IPL 2021 : ରାହୁଲ ତ୍ରିପାଠୀଙ୍କ ଦମଦାର ବ୍ୟାଟିଂ, ଚେନ୍ନାଇକୁ ବିଜୟ ଲକ୍ଷ୍ୟ ୧୭୨ ରନ

Published By : Prameya-News7 Bureau | September 26, 2021 IST

ଦୁବାଇ ୨୬/୦୯ : ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୩୮ତମ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସ୍ ଏବଂ ମୋର୍ଗାନଙ୍କ କୋଲକାତା ନାଇଟ୍‌ ରାଇଡର୍ସ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ସଂଗ୍ରହ କରିଛି ୧୭୧ ରନ । ଦଳ ପକ୍ଷରୁ ରାହୁଲ ତ୍ରିପାଠୀ ଭଲ ଇନିଂସ ଖେଳିଛନ୍ତି । ଶେଷରେ ଦିନେଶ କାର୍ତ୍ତିକ ଏବଂ ନୀତିଶ ରାଣା ବିସ୍ଫୋରକ ବ୍ୟାଟିଂ କରି ଏକ ଫାଇଟିଂ ସ୍କୋର ଛିଡା କରିଛନ୍ତି । ଅନ୍ୟପଟେ ଲମ୍ବା ବ୍ୟାଟିଂ ଲାଇନ୍‌ ଅପ୍‌ ଥିବା ଚେନ୍ନାଇ କିଭଳି ବ୍ୟାଟିଂ କରୁଛି ତାହା ଉପରେ ନଜର ରହିଛି ।

କେକେଆର୍‌ ପକ୍ଷରୁ ଓପନିଂ ବ୍ୟାଟିଂ ଆସିଥିବା ଶୁଭମାନ ଗିଲ ଏବଂ ଭେଙ୍କେଟସ୍‌ ଆୟର ନିରାଶ କରିଥିଲେ । ଗିଲ ମାତ୍ର ୯ ନର କରି ଆଉଟ ହୋଇଥିବା ବେଳେ ଭେଙ୍କେଟସ ଆୟର ୧୮ ରନ କରି ଆଉଟ ହୋଇଛନ୍ତି । ସେହିଭଳି ରାହୁଲ ତ୍ରିପାଠୀ ଚମତ୍କାର ଇନିଂସ ଖେଳି ୪୫ରନର ଇନିଂସ ଖେଳିଛନ୍ତି । ଅଧିନାୟକ ଇୟନ ମୋର୍ଗାନ୍‌ ୮ରନ, ଆ​‌େ​‌ନ୍ଧ୍ର ରସେଲ ୨୦ ରନ, ଶେଷରେ ଦିନେଶ କାର୍ତ୍ତିକ ବିସ୍ଫୋରକ ବ୍ୟାଟିଂ କରି ୧୧ ବଲରୁ ୨୬ କରି ଆଉଟ ହୋଇଛନ୍ତି । ନୀତିଶ ରାଣା ୩୭ ଏବଂ ସୁନୀଲ ନାରିନ୍‌ ୦ ରନ ସଂଗ୍ରହ କରି ଅପରାଜିତ ଅଛନ୍ତି ।

ଚେନ୍ନାଇ ସୁପର କିଙ୍ଗସ୍ ପକ୍ଷରୁ ଦୀପକ ଚହର ୪ ଓଭରରେ ୨୩ ରନ ଦେଇଥିବା ବେଳେ, ସାମ୍‌ କରନ ୪ ଓଭରରେ ୫୬ରନ, ଗୋସ ହେଜେଲଉଡ ୪ ଓଭରରେ ୪୦ ରନ ୨ ଓ୍ବିକେଟ୍‌, ଶାର୍ଦ୍ଦୁଳ ଠାକୁର ୪ ଓଭରରେ ୨୦ ରନ ୨ ଓ୍ବିକେଟ୍‌ ଏବଂ ରବୀନ୍ଦ୍ର ଜାଡେଜା ୪ ଓଭରରେ ୨୧ ରନ ଦେଇ ୧ ଓ୍ବିକେଟ ନେଇଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.