ନୂଆବର୍ଷରେ କଟକରେ ପୌର ନିର୍ବାଚନ ! ପାଗ ଭିଡିଲେଣି ଉଭୟ ରାଜନୈତିକ ଦଳ

Published By : Prameya-News7 Bureau | December 29, 2019 IST

କଟକ ୨୯।୧୨: ନୂଆବର୍ଷରେ କଟକରେ ହୋଇପାରେ ପୌର ନିର୍ବାଚନ । ସେଥିପାଇଁ ପାଗ ଭିଡିଲେଣି ବିଜେଡି ଓ କଂଗ୍ରେସ । ୫୯ଟି ଯାକ ୱାର୍ଡରେ ବିଜେଡି ଜିତିବ ବୋଲି ଦଳ ଆଶା ରଖିଥିବା ବେଳେ କଂଗ୍ରେସ ମଧ୍ୟ ତାର ପ୍ରତିଷ୍ଠା ଦିବସରେ ଲୋକ ସମ୍ପର୍କ ବଢାଇଛି ।

{"id":204233,"sizeSlug":"large"}

କଟକ ମହାନଗର ନିଗମ କାଉନସିଲ ର କାର୍ଯ୍ୟକାଳ ୧୦ ମାସ ହେବ ସରିଲାଣି । ଏବେ ୱାର୍ଡରେ ନାହାଁନ୍ତି ଜନ ପ୍ରତିନିଧି । ନୂଆ ବର୍ଷରେ ପୌର ନିର୍ବାଚନ ହେବାର ସମ୍ଭାବନା ରହିଛି । ତେଣୁ କଟକରେ ଉଭୟ ବିଜେଡି ଓ କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ୫୯ଟି ଯାକ ୱାର୍ଡରେ ବିଜେଡି ବିଜୟୀ ହେବ ବୋଲି ଆଶାବାଦୀ ବିଜେଡି ।  

{"id":204236,"sizeSlug":"large"}

ସେପଟେ କଂଗ୍ରେସ ତାର ପ୍ରତିଷ୍ଠା ଦିବସରେ ସି ଏମ୍ ସି କାଉନସିଲ୍ ନିର୍ବାଚନ ଶୀଘ୍ର କରିବା ପାଇଁ ଦାବି କରିଛି । ବିଧାୟକ ମହମ୍ମଦ୍ ମୋକ୍କିମ୍ ଙ୍କ ନେତୃତ୍ବରେ କଂଗ୍ରେସ ୱାର୍ଡ ପରିକ୍ରମା କରି ଲୋକ ସମ୍ପର୍କ ବଢାଇଛି । ଲୋକମାନଙ୍କ ପାଖକୁ ଯିବାକୁ କର୍ମୀଙ୍କୁ ଆହ୍ବାନ ଦେଇଛି କଂଗ୍ରେସ ।

{"id":204234,"sizeSlug":"large"}

ମହମ୍ମଦ୍ ମୋକ୍କିମ୍ ଙ୍କ ନେତୃତ୍ବରେ ବାରବାଟୀ-କଟକରେ କଂଗ୍ରେସ ତାର ସ୍ଥିତି କିଛି ପରିମାଣରେ ସୁଧାରିଛି ସତ ମାତ୍ର ଚୌଦ୍ୱାର-କଟକରେ ଥିବା ୱାର୍ଡରେ କଂଗ୍ରେସ ସମ୍ପୂର୍ଣ୍ଣ ଦୁର୍ବଳ ସ୍ଥିତିରେ ଅଛି । ସେପଟେ ଗତ ନିର୍ବାଚନରେ ବିଜେପି କଟକ ସହରରେ ଖୁବ୍ ଭଲ ଭୋଟ୍ ନେଇଥିବାରୁ ପୌର ନିର୍ବାଚନରେ ବିଜେପି ମଧ୍ୟ ଭଲ କରିବାର ସମ୍ଭାବନା ରହିଛି ।

{"id":204235,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.