Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ଜାଡେଜାଙ୍କ ଆଗରେ ଆରସିବିର ଛତ୍ରଭଙ୍ଗ, ୪ ବିଜୟ ପରେ ଚାଖିଲା ପରାଜୟର ସ୍ଵାଦ, ଶୀର୍ଷରେ ପହଞ୍ଚିଲା ଚେନ୍ନାଇ ସୁପର କିଙ୍ଗ୍ସ

25/04/2021 at 7:17 PM

ମୁମ୍ବାଇ ୨୫।୦୪: କ୍ରମାଗତ ୪ଟି ମ୍ୟାଚ୍‌ ଜିତିବା ପରେ ଶେଷରେ ପରାଜୟର ସ୍ଵାଦ ଚାଖିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଚଳିତ ଆଇପିଏଲର ୧୯ତମ ମୁକାବିଲାରେ ରବୀନ୍ଦ୍ର ଜାଡେଜାଙ୍କ ଅଲରାଉଣ୍ଡର ପ୍ରଦର୍ଶନ ଦମ୍‌ରେ ବାଙ୍ଗାଲୋରକୁ ୬୯ ରନରେ ମାତ୍‌ ଦେଇ କ୍ରମାଗତ ଚତୁର୍ଥ ବିଜୟ ହାସଲ କରିଛି ଚେନ୍ନାଇ। ଏହି ବିଜୟ ସହ ଚେନ୍ନାଇ ପଏଣ୍ଟ ତାଲିକାର ଶୀର୍ଷକୁ ଉଠିଥିବା ବେଳେ ଆରସିବି ଦ୍ଵିତୀୟକୁ ଖସିଛି।

ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସୁପର କିଙ୍ଗ୍ସ ରବୀନ୍ଦ୍ର ଜାଡେଜାଙ୍କ ବିସ୍ଫୋରକ ଅପରାଜିତ ୬୨ ରନ ଏବଂ ଫାଫ ଡୁପ୍ଲେସିସ୍‌ଙ୍କ ୫୦ ରନ ଜରିଆରେ ୪ ଓ୍ଵିକେଟ୍ ହରାଇ ୧୯୧ ରନ କରିଥିଲା। ଜବାବରେ ବାଙ୍ଗାଲୋର ରବୀନ୍ଦ୍ର ଜାଡେଜା ଓ ଇମ୍ରାନ ତାହିରଙ୍କ ବୋଲିଂର ମୁକାବିଲା କରିନପାରି ୨୦ ଓଭରରେ ୯ ଓ୍ଵିକେଟ୍ ହରାଇ ୧୨୨ ରନରେ ସୀମିତ ରହିଥିଲା। ବାଙ୍ଗାଲୋର ପକ୍ଷରୁ ଦେବଦତ୍ତ ପାଡିକଲ୍ ସର୍ବାଧିକ ୩୪ ରନ କରିଥିଲେ। ସମାନ ୫ ମ୍ୟାଚ୍‌ରୁ ଚେନ୍ନାଇ ଓ ବାଙ୍ଗାଲୋରର ୮ ପଏଣ୍ଟ ଥିଲେ ମଧ୍ୟ ଉନ୍ନତ ନେଟ୍ ରନରେଟ୍ ଆଧାରରେ ଚେନ୍ନାଇ ଶୀର୍ଷରେ ପହଞ୍ଚିଛି। ବ୍ୟାଟ୍ ଓ ବଲ୍‌ରେ ଚମତ୍କାର ପ୍ରଦର୍ଶନ କରିଥିବା ଜାଡେଜା ମ୍ୟାନ୍ ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି।

୧୯୨ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଆରସିବିର ଦୁଇ ଓପନର ବିରାଟ କୋହଲି ଓ ଦେବଦତ୍ତ ପାଡିକଲ ବିସ୍ଫୋରଣ ବ୍ୟାଟିଂ କରି ୩.୧ ଓଭରରେ ଦ୍ରୁତ ୪୪ ରନ ଯୋଡିଥିଲେ। ବିରାଟ କୋହଲି(୮ ରନ) ଆଉଟ୍ ହେବା ପରେ ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା। ଦେବଦତ୍ତ  ପାଡିକଲ୍ ଓ ଗ୍ନେଲ ମ୍ୟାକ୍ସଓ୍ଵେଲ୍‌ଙ୍କୁ ବାଦ୍ ଦେଲେ ବାକି ବ୍ୟାଟସନ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ। ପାଡିକଲ ୧୫ ବଲ୍‌ରୁ ୪ ଚୌଖା ଓ ୨ ଛକା ସହ ୩୪ ରନ କରି ପାଭିଲିୟନ ଫେରିଥିଲେ।

ମଧ୍ୟକ୍ରମରେ ଓ୍ଵାଶିଂଟନ ସୁନ୍ଦର(୭), ଏବି ଡିଭିଲିୟର୍ସ(୪) ଜାଡେଜାଙ୍କ ବଲ୍‌ରେ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ। ଗ୍ଲେନ ମ୍ୟାକ୍ସଓ୍ଵେଲ୍‌ ୨୨ ରନ କରିଥିଲେ ମଧ୍ୟ ଅଧିକ ସମୟ କ୍ରିଜ୍‌ରେ ତିଷ୍ଠି ପାରିନଥିଲେ। ଜାଡେଜା ତାଙ୍କୁ କ୍ଲିନ ବୋଲ୍ଡ କରି ଚେନ୍ନାଇ ବିଜୟର ମାର୍ଗ ପ୍ରଶସ୍ତ କରିଥିଲେ। ଖାସ୍ କରି ଜାଡେଜା ଓ ଇମ୍ରାନ ତାହିର ଆରସିବିର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। କାଏଲ ଜେମିନସନ(୧୬) ରନ ଆଉଟ୍ ହୋଇଥିଲେ। ଶେଷରେ ବାଙ୍ଗାଲୋର ୯ ଓ୍ଵିକେଟ୍ ହରାଇ ୧୨୨ ରନ କରିବାକୁ ସକ୍ଷମ ହୋଇଥିଲା। ମହମ୍ମଦ ସିରାଜ ୧୨ ଓ ୟୁଜବେନ୍ଦ୍ର ଚହଲ ୮ ରନରେ ଅପରାଜିତ ଥିଲେ।

ଚେନ୍ନାଇ ପକ୍ଷରୁ ରବୀନ୍ଦ୍ର ଜାଡେଜା ୪ ଓଭରରେ ୧୩ ରନ ଦେଇ ୩ ଓ୍ଵିକେଟ୍ ଓ ଇମ୍ରାନ ତାହିର ୧୬ ରନରେ ୨ ଓ୍ଵିକେଟ୍ ନେଇ ଦଳ ବିଜୟରେ ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି। ସାମ୍ କରନ ଓ ଶାର୍ଦ୍ଦୁଳ ଠାକୁର ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

   Related Posts