Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

କ୍ୟୁବାରେ କାଷ୍ଟ୍ରୋ ଯୁଗ ଶେଷ : ମାଇଗୁଏଲ୍ ଡିଆଜ୍ କ୍ୟାନେଲ୍ ହେଲେ ନୂଆ ନେତା

20/04/2021 at 2:38 PM

କ୍ୟୁବା,୨୦/୦୪:    ମାଇଗୁଏଲ୍ ଡିଆଜ୍ କ୍ୟାନେଲ୍ କ୍ୟୁବାର ନୁଆ ନେତା ଭାବେ ନିର୍ବାଚିତ ହୋଇଛନ୍ତି । ସେ କାଷ୍ଟ୍ରୋ କ୍ଲାନଙ୍କ ସ୍ଥାନରେ ପଦ ସମ୍ଭାଳିବେ ।ଏହାସହ ସେ କମ୍ୟୁନିଷ୍ଟ ପାର୍ଟିର ମୁଖ୍ୟ ମଧ୍ୟ ହୋଇଛନ୍ତି ।

ମାଇଗୁଏଲ୍ ନ୍ୟାଶନାଲ୍ ଆସେମ୍ବଲିରେ ନିଜର ପ୍ରଥମ ସମ୍ବୋଧନରେ କହିଛନ୍ତି ଯେ, ନୂଆ ଶାସନରେ ପୁଞ୍ଜିବାଦକୁ ପ୍ରୋତ୍ସାହନ ଦିଆଯିବ ନାହିଁ । ସମାଜବାଦକୁ ଆଗକୁ ବଢାଉଥିବା ଶାସନର ସାମିଲ କରାଯିବ । ସରକାର ୧୯୫୯ରେ କ୍ୟୁବା କ୍ରାନ୍ତି ସଂସ୍ଥାପକଙ୍କ ଦ୍ୱାରା ଆରମ୍ଭ ହୋଇଥିବା କାର୍ଯ୍ୟକୁ ଜାରି ରଖିବେ।

ଦୀର୍ଘ ୬୦ ବର୍ଷ ଧରି କ୍ୟୁବାରେ କାଷ୍ଟ୍ରୋ ପରିବାରର ଦବଦବା ରହିଥିଲା । ଗତ ୬୦ ବର୍ଷ ଧରି ଏଠାରେ କାଷ୍ଟ୍ରୋ ଯୁଗର ଅନ୍ତ ଘଟିଛି । ଏହାସହ ଦେଶରେ ଶାସନ ଦାୟିତ୍ୱରେ ଥିବା କାଷ୍ଟ୍ରୋ ଭ୍ରାତାଙ୍କ ରାଜ୍ ଶେଷ ହୋଇଛି ।

୨୦୧୮ ନିର୍ବାଚନରେ ୬୦ ବର୍ଷୀୟ କନେଲ୍ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଏକମାତ୍ର ଦାବିଦାର ଥିଲେ । କ୍ୟୁବାର ସରକାରୀ ନ୍ୟୁଜ ଓ୍ୱେବସାଇଟ୍ କ୍ୟୁବାଡେବିଟ୍ ଅନୁସାରେ,କନେଲ୍ ନ୍ୟାଶନାଲ ଆସେମ୍ବଲୀରେ ୬୦୪ଟି ଆସନରୁ ସଂଖ୍ୟାଗରିଷ୍ଠତା ଭୋଟ୍ ମିଳିଥିଲା । ସେ ୫ ବର୍ଷ ଯାଏଁ ରାଷ୍ଟ୍ରପତି ରହିବେ ।

କ୍ୟାନେଲ୍ କମ୍ୟୁନିଷ୍ଟ ପାର୍ଟିର ସର୍ବୋଚ୍ଚ ନେତାଙ୍କ ମଧ୍ୟରୁ ଅନ୍ୟତମ । ସେ ୨୦୧୩ରେ ପ୍ରଥମ ଥର ପାଇଁ ଦେଶର ଉପରାଷ୍ଟ୍ରପତି ହୋଇଥିଲେ । ୧୯୫୯ କ୍ରାନ୍ତି ପରେ ସେ ଦେଶର ପ୍ରଥମ ନେତା ଯିଏକି କାଷ୍ଟ୍ରୋ ପରିବାରର ନହୋଇ ରାଷ୍ଟ୍ରପତି ହୋଇଛନ୍ତି । ଏହାସହ ସେ ଶାସନ ମୁଖ୍ୟ ହୋଇଥିଲେ ମଧ୍ୟ କାଷ୍ଟ୍ରୋ ରାଉଲଙ୍କୁ ପରାମର୍ଶଦାତା ଭାବେ ସ୍ଥାନ ଦେଇଛନ୍ତି ।

କ୍ୟାନେଲ ରାଷ୍ଟ୍ରପତି ହେବା ପରେ ଦେଶରେ ଅନେକ ପରିବର୍ତ୍ତନ ହୋଇଥିଲା । ଦେଶରେ ଇଣ୍ଟରନେଟ୍ ବ୍ୟବହାର ବଢିଥିଲା ।ଯାହା ଯୁବକମାନଙ୍କୁ ଅନେକ ଫାଇଦା ଦେଇଥିଲା ।

୨୦୦୬ରୁ ରାଷ୍ଟ୍ରପତି ଥିଲେ ରାଉଲ

ଶୀତଳ ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଫିଦେଲ୍ କ୍ୟାଷ୍ଟ୍ରୋ ଓ ତାଙ୍କ ପରେ ସାନ ଭାଇ ରାଉଲ କ୍ୟାଷ୍ଟ୍ରୋ ସରକାରରେ ଦୀର୍ଘ ଦିନ ଧରି ଅବସ୍ଥାପିତ ଥିଲେ । ୮୯ ବର୍ଷର ରାଉଲ ୨୦୦୬ରେ ଦେଶର ରାଷ୍ଟ୍ରପତି ହୋଇଥିଲେ । ବଡ ଭାଇ ଫିଦେଲଙ୍କ ପରେ ସେ ପଦ ସମ୍ଭାଳିଥିଲେ ।  

   Related Posts