କର୍ଣ୍ଣାଟକରୁ ଗିରଫ ହେଲା ପତ୍ନୀ ଏବଂ ୩ପିଲାଙ୍କ ହତ୍ୟାକାରୀ ସଫ୍ଟଓ୍ବେୟାର ଇଞ୍ଜିନିୟର

Published By : Prameya-News7 Bureau | April 24, 2019 IST

ଗାଜିଆବାଦ ୨୪/୪: ଉତ୍ତରପ୍ରଦେଶର ଗାଜିଆବାଦରେ ପତ୍ନୀ ଏବଂ ୩ନିରୀହ ଶିଶୁଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ସୁମିତକୁ ପୋଲିସ୍ ଗିରଫ କରିଛି। ପୋଲିସ୍ ଅଭିଯୁକ୍ତକୁ କର୍ଣ୍ଣାଟକର ଉଡ୍ଡପିରୁ ଗିରଫ କରିଛି। ଉତ୍ତରପ୍ରଦେଶର ପୋଲିସ୍ ଟିମ୍ ଛଅଟି ରାଜ୍ୟରେ ଅଭିଯୁକ୍ତକୁ ଖୋଜାଖୋଜି କରୁଥିଲା। ସୋମବାର ଅପରାହ୍ନ ୩ଟାରେ ମୃତ ଅଂଶୁବାଳା(୩୨),ପ୍ରଥମେଶ(୭),ଆକୃତି(୪) ଏବଂ ଆରବ(୪)ଙ୍କ ଶବକୁ ପୋଷ୍ଟମର୍ଟମ କରାଯାଇଥିଲା।

{"id":106708,"width":596,"height":526}

 ପୋଷ୍ଟମର୍ଟମ୍ ରିପୋର୍ଟରୁ ଜଣାପଡ଼ିଛି ଯେ ମୃତକଙ୍କୁ କୈାଣସି ପ୍ରକାରର ନିଶା ଔଷଧ ଦିଆଯାଇନାହିଁ। ମହିଳାଙ୍କ ଶରୀରରେ ୧୫ଥର ଛୁରୀରେ ଆଘାତ କରାଯାଇଛି। ତାଙ୍କ ଶବ ଯେପରି ଭାବେ ରୋଷେଇ ଘରେ ମିଳିଥିଲା ସେଥିରୁ ଅନୁମାନ ଲଗାଯାଇପାରୁଥିଲା ଯେ ମହିଳାଜଣକ ନିଜ ପିଲାଙ୍କୁ ବଞ୍ଚାଇବା ପାଇଁ ବହୁତ ସଂଘର୍ଷ କରିଥିଲେ।

{"id":106710,"width":594,"height":446}

ତାଙ୍କ ହାତରେ ସବୁଠୁ ଅଧିକ ଥର ଛୁରୀରେ ଆଘାତ କରାଯାଇଛି। କାରଣ ମହିଳା ନିଜକୁ ବଞ୍ଚାଇବା ପାଇଁ ନିଜ ହାତ ଦ୍ବାରା ଆଘାତକୁ ରୋକିବାକୁ ଉଦ୍ୟମ କରିଥିଲେ। ପୋଲିସ୍ ଅନୁମାନ କରୁଛି ଯେ ଏହି ଘଟଣା ବିଳମ୍ବିତ ରାତି ୧୨ଟାରୁ ୨ଟା ମଧ୍ୟରେ ଘଟିଛି।

{"id":106709,"width":593,"height":445}

ପତ୍ନୀ ଏବଂ ୩ପିଲାଙ୍କୁ ଛୁରୀରେ ହତ୍ୟା କରିବା ପରେ ଅଭିଯୁକ୍ତ ଘଟଣା ଦିନ ରାତିରେ ଫେସବୁକରେ  ଏକ ଭିଡିଓ ସେୟାର କରିଥିଲେ। ଫେସବୁକରେ ସେୟାର ହୋଇଥିବା ଏହି ଭିଡିଓରେ ବଢ଼ୁଥିବା ଜନସଂଖ୍ୟା ବିଷୟରେ କୁହାଯାଇଛି। ଏହା ବ୍ୟତୀତ ନିକଟରେ ଅଭିଯୁକ୍ତ ବାରମ୍ବାର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧୀ ପୋଷ୍ଟ ସେୟାର କରୁଥିଲା।  

{"id":106711,"width":594,"height":446}

  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.