ଆଇପିଏଲ୍ ଫାଇନାଲରେ ଚେନ୍ନଇ-ସନରାଇଜର ମୁକାବିଲା

Published By : Prameya-News7 Bureau | May 26, 2018 IST

ଆଇପିଏଲ୍ ଫାଇନାଲରେ ଚେନ୍ନଇ-ସନରାଇଜର ମୁକାବିଲା । ଆଇପିଏଲର ୧୧ତମ ସଂସ୍କରଣର ଫାଇନାଲ୍ ମ୍ୟାଚ୍ ଚେନ୍ନଇ ସୁପର କିଙ୍ଗ୍ସ ଓ ସନ୍ରାଇଜର୍ସ ହାଇଦ୍ରାବାଦ୍ ମଧ୍ୟରେ ଅନୁଷ୍ଠିତ ହେବ। ପୂର୍ବରୁ ଚେନ୍ନଇ ସୁପର କିଙ୍ଗ୍ସ ଫାଇନାଲରେ ପହଞ୍ଚି ସାରିଥିବା ବେଳେ ଶୁକ୍ରବାର ଖେଳା ଯାଇଥିବା ୨ୟ କ୍ୱାଲିଫାୟର ମ୍ୟାଚ୍ରେ କଲକାତା ନାଇଟ ରାଇଡର୍ସ କୁ ୧୩ ରନ୍ରେ ସନ୍ରାଇଜର୍ସ ପରାସ୍ତ କରି ଏହି ସମ୍ଭାବନା ସୃଷ୍ଟି କରିଛି। ଋଦ୍ଧିମାନ ଶାହା, ଶିଖର ଧାୱନ ଓ ରସିଦ୍ ଖାଁଙ୍କ ଉପଯୋଗୀ ଇନିଂସ ବଳରେ ସନ୍ରାଇଜର୍ସ ୭ ୱିକେଟରେ ୧୭୪ ରନ୍ କରିଥିଲା। ଅପରପକ୍ଷରେ କ୍ରିସ୍ ଲିନ୍ଙ୍କ ୪୮ ରନ୍ ସତ୍ତେ୍ୱ କେକେଆର୍ ୯ ୱିକେଟ ହରାଇ ୧୬୧ ରନ୍ କରି ପାରିଥିଲା। ରବିବାର ମୁମ୍ବଇରେ ସନ୍ରାଇଜର୍ସ-ଚେନ୍ନଇ ଫାଇନାଲ ମ୍ୟାଚ୍ ଖେଳାଯିବ। ପ୍ରଥମ କ୍ୱାଲିଫାୟରରେ ସନ୍ରାଇଜର୍ସ-ଚେନ୍ନଇ ମୁକାବିଲା ହୋଇଥିଲା ଏବଂ ଏଥିରେ ଚେନ୍ନଇ ବିଜୟୀ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.