Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ସମ୍ମାନ ବଞ୍ଚାଇଲେ ରୁତୁରାଜ, ୮ ଓ୍ବିକେଟ୍‌ରେ ବେଙ୍ଗାଲୁରୁକୁ ହରାଇଲା ଚେନ୍ନାଇ

25/10/2020 at 6:51 PM

ଦୁବାଇ ୨୫/୧୦: କେବଳ ୨ ଓ୍ବିକେଟ୍‌ ବିନିମୟରେ ଲକ୍ଷ୍ୟ ହାସଲ କଲା ଚେନ୍ନାଇ ସୁପର କିଙ୍ଗସ୍‌। ୧୮.୪ ଓଭରରେ ୧୫୦ ରନ୍‌ କରି ବେଙ୍ଗାଲୁରୁକୁ ପରାସ୍ତ କଲା ସିଏସ୍‌କେ। ରୁତୁରାଜ ଗାଇକ୍ବାଡଙ୍କ ଦମଦାର ଅର୍ଦ୍ଧଶତକ ଚେନ୍ନାଇକୁ ଜିତିବାରେ ସହାୟକ ହୋଇଛି। ଗାଇକ୍ବାଡ୍‌ଙ୍କ ସାଥ୍‌ ଦେଇଥିଲେ ଅଧିନାୟକ ଏମଏସ୍ ଧୋନୀ।

୪୬ ରନ୍‌ରେ ପ୍ରଥମ ଓ୍ବିକେଟ ଭାବେ ଡୁପ୍ଳେସିସ୍‌ଙ୍କୁ ହରାଇଥିଲା ସିଏସ୍‌କେ। ୨୫ ରନ୍‌ କରି ପାଭିଲିୟନ୍‌ ଫେରିଯାଇଥିଲେ ଡୁପ୍ଲେସିସ୍‌। ପ​‌ରେ ପରେ ଅମ୍ବାତି ରୟଡୁ ଆଉଟ ହୋଇଥିଲେ। ସେତେବେଳକୁ ଦଳର ସ୍କୋର ଥିଲା ୧୧୩। ରୁତୁରାଜଙ୍କ ଦମଦାର ୬୫ ରନ୍ ଓ ଧୋନୀଙ୍କ ୧୯ ରନ୍ ଦଳକୁ ବିଜୟ ଆଣିଦେଇଛି।

ସେପଟେ ବେଙ୍ଗାଲୁରୁ ବୋଲର କିନ୍ତୁ ଚେନ୍ନାଇକୁ ଅଟକାଇବାରେ ସମର୍ଥ ହୋଇନାହାନ୍ତି। ଆଜିର ମ୍ୟାଚ୍‌ରେ କ୍ରିସ୍‌ ମୋରିସ ଓ ୟୁଜବେନ୍ଦ୍ର ଚହଲଙ୍କୁ ଗୋଟିଏ ଲେଖାଏଁ ଓ୍ବିକେଟ ମିଳିଛି ।

ଆଜିର ମ୍ୟାଚ୍‌ରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ବେଙ୍ଗାଲୁରୁ। ସେପଟେ ସମ୍ମାନ ବଞ୍ଚାଇବାକୁ ପ୍ରୟାସ କରୁଥିବା ଚେନ୍ନାଇ ଫିଲ୍ଡିଂ ପାଇଁ ପଡ଼ିଆକୁ ଓହ୍ଲାଇଥିଲା। ତେବେ ପ୍ରଥମେ ବ୍ୟାଟିଂ କରୁଥିବା ବେଙ୍ଗାଲୁରୁ ୬ ଓ୍ବିକେଟ ବିନିମୟରେ ୨୦ ଓଭରରେ ୧୪୫ ରନ୍‌ କରିଥିଲା । ଚେନ୍ନାଇକୁ୧୪୬ ରନ୍‌ର ଟାର୍ଗେଟ ଦେଇଥିଲା ବେଙ୍ଗାଲୁରୁ।

ବେଙ୍ଗାଲୁରୁକୁ ୩୧ ରନ୍‌ରେ ପ୍ରଥମ ଝଟ୍‌କା ଲାଗିଥିଲା। ୧୧ ବଲ୍‌ରେ ୩ ଚୌକା ସହ କେବଳ ୧୫ ରନ୍‌ କରି ପାଭିଲିୟନ୍‌ ଫେରିଥିଲେ ଆରୋନ ଫିଞ୍ଚ। ୪୬ ରନ୍‌ ବେଳକୁ ଦେବୀଦତ୍ତ ପଡ୍ଡିକଲ କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ଦେବୀଦତ୍ତ ୨୧ ବଲ୍‌ରେ ୨ ଚୌକା ଓ ଗୋଟିଏ ଛକା ସହ ୨୨ ରନ୍‌ କରିବାରେ ସକ୍ଷମ ହୋଇଥିଲେ। ଆରସିବି ଅଧିନାୟକ ବିରାଟ କୋହଲି ଓ ଓ୍ବିକେଟ କିପର ଏବି ଡିଭିଲିୟର୍ସ ଦଳକୁ ଏକ ଭଲ ସ୍କୋର ଦେବାରେ ମୁଖ୍ୟ ଭୂମିକା ନେଇଥିଲେ।

ଡିଭିଲିୟର୍ସ ଭଲ ବ୍ୟାଟିଂ କରୁଥିଲେ ହେଁ ୩୯ ରନ୍‌ କରି ଆଉଟ ହୋଇଥିଲେ। ସେତବେଳକୁ ଦଳର ସ୍କୋର ୧୨୮ ହୋଇଥିଲା। ପରେପରେ ମୋଇନ୍‌ ଅଲି ମଧ୍ୟ ଫାଭିଲିୟନ ଫେରିଥିଲେ। ଅଧିନାୟକ କୋହଲି କିନ୍ତୁ ଦମଦାର ପ୍ରଦର୍ଶନ ଜାରି ରଖିଥିଲେ। ତେବେ ଅର୍ଦ୍ଧଶତକ ପୂରା କରିବା ପରେ ସାମ୍‌ କରନ୍‌ଙ୍କ ବଲ୍‌ର ଶିକାର ହୋଇଥିଲେ କୋହଲି। ପରେ କ୍ରିସ୍‌ ମୋରିସ୍‌ ଓ ଗୁରୁକ୍ରିତ ମନ୍‌ ବ୍ୟାଟିଂ କରିଥଲେ। କ୍ରିସ୍‌ ମୋରିସ୍ ୨ ରନ୍‌ କରି ଫାଭିଲିୟନ୍‌ ଫେରିଯାଇଥିଲେ।

   Related Posts