ଗାଂଗପୁର ଥାନା ହାଜତରେ ଆସାମୀର ଆତ୍ମହତ୍ୟା ଉଦ୍ୟମ

Published By : Prameya-News7 Bureau | August 23, 2018 IST

ବ୍ରହ୍ମପୁର ୨୩\୮: ଗଂଜାମ ଜିଲ୍ଲା ଗାଙ୍ଗପୁର ଥାନା ହାଜତରେ ଜଣେ ଆସାମୀର ଉନ୍ମୁକ୍ତ କାଣ୍ଡ ଘଟାଇଛି ।ବ୍ଳେଡରେ ନିଜ ବେକ କାଟି ଆତ୍ମହତ୍ୟା ଉଦ୍ୟମ କରିଛି । ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୁକ୍ତ ହେଉଛି ଦେବରାଜ ଚର୍ଚ୍ଚି ଓରଫ୍ ବାଘା ।ବାଘାର ଘର ଗାଂଗପୁର ଥାନା ଅନ୍ତର୍ଗତ ନିମିନା ଗାଁରେ । ଗତକାଲି ରାତିରେ ବାଘାକୁ ପୋଲିସ ଗିରଫ କରିଥିଲା। ବାଘା ନାଁରେ ବହୁ ଅପରାଧିକ ମାମଲା ରହିଛି । ନିକଟରେ ପୋଲିସ ଦ୍ବାରା ଏନକାଉଁଟର ହୋଇ ଜେଲରେ ଥିବା ଲମ୍ବୁ ତାରିଣୀ ଗ୍ୟାଙ୍ଗ ସହ ବାଘାର ସମ୍ପର୍କ ଥିବା ପୋଲିସ କହିଛି । ଆଜି ସକାଳେ ବ୍ରସ କରିବା ପାଇଁ ବାଘାକୁ ଥାନା ହାଜତରୁ ବାହାର କରାଯାଇଥିବା ବେଳେ ଏକ ବ୍ଲେଡ୍ ସାହାଯ୍ୟରେ ନିଜ ବେକକୁ କାଟି ସେ ଆତ୍ମହତ୍ୟା ଉଦ୍ୟମ କରିଥିଲା । ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ ଭଂଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ପରିସ୍ଥିତି ଅଧିକ ଗୁରୁତର ହେବାରୁ ବ୍ରହ୍ମପୁର ଏମ୍କେସିଜିକୁ ପୋଲିସ ସ୍ଥାନାନ୍ତର କରିଛି । ସେଠାରେ ତାର ଅବସ୍ଥା ଭଲ ଥିବା ଗାଂଗପୁର ଥାନା ଅଧିକାରୀ ସତ୍ୟରଂଜନ ପ୍ରଧାନ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.