Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

କାମ ଦେଲା ମାହିଙ୍କ ଫର୍ମୂଲା: ଚେନ୍ନାଇ ବିଜୟ ପରେ ଖୁଲ୍ଲାସା କଲେ ଜାଡେଜା

26/04/2021 at 10:43 AM

ମୁମ୍ୱାଇ୨୬/୪: IPlରେ RCB ଠାରୁ ଦମଦାର ବିଜୟ ହାସଲ କରିଛି ଚେନ୍ନାଇ ସୁପରକିଙ୍ଗସ୍ । ତେବେ ଏହି ମ୍ୟାଚ୍ ବିଜୟରେ ଅଲରାଉଣ୍ଡର ରବିନ୍ଦ୍ର ଡାଜେଜାଙ୍କର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା । ବ୍ୟାଟିଂ ସହ ବୋଲିଂରେ ବି କମାଲ କରିଥିଲେ ଜଦ୍ଦୁ । ଫଳରେ ମ୍ୟାଚ୍ ପରେ ତାଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ୍ ଆଓ୍ୱାର୍ଡ ଦିଆଯାଇଥିଲା । ଇନିଂସର ଶେଷ ଓଭର ମ୍ୟାଚର ଟର୍ଣିଂ ପଏଣ୍ଟ । ହର୍ଷଲ ପଟେଲଙ୍କ ଟାର୍ଗେଟରେ ଥିଲେ ଜାଡେଜା ।

ମ୍ୟାଚ୍ ବିଜୟ ପରେ ଜାଡେଜା କହିଛନ୍ତି ମାହି ଭାଇଙ୍କ ଫର୍ମୂଲା କାମ ଦେଇଥିଲା । ମାହି କହିଥିଲେ ଯେ ଜଣାଅଛି ହର୍ଷଲ ହି ଶେଷ ଓଭର ବୋଲିଂ କରିବେ । ତାଙ୍କର ରଣନୀତି କଣ ରହିବ ସେନେଇ ମାହି ଜଦ୍ଦୁଙ୍କୁ ଆଗୁଆ ପ୍ରସ୍ତୁତି କରିଥିଲେ ।  ମାହି ଭାଇଙ୍କ କହିବା ମୁତାବକ ସେ ପିଚରେ ସେହଭଳି ଖେଳିଥିଲେ । କାରଣ ଶେଷ ଓଭର ଦଳ ପାଇଁ ବେଶ୍ ଗୁରୁତ୍ୱ ବହନ କରିଥିଲା ।  

ଏହି ମ୍ୟାଚରେ ଜାଡେଜା ଧୂଆଁଧାର ୬୨ ରନର ଇଂନିସ ଖେଳିଥିଲେ । ଯାହା ଫଳରେ ଦଳର ସ୍କୋର ୨୦ ଓଭରରେ ୧୯୧ରେ ପହଞ୍ଚିଥିଲା । ଆରସିବି ପକ୍ଷରୁ ହର୍ଷଲ ପଟେଲ ୩ଟି ସଫଳତା ପାଇଥିବାବେଳେ ଚହଲ ଗୋଟିଏ ମାତ୍ର ସଫଳତା ପାଇଥିଲେ  । ଆରସିବିର ଅନ୍ୟ କୌଣସି ବୋଲର ସଫଳତ ସାବ୍ୟସ୍ତ ହୋଇନଥଲେ ।

   Related Posts