ଟସ୍ ଜିତିଲା ଚେନ୍ନାଇ, ପ୍ରଥମେ ବ୍ୟାଟିଂ କରିବ ଦିଲ୍ଲୀ କ୍ୟାପିଟାଲ

Published By : Prameya-News7 Bureau | September 25, 2020 IST

ଦୁବାଇ ୨୫।୯: ଶୁକ୍ରବାର ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗସ୍ (ସିଏସକେ) ଓ ଦିଲ୍ଲୀ କ୍ୟାପିଟାଲସ (ଡିସି) ମଧ୍ୟରେ ମୁକାବିଲା ହେବ। ଏଥିଲାଗି ନିର୍ଦ୍ଧାରିତ ସମୟରେ ଟସ୍‌ ପଡିଥିବା ବେଳେ ଚେନ୍ନାଇ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛି। ଏଣୁ ଦିଲ୍ଲୀ ବ୍ୟାଟିଂ ଲାଗି ଷ୍ଟାଡିୟମକୁ ଓହ୍ଲାଇବ।

{"id":334477,"sizeSlug":"large"}

ଆଇପିଏଲ ରେକର୍ଡରୁ ସିଏସକେର ସ୍ଥିତି ବେଶ୍ ସୁରକ୍ଷିତ ଦେଖାଯାଏ। ୨୦୦୮ ମସିହାରୁ ଆରମ୍ଭ ହୋଇଥିବା ଆଇପିଏଲରେ ଏପର୍ଯ୍ୟନ୍ତ ସିଏସକେ ଏ ଡିସି ମଧ୍ୟରେ ମୋଟ ୨୧ଟି ମୁକାବିଲା ହୋଇଛି। ଏଥିରୁ ସିଏସକେ ୧୫ ଓ ଦିଲ୍ଲୀ ୬ଟି ବିଜୟ ପ୍ରାପ୍ତ କରିଛନ୍ତି। ଚଳିତ ଆଇପିଏଲକୁ ହିସାବକୁ ନେଲେ ସିଏସକେ ଏପର୍ଯ୍ୟନ୍ତ ଦୁଇଟି ମ୍ୟାଚ୍‌ରୁ ଗୋଟିଏ ଜିତି ଥିବା ବେଳେ ଗୋଟିଏ ମ୍ୟାଚ୍‌ରେ ପରାସ୍ତ ହୋଇଛି। ସେହି ଅନୁସାରେ ଏହି ମ୍ୟାଚ୍‌କୁ ମଧ୍ୟ ସିଏସକେ ଜିତିବାକୁ ଷ୍ଟାଡିୟମକୁ ଓହ୍ଲାଉଥିବା ବେଳେ ପ୍ରଥମ ମ୍ୟାଚ୍‌ ଜିତିଥିବା ଦିଲ୍ଲୀ ଏହି ମ୍ୟାଚ୍‌କୁ ହାତେଇ ନିଜର ବିଜୟ ଅଭିଯାନକୁ ବଜାୟ ରଖିବାକୁ ଚେଷ୍ଟା କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.