Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ପୋଲାର୍ଡ ଝଡ : ୪ ଓ୍ୱିକେଟରେ ଚେନ୍ନାଇକୁ ହରାଇଲା ମୁମ୍ବାଇ, ଚେଜ୍ କଲା ବିଶାଳ ଲକ୍ଷ୍ୟ

2/05/2021 at 8:11 AM

ନୂଆଦିଲ୍ଲୀ, ୦୨|୦୫ : ହାଇଭୋଲଟେଜ୍ ଓ ହାଇସ୍କୋରିଂ ମୁକାବିଲାରେ ବାଜି ମାରିଲା ମୁମ୍ବାଇ ଇଣ୍ଡିଆନ୍ସ । ଚେନ୍ନାଇ ସୁପର କିଙ୍ଗସ ଦେଇଥିବା ବିଶାଳ ଟାର୍ଗେଟକୁ ଶେଷ ବଲରେ ହାସଲ କଲା ମମ୍ବାଇ । ଆଇପିଏଲ ଲିଗ ମ୍ୟାଚରେ ଶନିବାର ମୁହାଁମୁହିଁ ହୋଇଥିଲେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ୍ । ଏହି ମୁକାବିଲାରେ ୨୧୯ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ମୁମ୍ବାଇ ୬ ଓ୍ୱିକେଟ୍ ହରାଇ ମ୍ୟାଚ୍ ଜିତିନେଇଛି ।

ମ୍ୟାଚରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଚେନ୍ନାଇ । ଚେନ୍ନାଇର ବ୍ୟାଟସମ୍ୟାନ ଅମ୍ବତି ରାଇଡୁ ବିସ୍ଫୋରକ ବ୍ୟାଟିଂ କରି ୨୭ ବଲରୁ ୭୨ ରନ୍ କରିଥିଲେ । ଋତୁରାଜ ଗାୟକଓ୍ୱାଡ ଆଉଟ ହେବା ପରେ ମୋଇନ୍ ଅଲ୍ଲୀ ଓ ଫାପ୍ ଡୁପ୍ଲେସିସ୍ ୧୦୮ ରନ୍ କରି ଦଳକୁ ମଜବୁତ ଆରମ୍ଭ ଦେଇଥିଲେ । ମୋଇନ୍ ଅଲ୍ଲୀ ୫୮ ରନ୍ କରିଥିବା ବେଳେ ଡୁପ୍ଲେସିସ୍ ୫୦ ରନ୍ କରିଥିଲେ । ଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ୱିକେଟ୍ ହରାଇ ବିଶାଳ ୨୧୮ ରନ୍ ସ୍କୋର କରିଥିଲା ।

ଲକ୍ଷ୍ୟ ବଡ ଥିଲା । ମୁମ୍ବାଇ ପକ୍ଷରୁ କ୍ୱିଣ୍ଟନ୍ ଡିକକ୍ ୩୮ ରନ୍ ଓ ରୋହିତ ୩୫ ରନ୍ କରି ଏକ ଦୃଢ ଓପନିଂ ଦେଇଥିଲେ । ତେବେ ସୂର୍ଯ୍ୟକୁମାର ଯାଦବ ମାତ୍ର ୩ ରନ୍ କରି ଆଉଟ୍ ହୋଇଥିଲେ । ଏହାପରେ କ୍ରିଜକୁ ଆସିଥିଲେ କାୟରନ୍ ପୋଲାର୍ଡ । ସେ ବିଜୟର ମୂଳଦୁଆ ପକାଇଥିଲେ । ୩୪ ବଲରୁ ଖେଳିଥିଲେ ବିସ୍ଫୋରକ ୮୭ ରନ୍ ।

ତେବେ ଖେଳ ଶେଷ ଓଭର ବଲ୍ ଯାଏଁ ଯାଇଥିଲା । ଶେଷ ବଲରେ ମ୍ୟାଚ୍ ଜିତିଥିଲା ମୁମ୍ବାଇ । ପୋଲାର୍ଡ ଶେଷ ଯାଏଁ ଅପରାଜେୟ ରହିଥିଲେ ।  ଚେନ୍ନାଇ ପକ୍ଷରୁ ସାମ୍ କୁରେନ୍ ସର୍ବାଧିକ ୩ଟି ଓ୍ୱିକେଟ୍ ନେଇଥିବା ବେଳେ ଶାର୍ଦ୍ଦୁଳ ଠାକୁର, ମୋଇନ୍ ଅଲ୍ଲୀ ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ ।

   Related Posts