Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

CSK vs KKR Final: ଟସ୍ ଜିତି କେକେଆରର ବୋଲିଂ ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବ ସିଏସକେ

15/10/2021 at 7:17 PM

ଦୁବାଇ ୧୫।୧୦: ଦୁବାଇର ଅନ୍ତର୍ଜାତୀୟ ଷ୍ଟାଡିୟମରେ ଆଜି ଖେଳାଯାଉଛି ଆଇପିଏଲ-୨୦୨୧ର ଟାଇଟଲ୍ ମୁକାବିଲା। ମୁହାଁମୁହିଁ ହୋଇଛନ୍ତି ଚେନ୍ନାଇ ସୁପରକିଙ୍ଗ୍ସ ଓ କୋଲକାତା ନାଇଟ୍ ରାଇଡର୍ସ। ଫାଇନାଲ୍ ମ୍ୟାଚ୍‌ରେ ଟସ୍ ଜିତି କୋଲକାତା ନାଇଟ୍‌ ରାଇଡର୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଚେନ୍ନାଇ ଚତୁର୍ଥ ଥର ଚାମ୍ପିଅନ ହେବାକ ଲକ୍ଷ୍ୟ ରଖିଥିବା ବେଳେ କେକେଆର ତୃତୀୟ ଟାଇଟଲ୍‌ ସନ୍ଧାନରେ ରହିଛି। ଉଭୟ ଦଳର ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।

ପ୍ରଥମ ପ୍ଲେ ଅଫ ମ୍ୟାଚରେ ହିଁ ଦିଲ୍ଲୀକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା ଚେନ୍ନାଇ । ପ୍ଲେ ଅଫରେ ପ୍ରଥମେ ବାଙ୍ଗାଲୋର ଓ ପରେ ଦିଲ୍ଲୀକୁ ହରାଇ ଏବେ ଫାଇନାଲରେ ପ୍ରବେଶ କରିଛି କୋଲକାତା। ଉଭୟ ଦଳ ୨୫ଟି ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଚେନ୍ନାଇ ୧୬ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ କୋଲକାତା ୮ଟି ମ୍ୟାଚରେ ବିଜୟୀ ହୋଇଛି ।

ଚଳିତ ଆଇପିଏଲରେ ଦୁଇଥର ମୁହାଁମୁହିଁ ହୋଇଥିବା ମ୍ୟାଚରେ ଚେନ୍ନାଇ ଦୁଇ ଥର ବିଜୟ ଲାଭ କରିଛି । ତେବେ ଫର୍ମକୁ ଫେରିଥିବା କୋଲକାତା କିନ୍ତୁ ଏଥର ବଦଲା ନେବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ ଚେନ୍ନାଇ କିନ୍ତୁ ତାର ଚତୁର୍ଥ ଟ୍ରଫି ଲକ୍ଷ୍ୟ ରହିଛି ।

ଚେନ୍ନାଇ ସୁପର କିଙ୍ଗ୍ସ

ଋତୁରାଜ ଗାଏକଓ୍ଵାଡ, ଫାଫ ଡୁପ୍ଲେସିସ୍, ରବିନ ଉଥପ୍ପା, ମୋଇନ ଅଲ୍ଲୀ, ଅମ୍ବତି ରାୟୁଡୁ, ଏମଏସ ଧୋନୀ(ଓ୍ଵିକେଟ୍ କିପର/ଅଧିନାୟକ), ରବୀନ୍ଦ୍ର ଜାଡେଜା, ଡ୍ଵେନ ବ୍ରାଭୋ, ଶାର୍ଦ୍ଦୁଳ ଠାକୁର, ଦୀପକ ଚହର, ଜୋସ୍ ହେଜେଲଉଡ।

କୋଲକାତା ନାଇଟ୍ ରାଇଡର୍ସ

ଶୁଭମାନ ଗିଲ୍, ଭେଙ୍କଟେଶ ଆୟର, ନୀତିଶ ରାଣା, ରାହୁଲ ତ୍ରିପାଠୀ, ଦିନେଶ କାର୍ତ୍ତିକ(ଓ୍ଵିକେଟ୍ କିପର), ଇଅନ ମୋର୍ଗାନ(ଅଧିନାୟକ),  ସାକିବ ଅଲ ହାସନ, ସୁନିଲ ନାରିନ, ଲୋକି ଫର୍ଗ୍ୟୁସନ, ଶିବମ ମାଭି, ବରୁଣ ଚକ୍ରବର୍ତ୍ତୀ।

   Related Posts