୨୦ରୁ CTET ପାଇଁ ଆବେଦନ ଆରମ୍ଭ, ପ୍ରଥମ ଥର ଅନଲାଇନ୍‌ ମୋଡ୍‌ରେ ହେବ ପରୀକ୍ଷା

Published By : Prameya-News7 Bureau | September 18, 2021 IST

ନୂଆଦିଲ୍ଲୀ ୧୮/୦୯: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) ଡିସେମ୍ବର ୧୬, ୨୦୨୧ରୁ ୧୩ ଜାନୁଆରୀ ୨୦୨୨ ମଧ୍ୟରେ ସିବିଟି ମାଧ୍ୟମରେ ସିଟିଇଟି ପରୀକ୍ଷା ଆୟୋଜନ କରିବ। ସିବିଏସ୍‌ଇ ଦ୍ବାରା ଅନଲାଇନ୍‌ ମୋଡରେ ସେଣ୍ଟ୍ରାଲ୍‌ ଟିଚର ଏଲିଜିବିଲିଟି ଟେଷ୍ଟ (ସିଟିଇଟି) ପରୀକ୍ଷା କରାଇବ। ଏବେ ଯାଏ ଏହି ପରୀକ୍ଷା ଅଫଲାଇନ୍‌​‌ରେ ହେଉଥିଲା।

ସମଗ୍ର ଦେଶରେ ସିଟିଇଟି ପରୀକ୍ଷା ୨୦ ଭାଷାରେ ହେବ ବୋଲି ଜଣାପଡ଼ିଛି। ପରୀକ୍ଷା ସମ୍ପର୍କରେ ବିସ୍ତୃତ ବିବରଣୀ ସିଟିଇଟି ଅଫିସିଆଲ୍‌ ଓ୍ବେସାଇଟ୍‌ https://ctet.nic.in ରେ ସେପ୍ଟେମ୍ବର ୨୦ରୁ ଉପଲବ୍ଧ ହେବ। ଇଚ୍ଛୁକ ପ୍ରାର୍ଥୀ ୨୦/୦୯/୨୧ରୁ ଅଧିକାରୀକ ଓ୍ବେବସାଇଟ୍‌ରେ ଆବେଦନ କରିପାରିବେ।  ଆବେଦନର ଶେଷ ତାରିଖ ୧୯/୧୦/୨୧ (ମଙ୍ଗଳବାର) ରହିଛି ।  

ଅକ୍ଟୋବର ୨୦ ତାରିଖ ସୁଦ୍ଧା ଆବେଦନକାରୀ ଫି ଭରିପାରିବେ। ଏଥିପାଇଁ ଆବେଦନ ଶୁଳ୍କ ଧାର୍ଯ୍ୟ କରାଯାଇଛି। କେବଳ ପେପର ୧ କିମ୍ବା ୨ ପାଇଁ ୧୦୦୦ ଟଙ୍କା ଏବଂ ଦୁଇଟି ପେପର ପାଇଁ ଫର୍ମ ପୂରଣ କଲେ ୧୨୦୦ ଟଙ୍କା ଦେବାକୁ ହେବ। ଏହି ପରୀକ୍ଷାରେ ପାସ କରିବା ପରେ ପ୍ରାର୍ଥୀ ଦେଶରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ଏବଂ ଆର୍ମି ସ୍କୁଲ୍‌ରେ ଶିକ୍ଷକ ପଦବୀ ପାଇଁ ଆବେଦନ କରିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.