ଏନ.ଆଇ .ଓ ଏସ୍ କୁ ବିରୋଧକରି ଆନ୍ଦୋଳନରେ ବସିଲେ ସି.ଟି. ଛାତ୍ରଛାତ୍ରୀ

Published By : Prameya-News7 Bureau | November 28, 2018 IST

ଆନନ୍ଦପୁର;୨୮/୧୧- ଆନନ୍ଦପୁର ଉପଖଣ୍ଡ ଫକିରପୁର ଠାରେ ଥିବା ସରକାରୀ ସି.ଟି ସ୍କୁଲ ଛାତ୍ରଛାତ୍ରୀମାନେ ଆଜି ଏନ.ଆଇ.ଓ.ଏସ କୁ ବିରୋଧକରି ସରକାରୀ ନିଷ୍ପତି ବିରୋଧରେ ନାରାବାଜି କରିବାସହ ଧାରଣାରେ ବସିଛନ୍ତି ।  ଯେକୌଣସି ବେସକାରୀ ଶିକ୍ଷାନୁଷ୍ଠାନ ୨ବର୍ଷ ରୁ ଉର୍ଦ୍ଧ  ଶିକ୍ଷକତା କରୁଥିବା ବ୍ୟକ୍ତି ଏନ.ଆଇ.ଓ.ଏସ ରୁ ସପ୍ତାହକୁ ମାତ୍ର ଗୋଟିଏ ଟ୍ରେନିଂ କ୍ଲାସ୍ କରି ଓ.ଟି.ଇ.ଟି ପରିକ୍ଷା ପାଇଁ ଯୋଗ୍ୟ ବିବେଚିତ ହେଉଥିବାରୁ ସରକାରୀ ନିଷ୍ପତିକୁ ଏମାନେ ବିରୋଧ କରିଛନ୍ତି । ଏହା ଫଳରେ ସିଟି ତାଲିମପ୍ରାପ୍ତ ଯୁବକଯୁବତୀ ମାନେ ଯୋଗ୍ୟଥିଲେବି ଚାକିରି କ୍ଷେତ୍ରରେ ସୁବିଧା ହରାଉଛନ୍ତି । ଏଭଳି ନିଷ୍ପତ୍ତିର ପ୍ରତ୍ୟାହାର ନିମନ୍ତେ  ଛାତ୍ରଛାତ୍ରୀ ଙ୍କ ତରଫରୁ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.