Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଆଜି ସାମ୍ନାସାମ୍ନି ହେବେ ଧୋନୀ ଓ ସଞ୍ଜୁ ସାମସନ୍, ସୁପରକିଙ୍ଗସକୁ କଡା ଟକ୍କର ଦେବ ରୟାଲ୍ସ

19/04/2021 at 10:15 AM

ମୁମ୍ବାଇ ୧୯/୦୪: ଆଇପିଏଲ୍‌ର ୧୨ତମ ଲିଗ୍‌ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗ୍‌ସ ଓ ରାଜସ୍ଥାନ ରୟାଲ୍ସ । ଏହି ମ୍ୟାଚ୍‌କୁ ନେଇ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି ।

 ଉଭୟ ଦଳ ବିଜୟ ଖାତା ଖୋଲି ସାରିଥିବାରୁ ଖେଳାଳିଙ୍କ ମନୋବଳ ଦ୍ୱିଗୁଣିତ ରହିଛି । ରାଜସ୍ଥାନ ରୟାଲ୍ସ ପ୍ରଥମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍‌ସ ଠାରୁ ପରାଜିତ ହୋଇଥିବାବେଳେ ଦ୍ୱିତୀୟ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇଥିଲା । ସେହିପରି ସୁପରକିଙ୍ଗ୍‌ସ ପ୍ରଥମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସଠୁ ପରାଜିତ ହୋଇଥିଲା । ହେଲେ ଦ୍ୱିତୀୟ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍‌ସକୁ ଏକତରଫା ଭାବେ ପରାସ୍ତ କରିଥିଲା । ଗତ ସିଜନରେ ଉଭୟ ଦଳ ପଏଣ୍ଟ ତାଲିକାରେ ଶେଷ ୨ସ୍ଥାନ ଅଧିକାର କରିଥିଲେ । ଏଥର ଟାଇଟଲ ଦୌଡରେ ସାମିଲ ହେବାକୁ ଲକ୍ଷ୍ୟ ରଖିଛନ୍ତି । ତେଣୁ କୌଣସି ମ୍ୟାଚ୍‌କୁ ହାଲ୍‌କା ଭାବେ ଗ୍ରହଣ କରିବାକୁ ଉଭୟ ଦଳ ପ୍ରସ୍ତୁତ ନାହାନ୍ତି । ସୋମବାର ଉଭୟ ଦଳ ଶ୍ରେଷ୍ଠ ଏକାଦଶ ନେଇ ଗ୍ରାଉଣ୍ଡକୁ ଓହ୍ଲାଇବେ ।

ସୁପରକିଙ୍ଗ୍‌ସ ପେସ୍‌ ବୋଲର ଲୁଙ୍ଗି ଏନ୍‌ଗିଡ଼ିଙ୍କ କ୍ୱାରେଣ୍ଟାଇନ୍‌ ଅବଧି ଶେଷ ହୋଇଛି ଓ ସେ ଅଭ୍ୟାସ ଆରମ୍ଭ କରିଛନ୍ତି । ଆଜି ତାଙ୍କୁ ଏକାଦଶରେ ଦେଖିବାକୁ ମିଳିପାରେ । ରାଜସ୍ଥାନ ରୟାଲ୍ସ ଦଳରେ କୌଣସି ପରିବର୍ତ୍ତନ ହେବାର ଆଶା ନାହିଁ । ଓପନର ମନନ ଭୋରାଙ୍କ ସ୍ଥାନରେ ଜଶସ୍ୱୀ ଜୈସ୍ୱାଲଙ୍କୁ ଏକାଦଶରେ ସୁଯୋଗ ମିଳିପାରେ । ସଞ୍ଜୁ ସାମସନ ରୟାଲ୍ସ ଦଳ ନୂଆ ଅଧିନାୟକ । ତେଣୁ ଧୋନିଙ୍କ ବିପକ୍ଷରେ ତାଙ୍କ ରଣନୀତ ଦେଖିବାକୁ ଦର୍ଶକ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ।

   Related Posts