ନବବଧୁକୁ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ସ୍ବାମୀକୁ ନିସ୍ତୁକ ପିଟିଲେ ଲୋକେ

Published By : Prameya-News7 Bureau | August 23, 2018 IST

ବାଲେଶ୍ୱର ୨୩/୮:ନବବଧୁକୁ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ସ୍ବାମୀକୁ ନିସ୍ତୁକ ପିଟିଲେ ଲୋକେ । ବାଲେଶ୍ବର ବାହାନଗା ବ୍ଲକ ଗୋପାଳପୁର ପଞ୍ଚାୟତ ମଳଙ୍ଗ ଗାଁରେ ଅଭାବୀୟ ଘଟଣା ଘଟିଛି । ଗାଁର ମୃତ୍ୟୁଞ୍ଜୟ ପାଢୀ ୩ ମାସ ତଳେ ପାଇକସ୍ତା ଗାଁର ଗୀତାଞ୍ଜଳି ମିଶ୍ରଙ୍କୁ ବିବାହ କରିଥିଲେ । ତେବେ ବିଭିନ୍ନ ସମୟରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଉଥିଲା । ଗତକାଲି ଗୀତାଞ୍ଜଳି ଦଉଡି ଦେଇ ଆତ୍ମହତ୍ୟା କରିଥିବାବେଳେ ତାଙ୍କୁ ତୁରନ୍ତ ଗୋପାଳପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଗୀତାଞ୍ଜଳିକୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ ଆଣିବା ପରେ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା । ଗାଁ ଲୋକ ମିଶି ମୃତ୍ୟୁଞ୍ଜୟଙ୍କୁ ନିସ୍ତୁକ ମାଡ ମାରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ବାମୀ, ଶାଶୁ ଓ ଶ୍ବଶୁରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.