Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ପରାଜୟର ଧାରା ଭାଙ୍ଗିଲା ଚେନ୍ନାଇ, ୨୦ ରନରେ ହାରିଲା ହାଇଦ୍ରାବାଦ

14/10/2020 at 12:01 AM

ଦୁବାଇ, ୧୩ ।୧୦: ଆଇପିଏଲର ୨୯ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ୨୦ ରନରେ ବିଜୟ ଲାଭ କରିଛି । ଏହାସହ ପ୍ଲେଅଫରେ ଖେଳିବା ନେଇ ଆଶା ଉଜ୍ଜିବୀତ ରହିଛି । ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୨୦ ଓଭରରେ ୧୬୭ ରନ୍ କରିଥିଲା । ଜବାବରେ ହାଇଦ୍ରାବାଦ ୨୦ ଓଭରରେ ୧୪୭ ରନ୍ କରିପାରିଥିଲା ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଚେନ୍ନାଇ ସୁପରକିଙ୍ଗ୍ସର ଆରମ୍ଭ ନିରାଶଜନକ ଥିଲା। ଦଳ ୧୦ ରନ ସ୍କୋରରେ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ଡୁପ୍ଲେସିସ୍ ଖାତା ଖୋଲିବା ପୂର୍ବରୁ ସନ୍ଦୀପ ଶର୍ମାଙ୍କ ବଲରେ ଆଉଟ୍ ହୋଇଥିଲେ। ଆଜି ଓପନିଂ ବ୍ୟାଟିଂ କରିଥିବା ସାମ କୁରନ ୨୧ ବଲରୁ ୩ ଚୌକା ଓ ୨ ଛକା ସହ ୩୧ ରନ ସନ୍ଦୀପ ଶର୍ମାଙ୍କ ଦ୍ଵିତୀୟ ଶିକାର ହୋଇଥିଲେ। ୩୫ ରନରେ ଦୁଇ ଓପନରଙ୍କୁ ହରାଇବା ପରେ ସେନ୍ ଓ୍ଵାଟସନ ଓ ଅମ୍ବତି ରାୟୁଡୁ ଦଳର ଇନିଂସ ସମ୍ଭାଳିଥିଲେ।

ଉଭୟ ବ୍ୟାଟସମାନ ସତର୍କତାର ସହ ବ୍ୟାଟିଂ କରି ତୃତୀୟ ଓ୍ଵିକେଟ୍ ପାଇଁ ୮୧ ରନ ଯୋଡି ଦଳର ସ୍ଥିତି ମଜବୁତ କରିଥିଲେ। ୧୧୬ ରନ ସ୍କୋରରେ ରାୟୁଡୁଙ୍କୁ ଆଉଟ୍ କରି ଖଲିଲ ଅହମ୍ମଦ ଦଳକୁ ତୃତୀୟ ସଫଳତା ଦେଇଥିଲେ। ରାୟୁଡୁ ୩୪ ବଲରୁ ୩ ଚୌକା ଓ ୨ ଛକା ସହ ୪୧ ରନ କରିଥିଲେ। ପରେ ସେନ ଓ୍ଵାଟସନ ୪୨ ରନ କରି ପାଭିଲିୟନ ଫେରିଥିଲେ। ଧୋନୀ ୧୩ ବଲରୁ ୨ ଚୌକା ଓ ୧ ଛକା ସହ ୨୧ ରନ କରି ଟି ନଟରାଜନଙ୍କ ଦ୍ଵିତୀୟ ଶିକାର ହୋଇଥିଲେ। ଶେଷ ଆଡକୁ ରବିନ୍ଦ୍ର ଜାଡେଜା ୧୦ ବଲରୁ ୩ ଚୌକା ଓ ୧ ଛକା ସହ ଦ୍ରୁତ ୨୫ ରନ କରିଥିଲେ। ଫଳରେ ଚେନ୍ନାଇ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୬୭ ରନ କରିଛି।ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ସନ୍ଦୀପ ଶର୍ମା ୨, ଖଲିଲ ଅହମ୍ମଦ ୨ ଓ ଟି ନଟରାଜନ ୨ଟି ଓ୍ଵିକେଟ୍ ନେଇଥିଲେ।

ତେବେ ୧୬୮ ରନର ବିଜୟ ଲକ୍ଷ ପିଛା କରୁଥିବା ହାଇଦ୍ରାବାଦର ଓପନିଂ ଯୋଡି ବିଫଳ ହୋଇଥିଲେ । ଦଳ ପାଖରେ ଓ୍ୱିକେଟ୍ ଥିଲେ ମଧ୍ୟ କୌଣସି ଖେଳାଳି ଜିତାଇ ପାରିନଥିଲେ । କେବଳ ପରାଜୟର ବ୍ୟବଧାନ କମ୍ କରିଥିଲେ । ଫଳରେ ସ୍କୋର ୧୪୭ରନରେ ପହଁଚିଥିଲା । ହାଇଦ୍ରାବାଦ ପକ୍ଷରୁ କେନ୍ ଓ୍ୱିଲମସନ୍ ସର୍ବାଧିକ ୫୭ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରିୟମ ଗର୍ଗ ୧୬, ଜନି ବେୟରଷ୍ଟ ୨୩ ରନ୍ କରିଥିଲେ ।
ଚେନ୍ନାଇ ତରଫରୁ ଡୁଏନ ବ୍ରାଭୋ ଓ କେ ଶର୍ମା ୨ଟି ଲେଖାଏଁ ଓ୍ୱିକେଟ୍ ନେଇଥିଲେ ।

   Related Posts