ଚେନ୍ନାଇ ସୁପର୍ କିଙ୍ଗ୍ସ ସହ ରାଇନା ଓ ହରଭଜନଙ୍କ କଣ୍ଟ୍ରାକ୍ଟ ଶେଷ ! ଟିମ୍‌ରୁ ହଟାଇବାକୁ ହେଉଛି ଯୋଜନା

Published By : Prameya-News7 Bureau | October 02, 2020 IST

ନୂଆଦିଲ୍ଲୀ ୦୨/୧୦ : ଆଇପିଏଲରେ ୩ଟି ମ୍ୟାଚ ଖେଳି ୨ଟି ମ୍ୟାଚ୍ ହାରିଯିବା ପରେ ଚେନ୍ନାଇ ସୁପର୍ କିଙ୍ଗ୍ସର ସ୍ଥିତି ବର୍ତ୍ତମାନ ଟଳମଳ ଅବସ୍ଥାରେ । ଧୋନିଙ୍କ ଟିମ୍ ପଏଣ୍ଟ ଟେବୁଲର ସବୁଠାରୁ ତଳେ ଅଛି । ଲଗାତାର ୨ଟି ମ୍ୟାଚ୍ ହାରିଯିବା ପରେ ଧୋନିଙ୍କ ଟିମ୍ ବିଜୟ ଲକ୍ଷ୍ୟ ନେଇ ଆଜି ପୁଣି ମଇଦାନକୁ ଓହ୍ଲାଇବ । ଖବର ଅନୁଯାୟୀ, ଚେନ୍ନାଇ ସୁପର୍ କିଙ୍ଗ୍ସ ନିଜର ଦୁଇ ଖେଳାଳି ସୁରେଶ ରାଇନା ଓ ହରଭଜନ ସିଂହଙ୍କୁ ଟିମରୁ ହଟାଇବାକୁ ଯୋଜନା କରୁଛି । CSK ଏହି ଦୁଇ ଖେଳାଳିଙ୍କ କଣ୍ଟ୍ରାକ୍ଟ ଶେଷ କରିବାକୁ ଯୋଜନା କରୁଛି । ଏହି ଦୁଇ ଖେଳାଳି ବ୍ୟକ୍ତିଗତ କାରଣ ଦର୍ଶାଇ ଚଳିତ ଆଇପିଏଲରେ ନ ଖେଳିବାକୁ ନିଷ୍ପତ୍ତି ନେଇଥିଲେ ।

{"id":337456,"sizeSlug":"large"}

ସ୍ପୋର୍ଟ୍ସ ୱେବସାଇଟ୍ ଇନସାଇଟସ୍ପୋର୍ଟ୍ସ ଅନୁଯାୟୀ, ଚେନ୍ନାଇ ଉପର କିଙ୍ଗ୍ସ ଏହି ଦୁଇ ଖେଳାଳିଙ୍କୁ ଟିମରୁ ହଟାଇବା ପ୍ରକ୍ରିୟା ଆରମ୍ଭ କରିଦେଇଛି | CSK ନିଜର ଅଫିସିଆଲ୍ ୱେବସାଇଟରୁ ରାଇନା ଓ ହରଭଜନଙ୍କ ନାଁ ପୂର୍ବରୁ ହିଁ ହଟାଇ ସାରିଛି । CSK ସିଇଓ କାଶୀ ବିଶ୍ୱନାଥନ୍ କହିଥିଲେ ଯେ ରାଇନାକୁ ଟିମରେ ପୁଣି ସାମିଲ କରିବା ମୁସକିଲ । କାରଣ ସେ ନିଜେ ହିଁ ବ୍ୟକ୍ତିଗତ କାରଣ ଦର୍ଶାଇ ଭାରତ ଫେରି ଯାଇଥିଲେ । ଟିମ୍ ତାଙ୍କୁ ନିଷ୍ପତ୍ତିକୁ ସମ୍ମାନ ଜଣାଉଛି । ଏହାପରେ ରାଇନା ମାଇକ୍ରୋ ବ୍ଲଗିଂଗ୍ ସାଇଟରେ CSK କୁ ଅନଫଲୋ କରିଥିଲେ ।

{"id":337455,"sizeSlug":"large"}

ଚଳିତ ଆଇପିଏଲ୍ ସିଜନରେ ଖେଳିବା ପାଇଁ ରାଇନାକୁ ୧୧ କୋଟି ଓ ହରଭଜନଙ୍କୁ ୨ କୋଟି ଟଙ୍କା ମିଳିଥାନ୍ତା । କିନ୍ତୁ ବର୍ତ୍ତମାନ ଏମାନଙ୍କୁ ଫ୍ରାଞ୍ଚାଇଜି ଟିମ୍ ତରଫରୁ କୌଣସି ଟଙ୍କା ମିଳିବନାହିଁ । ଆସନ୍ତା ବର୍ଷ ଏହି ଦୁଇ ଖେଳାଳି ଅନ୍ୟ କୌଣସି ଟିମରେ ଖେଳି ପାରନ୍ତି । ତେବେ ରାଇନାଙ୍କୁ ଅନ୍ୟ ଟିମ କିଣିପାରେ । ତାଙ୍କୁ ବର୍ତ୍ତମାନ ୩୩ ବର୍ଷ ବୟସ ହେଉଛି ଏବଂ ଖେଳିବାରେ ତାଙ୍କର ବିଶେଷ ଅନୁଭୂତି ମଧ୍ୟ ରହିଛି । କିନ୍ତୁ ହରଭଜନ ସିଂହଙ୍କୁ ଅନ୍ୟ କୌଣସି ଟିମ୍ ନେବ ନା ନାହିଁ ତାହା ସନ୍ଦେହ । କାରଣ ତାଙ୍କୁ ୪୦ ବର୍ଷ ବୟସ ହେଲାଣି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.