ଓଟିଇଟି ପରୀକ୍ଷା ଦେବାରୁ ବଞ୍ଚିତ ସିଟି ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
29/11/2018 at 3:12 PM

କଳାହାଣ୍ଡି ୨୯|୧୧: କଳାହାଣ୍ଡି ଜିଲ୍ଲା ଧର୍ମଗଡ ସିଟି ପ୍ରଶିକ୍ଷଣ ନେଉଥିବା ଓ ସିଟି ଟ୍ରେନିଂରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଓଟିଇଟି ପରୀକ୍ଷା ଦେବାରୁ ନିବୃତ୍ତ କରିଥିବା ବେଳେ ଅଣ ତାଲିମପ୍ରାପ୍ତ ଶିକ୍ଷକମାନଙ୍କୁ ପରୀକ୍ଷା ପାଇଁ ଅନୁମତି ଦିଆଯାଇଛି । ଏହାକୁ ନେଇ ଆଜି ଧର୍ମଗଡଠାରେ ତାଲିମପ୍ରାପ୍ତ ଓ ତାଲିମ ନେଇ ସାରିଥିବା ଛାତ୍ରଛାତ୍ରୀମାନେ ରାଜ୍ୟ ସରକାରଙ୍କ ଅଣଦେଖାର ବିରୋଧ କରି ବିକ୍ଷୋଭ କରିବା ସହ ୫ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି । ଦାବି ଉପରେ ତୁରନ୍ତ ବିଚାର କରାନଗଲେ ରାଜରାସ୍ତାକୁ ଓହ୍ଳାଇବା ପାଇଁ ଚେତାବନୀ ଦେଇଛନ୍ତି।
Related Posts
ସାରୁଆରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
27 February 2021
କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍
27 February 2021
ରୋଷେଇ ସମୟରେ ଅଘଟଣ : ଦେହରେ ନିଆଁ ଲାଗି ଗର୍ଭବତୀ ମହିଳା ଗୁରୁତର
26 February 2021