୍ଦାମୁଣ୍ଡ ସବୁଠାରୁ ବଡ ସମସ୍ୟାରେ ପରିଣତ ହୋଇଛି । ଆଗରୁ ବୟସାଧିକ୍ୟ କାରଣରୁ ଲୋକଙ୍କ ମୁଣ୍ଡରୁ ଚୁଟି ଝଡି ଚନ୍ଦା ହେଉଥିଲା । ହେଲେ ଏବେ ଯୁବାବସ୍ଥାରେ ବି ଲୋକେ ଚନ୍ଦା ହେବାରେ ଲାଗିଛନ୍ତି। ଯାହା କି ଚିନ୍ତାଜନକ ପାଲଟିଛି। ମୁଣ୍ଡରୁ ଚୁଟି ଝଡି ଲୋକେ କେତେବେଳେ ଚନ୍ଦା ହୋଇ ଯାଉଛନ୍ତି ତାହା ସହଜରେ ଜାଣିବି ପାରୁନାହାନ୍ତି। ଯଦି ଆପଣବି ଏମିତି ସମସ୍ୟାରେ ଆକ୍ରାନ୍ତ ତେବେ ଆସନ୍ତୁ ଜାଣିବା କିପରି ମୁକ୍ତି ପାଇବେ ସମସ୍ୟାରୁ ।

ଏମିତି ଏକ ଉପାୟ ରହିଛି ଯେଉଁଥିରେ ନା ଆପଣଙ୍କ ଚୁଟି ଝଡିବ ବରଂ ଚୁଟି ଝଡି ଚନ୍ଦା ହୋଇଯାଇଥିବା ସ୍ଥାନରେ ନୂଆ ଚୁଟି ଉଠି ଆପଣଙ୍କୁ ସମସ୍ୟାରୁ ସମ୍ପୂର୍ଣ୍ଣ ମୁକ୍ତ କରିବ ଓ ତାହା ବି କମ୍ ଖର୍ଚ୍ଚ ଓ ସମୟରେ। ଆପଣଙ୍କ ଦୈନନ୍ଦିନ ଖାଦ୍ୟରେ ବ୍ୟବହାର ହେଉଥିବା ଜିରା ହିଁ ଆପଣଙ୍କୁ ଏହି ସମସ୍ୟାରୁ ମୁକ୍ତ କରିବ। ଜିରା ଆପଣଙ୍କ ହେୟାର ଫଲ ସମସ୍ୟାର ସମାଧାନ କରିବା ସହ ନୂଆ ଚୁଟି ଉଠିବାରେ ବି ସହାୟକ ହେବ ହୁଏତ ଆପଣ ବି ଆଗରୁ ଜାଣି ନଥିଲେ। ଏବେ ଜାଣନ୍ତୁ କିପରି ସମାଧାନ ହେବ ସମସ୍ୟା।

ଏଥିପାଇଁ ଗୋଟା ଜିରା ନୁହେଁ ଜିରା ତେଲ ଆବଶ୍ୟକ। ଏକ ଛୋଟ ଚାମଚ ଜିରା ତେଲ ସହ ଏକ ବଡ ଚାମଚ ଅଲିଭ ଅଥବା ନଡିଆ ତେଲ ମିସାଇ ମୁଣ୍ଡରେ ଭଲକରି ମାସେଜ୍ କରନ୍ତୁ। ମୁଣ୍ଡରେ ଏହି ମିଶ୍ରଣ ଲଗାଇ ଅନୁନ୍ୟ ଅଧଘଣ୍ଟା ରଖି ପରେ ସାମ୍ପୁ ହେଉ ବା ସାବୁନରେ ସଫା କରି ଦିଅନ୍ତୁ। ଏହି ଭଳି ବାରମ୍ବାର କରିବା ପରେ ଦେଖିବା ମୁଣ୍ଡରୁ ଚୁଟି ଝଡିବା କମିଯିବା ସହ ନୂଆ ଚୁଟି ଉଠି ଚନ୍ଦା ହେଉଥିବା ସ୍ଥାନ ସବୁ ପୁରଣ ହୋଇ ଯାଇଥିବ ।

   Related Posts