ଟସ୍ ଜିତିଲା କିଙ୍ଗସ୍ ଏକାଦଶ ପଞ୍ଜାବ, ପ୍ରଥମେ କରିବ ବ୍ୟାଟିଂ

Published By : Prameya-News7 Bureau | October 04, 2020 IST

ଦୁବାଇ, ୦୪ ।୧୦:  ଆଇପିଏଲ-୨୦୨୦ରେ ରବିବାର ମୁହାଁମୁହିଁ ହେବେ ଚେନ୍ନାଇ ସୁପର୍ କିଙ୍ଗସ୍ ଓ କିଙ୍ଗସ୍ ଏକାଦଶ ପଞ୍ଜାବ । ଏହି ମ୍ୟାଚରେ ଟସ୍ ଜିତିଛି କିଙ୍ଗସ୍ ଏକାଦଶ ପଞ୍ଜାବ । ଦଳର ଅଧିନାୟକ କେଏଲ ରାହୁଲ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ତେବେ ପ୍ରଥମେ ଫିଲ୍ଡିଂ କରିବ ଚେନ୍ନାଇ ।

wp:html /wp:html

 ଏହି ମ୍ୟାଚ୍ ଭାରତୀୟ ସମୟାନୁସାରେ ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ । ଗତ ଆଇପିଏଲରେ ଶୀର୍ଷରେ ରହୁଥିବା ଚେନ୍ନାଇ ଚଳିତ ସିଜିନରେ ୪ଟିରୁ ତିନୋଟି ମ୍ୟାଚରେ ପରାସ୍ତା ହୋଇଛି । ଏହାସହ ପଏଁଣ୍ଟ ତାଲିକାରେ ସବୁଠାରୁ ତଳେ ରହିଛି । ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇର ଏହା ସବୁଠାରୁ ଖରାପ ପ୍ରଦର୍ଶନ ।

ରେକର୍ଡ ଅନୁସାରେ, ଚେନ୍ନାଇ ଓ ପଞ୍ଜାବ ଏବେସୁଦ୍ଧା ୨୧ ଥର ସାମ୍ନାସାମ୍ନି ହୋଇଛନ୍ତି । ଚେନ୍ନାଇ ୧୨ଟି ମ୍ୟାଚ୍ ଜିତିଥିବା ବେଳେ ପଞ୍ଜାବ ୮ଟି ମ୍ୟାଚ୍ ଜିତିଛି । ତେବେ ୨୦୧୦ର ଏକ ମୁକାବିଲା ଟାଇ ହୋଇ ସୁପର୍ ଓଭର ଯାଏଁ ଯାଇଥିଲା । ଏଥିରେ ପଞ୍ଜାବ ବାଜି ମାରିନେଇଥିଲା ।

ଅଭିଜ୍ଞ ଖେଳାଳି ଥିବା ସତ୍ୱେ ଚେନ୍ନାଇ ଭଲ ପ୍ରଦର୍ଶନ କରିପାରି ନାହିଁ । ଶୁକ୍ରବାର ହାଇଦ୍ରାବାଦ ବିପ୭ରେ ଚେନ୍ନାଇ ଦଳରେ ତିନୋଟି ପରିବର୍ତ୍ତନ କରିଥିଲା । ଅମ୍ବତି ରାୟଡୁ ଓ ଡାଏନ୍ ବ୍ରାଭୋଙ୍କୁ ସ୍ଥାନ ମିଳିଥିଲା । ତେବେ ଦଳର ବ୍ୟାଟିଂ ଲାଇନ୍ ଓପନିଂରୁ ହିଁ ଭୁଶୁଡି ପଡିଥିଲା ।

ପଞ୍ଜାବର ଅଧିନାୟକ କେଏଲ ରାହୁଲ ଓ ମୟଙ୍କ ଅଗ୍ରଓ୍ୱାଲ ଚମତ୍କାର ଫର୍ମରେ ଅଛନ୍ତି । ପଞ୍ଜାବ ୨ଥର ୨୦୦ରୁ ଅଧିକ ରନ୍ କରିଥିଲେ ମଧ୍ୟ ବୋଲରଙ୍କ ପାଇଁ ପରାଜୟର ସ୍ୱାଦ ଚାଖିଛି । ମହମ୍ମଦ ସାମିଙ୍କ ବ୍ୟତୀତ ଅନ୍ୟ କେହି ବୋଲର ପ୍ରଭାବି ପ୍ରଦର୍ଶନ କରିପାରି ନାହାଁନ୍ତି । ତେବେ ପଞ୍ଜାବ ଆଜିର ମ୍ୟାଚରେ ବୋଲିଂ ଉପରେ ବେଶୀ ଫୋକସ କରିପାରେ । ବୋଲିଂ ଶକ୍ତିଶାଳୀ ହେଲେ ପଞ୍ଜାବର ବିଜୟ ସୁନିଶ୍ଚିତ ବୋଲି କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.