Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

କର ବା ମର ମ୍ୟାଚରେ ୭ ଓ୍ୱିକେଟରେ ଜିତିଲା ରାଜସ୍ଥାନ, ପ୍ଲେ ଅଫରୁ ବାଦ୍ ପଡିପାରେ ଚେନ୍ନାଇ ସୁପର କିଙ୍ଗସ୍ !

19/10/2020 at 11:00 PM

ଦୁବାଇ, ୧୯|୧୦   ଆଇପିଏଲରେ ଆଜି ଚେନ୍ନାଇ ସୁପର କିଙ୍ଗସ୍ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା କର ବା ମର ମୁକାବିଲାରେ ରାଜସ୍ଥାନ ବିଜୟଲାଭ କରିଛି । ଚେନ୍ନାଇ  ୧୨୬ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ରାଜସ୍ଥାନ ୧୭.୩  ଓଭରରେ ଟାର୍ଗେଟ ହାସଲ କରିନେଇଥିଲା ।  ଏହାସହ ରାଜସ୍ଥାନ ପ୍ଲେ ଅପର ଆଶା ଉଜ୍ଜୀବିତ ରଖିଛି । ତେବେ ଚେନ୍ନାଇର ପ୍ଲେ ଅଫ୍ ଆଶା ପ୍ରାୟତଃ ମଉଳି ଯାଇଛି ।କିନ୍ତୁ ପଏଣ୍ଟ ଟେବୁଲର ନେଟ୍ ରନ୍ ରେଟ୍ ଉପରେ ନିର୍ଭର କରେ ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇର ବ୍ୟାଟସମ୍ୟାନ ଆଜିର ମ୍ୟାଚ୍‌ରେ ରାଜସ୍ଥାନ ବୋଲିଂ ସାମ୍ନାରେ ହାତଖୋଲା ସଟ୍‌ ଖେଳିବାରେ ବିଫଳ ହୋଇଛନ୍ତି। ପ୍ରଥମରୁ ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇବାରୁ ଦଳର ରନହାର ଧିମେଇ ଯାଇଥିଲା। ଦଳ ପକ୍ଷରୁ ଓପନର ସାମ କରନ ୨୨ ରନ କରିଥିଲେ। ୫୬ ରନରେ ୪ ଓ୍ଵିକେଟ୍ ହରାଇବା ପରେଳ ଧୋନୀ ଓ ରବିନ୍ଦ୍ର ଜାଡେଜା ପଞ୍ଚମ ଓ୍ଵିକେଟ୍‌ରେ ୫୧ ରନ ଯୋଡିଥିଲେ। ଧୋନୀ ୨୮ ରନ କରି ଆଉଟ୍ ହୋଇଥିଲେ। ଜାଡେଜା ୩୦ ବଲରୁ ୪ ଚୌକା ସହ ୩୫ ରନ କରିଥିଲେ। ଶେଷରେ ଦଳ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୨୫ ରନ କରି ପାରିଥିଲା।

୧୨୬ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ରାଜସ୍ଥାନ ଧିମା ଖେଳିଥିଲା ଶୀଘ୍ର ଓ୍ୱିକେଟ୍ ହରାଇଥିଲେ ମଧ୍ୟ ଷ୍ଟିଭ୍ ସ୍ମିଥ ଓ ଜୋସ ବଟଲରଙ୍କ ଲଢୁଆ ଇନିଂସ ବଳରେ ଦଳ ବିଜୟ ଲାଭ କରିଥିଲା । ସ୍ମିଥ୍ ୨୬ ରନ୍ କରିଥିବା ବେଳେ ବଟଲର୍ ୭୦ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରବୀନ ଉଥାପା ୪, ବେନ ଷ୍ଟୋକ ୧୯ ରନ୍ କରିଥିଲେ ।

ଚେନ୍ନାଇ ପକ୍ଷରୁ ଦୀପକ ଚହର ସର୍ବାଧିକ ୨ଟି ଓ୍ୱିକେଟ୍ ନେଇଥିବା ବେଳେ ଜୋସ୍ ହାଜେଲଉଡ୍ ଗୋଟିଏ ଓ୍ୱିକେଟ୍ ନେଇଥିଲେ ।

   Related Posts