Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ପଡିଆକୁ ଫେରୁ ଫେରୁ ଜଲଓ୍ଵା ଦେଖାଇଲେ ରୈନା, ଦିଲ୍ଲୀକୁ ୧୮୯ ରନର ବିଜୟ ଲକ୍ଷ୍ୟ ଦେଲା ଚେନ୍ନାଇ

10/04/2021 at 9:15 PM

ମୁମ୍ବାଇ ୧୦।୦୪: ଦୀର୍ଘ ଦିନ ପରେ ପଡିଆକୁ ଫେରିଥିବା ସୁରୈଶ ରୈନା ଆଇପିଏଲ ୨୦୨୧ରେ ନିଜର ପ୍ରଥମ ମ୍ୟାଚ୍‌ରେ ଚମକିଛନ୍ତି। ରୈନାଙ୍କ ୫୪ ରନ  ବଳରେ ଚେନ୍ନାଇ ସୁପରକିଙ୍ଗ୍ସ ଦିଲ୍ଲୀ କ୍ୟାପିଟାଲ୍ସ ବିରୋଧରେ ଚ୍ୟାଲେଞ୍ଜିଂ ସ୍କୋର କରିଛି। ଦଳ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୮୮ ରନ କରିଛି। ରୈନାଙ୍କ ବ୍ୟତୀତ ସାମ କରନ ବିସ୍ଫୋରକ ୩୪  ରନ ଏବଂ ମୋଇନ ଅଲ୍ଲୀ ୩୬ ରନର ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି। ପ୍ରଥମ ମ୍ୟାଚ୍‌ ଜିତିବା ପାଇଁ ଋଷଭ ପନ୍ତଙ୍କ ନେତୃତ୍ଵାଧୀନ ଦିଲ୍ଲୀ କ୍ୟାପିଟାଲ୍ସ ସାମ୍ନାରେ ୧୮୯ ରନର ବିଜୟ ଲକ୍ଷ୍ୟ ରହିଛି।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ସୁପରକିଙ୍ଗ୍ସର ଆରମ୍ଭ ନୈରାଶ୍ୟଜନକ ଥିଲା। ୭ ରନ ସ୍କୋରରେ ଦଳ ଦୁଇ ଓପନର ଫାଫ ଡୁପ୍ଲେସିସ୍‌(୦) ଓ ଋତୁରାଜ ଗାଏକୋଓ୍ଵାଡ(୫)ଙ୍କ ଓ୍ଵିକେଟ୍ ହରାଇଥିଲ। ଏହା ପରେ ଦୀର୍ଘ ଦିନ ପରେ ପଡିଆକୁ ଫେରିଥିବା ସୁରେଶ ରୈନା ଓ ମୋଇନ ଅଲ୍ଲୀ ଦ୍ରୁତ ବ୍ୟାଟିଂ କରି ଦଳର ସ୍ଥିତି ସୁଧାରିଥିଲେ। ଦୁଇ ବ୍ୟାଟସମ୍ୟାନ ତୃତୀୟ ଓ୍ଵିକେଟ୍ ପାଇଁ ୫୩ ରନ ଯୋଡିଥିଲେ। ମୋଇନ ଅଲ୍ଲୀ ୨୪ ବଲ୍‌ରୁ ୪ ଚୌକା ଓ ୨ ଛକା ସହ ୩୬ ରନ କରି ରବିଚନ୍ଦ୍ରନ ଅଶ୍ଵିନଙ୍କ ବଲ୍‌ରେ ଆଉଟ୍ ହୋଇଥିଲେ।

ଏହା ପରେ ରୈନା ଅମ୍ବତି ରାୟୁଡୁଙ୍କ ସହ ସ୍କୋରକୁ ୧୦୦ ପାର ପହଞ୍ଚାଇଥିଲେ। ରାୟୁଡୁ ୨୩ ରନ କରି ପାଭିଲିୟନ ଫେରିଥିଲେ। ଅନ୍ୟପଟେ ପ୍ରାୟ ଦୁଇ ବର୍ଷ ପରେ ଆଇପିଏଲ ଖେଳୁଥିବା ସୁରେଶ ରୈନା ଚଳିତ ସିଜିନ୍‌ରେ ପ୍ରଥମ ଖେଳାଳି ଭାବେ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୩୬ ବଲ୍‌ରୁ ୩ ଚୌକା ଓ ୪ ଛକା ସହ ୫୪ ରନ କରି ରନଆଉଟ୍ ହୋଇଥିଲେ। କିନ୍ତୁ ଏମଏସ ଧୋନୀ କିଛି ଖାସ୍ କରି ପାରିନଥିଲେ। ଧୋନୀ ଖାତା ଖୋଲିବା ପୂର୍ବରୁ ଅଭେଶ ଖାନଙ୍କ ଶିକାର ହୋଇଥିଲେ।

୧୩୭ ରନରେ ଛଅ ଓ୍ଵିକେଟ୍ ହରାଇବା ପରେ ସାମ କରନ ଓ ରବୀନ୍ଦ୍ର ଜାଡେଜା ବିସ୍ପୋରକ ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟସମ୍ୟାନ ସପ୍ତମ ଓ୍ଵିକେଟ୍‌ରେ ୫୧ ରନ ଯୋଡି ଦଳର ସ୍ଥିତି ମଜବୁତ କରିଥିଲେ। ଖାସ୍ କରି ସାମ କରନ ଧୂଆଁଧାର ବ୍ୟାଟିଂ କରି ମାତ୍ର ୧୫ ବଲ୍‌ରୁ ୪ ଚୌକା ଓ ୨ ଛକା ସହ ୩୪ ରନ କରି ଶେଷ ଓଭରରେ ଆଉଟ୍ ହୋଇଥିଲେ। ଜାଡେଜା ୧୭ ବଲ୍‌ରୁ ୩ ଚୌକା ସହ ୨୬ ରନ କରି ଅପରାଜିତ ଥିଲେ। ଚେନ୍ନାଇ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୮୮ ରନ କରିଛି।

ଚେନ୍ନାଇ ପକ୍ଷରୁ କ୍ରିସ୍ ଓ୍ଵକ୍ସ ଓ ଅଭେଶ ଖାନ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ରବିଚନ୍ଦ୍ରନ ଅଶ୍ଵିନ ୧ଟି ସଫଳତା ପାଇଥିଲେ ମଧ୍ୟ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଟମ କରନଙ୍କୁ ମଧ୍ୟ ଗୋଟିଏ ଓ୍ଵିକେଟ୍ ମିଳିଛି।

   Related Posts