ସିଏସକେର ଲଜ୍ଜାଜନକ ପରାଜୟରେ ଭଡକିଲେ କୋଚ୍ ଷ୍ଟିଫେନ ଫ୍ଲେମିଂ, କହିଲେ- 'ଧୋନୀଙ୍କ ଦଳର ଖେଳ ଟେବୁଲର ଶେଷ ନମ୍ବର ପାଇଁ ହକଦାର'

Published By : Prameya-News7 Bureau | October 24, 2020 IST

ଦୁବାଇ, ୨୪୧୦ଚେନ୍ନାଇ ସୁପର କିଙ୍ଗସ ପାଇଁ ଚଳିତ ଆଇପିଏଲ କୌଣସି ଦୁଃସ୍ୱପ୍ନଠୁ କମ୍ ନୁହେଁ । ଦଳର ପ୍ରଦର୍ଶନ ଅତି ନୈରାଶ୍ୟଜନକ ରହିଛି । ଦଳ ଚଳିତ ସିଜିନରେ ଯେପରି ଭାବେ ଖେଳିଛି ତାହା ମ୍ୟାନେଜମେଣ୍ଟ, କୋଚ୍ ଏବଂ ଫ୍ୟାନଙ୍କୁ ନିରାଶ କରିଛି । ଏହାକୁ ନେଇ ଶେଷରେ ମୁହଁ ଖୋଲିଛନ୍ତି କୋଚ୍ ।

ଗତ ମ୍ୟାଚରେ ଚେନ୍ନାଇ ମୁମ୍ବାଇ ଇଣ୍ଡିଆନ୍ସ ସାମ୍ନାରେ ଆତ୍ମ ସମର୍ପଣ କରିଥିଲା । ଦଳ ୧୦ ଓ୍ୱିକେଟରେ ମୁମ୍ବାଇଠାରୁ ପରାଜୟବରଣ କରିଥିଲା । ଫଳରେ ପଏଣ୍ଟ ତାଲିକାର ସବୁଠାରୁ ତଳେ ଅଛି ଚେନ୍ନାଇ । ପ୍ଲେ ଅଫ ରେସରୁ ମଧ୍ୟ ବାଦ୍ ପଡିଛି । ଏହାକୁ ନେଇ ଖପ୍ପା କୋଚ୍ ଷ୍ଟିଫେନ୍ ଫ୍ଲେମିଂ । କୋଚ୍ କହିଛନ୍ତି ଯେ, ଟିମ୍ ଚଳିତ ସିଜିନରେ ଯେପରି ଖେଳିଛି ତାଲିକାର ଶେଷରେ ରହିବାର ହକଦାର୍ । କାରଣ ଚେନ୍ନାଇ ଇତିହାସରେ ପ୍ରଥମ ଥର ପାଇଁ ୧୦ ଓ୍ୱିକେଟରେ ହାରିଛି ।

{"id":350117,"sizeSlug":"large"}

ଫ୍ଲେମିଂ କହିଛନ୍ତି ଯେ, ଚେନ୍ନାଇ ପଏଣ୍ଟ ତାଲିକାର ସବୁଠୁ ତଳେ ରହିବା ପାଇଁ ହକଦାର । ଏହା ଏକ ନୈରାଶ୍ୟଜନକ ଓ ଚକିତ କଲା ଭଳି ଆଇପିଏଲ । ବହୁତ କିଛି ପ୍ରୟାସ କରାଯାଇଥିଲା । କିନ୍ତୁ ପ୍ରଦର୍ଶନ ସେପରି ହୋଇ ପାରିଲା ନାହିଁ ।

ସିଜିନର ଆରମ୍ଭରେ ଜଣେ ଖେଳାଳିଙ୍କୁ ହରାଇବା, ଗୋଟିଏରୁ ଅଧିକ ଓଭର ହେବା କିମ୍ବା ଅଧିକ ଓ୍ୱିକେଟ୍ ହରାଇବା ନିଶ୍ଚିତ ଭାବେ ବିଫଳ ପ୍ରଦର୍ଶନର ଉଦାହରଣ । ଏହା କେବଳ ଗୋଟିଏ ଟିମ୍ ହୋଇପାରେ । ଚେନ୍ନାଇ ପାଖରେ ପଏଣ୍ଟ ନାହିଁ । ତେଣୁ ତାଲିକାର ତଳେ ରହିବା ହିଁ ଠିକ୍ ।

{"id":350118,"sizeSlug":"large"}

ମୁମ୍ବାଇ ବିପକ୍ଷ ମ୍ୟାଚରେ ପ୍ରଥମ ୬ ଓଭରର ପାଓ୍ୱାର ପ୍ଲେରେ ଚେନ୍ନାଇ ୨୪ ରନରେ ୫ ଓ୍ୱିକେଟ୍ ହରାଇଥିଲା । ଯାହା ଆଇପିଏଲ ଇତିହାସରେ ପ୍ରଥମ ଥର ହୋଇଛି । ଏହାକୁ ନେଇ କୋଚ୍ କହିଛନ୍ତି ଯେ, ଏହା ସବୁଠୁ ଖରାପ ପାଓ୍ୱାର ପ୍ଲେ । ପାଓ୍ୱାର ପ୍ଲେ ଶେଷ ହେବା ସହ ମ୍ୟାଚ ବି ହାତରୁ ଚାଲି ଯାଇଥିଲା । ଏପରି ବ୍ୟାଟିଂ ଦେଖିବା କଷ୍ଚକର ଥିଲା । କିଛି ଯୁବ ଖେଳାଳି ନିଜକୁ ପ୍ରମାଣିତ କରିପାରିଥାନ୍ତେ । କିନ୍ତୁ ସେମାନେ ସୁଯୋଗ ହାତଛଡା କରିଥିବା ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.