IPLକୁ ଗ୍ରାସୁଛି କରୋନା : ଚେନ୍ନାଇ ସୁପର କିଙ୍ଗସ ବ୍ୟାଟିଂ କୋଚ୍‌ ମାଇକେଲ ହସି କରୋନା ସଂକ୍ରମିତ, କ୍ବାରେଣ୍ଟାଇନରେ ସିଏସ୍‌କେ

Published By : Prameya-News7 Bureau | May 05, 2021 IST

ନୂଆଦିଲ୍ଲୀ ୦୫/୦୫ : ଆଇପିଏଲ ସିଜିନ୍‌-୧୪ ଅଧାରୁ ସ୍ଥଗିତ ହୋଇଯାଇଛି । ବିଭିନ୍ନ ପ୍ରାଞ୍ଚାଇଜ୍‌ରେ ଖେଳାଳୀ ଏବଂ ଟିମ ସଦସ୍ୟ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ଏଭଳି ନିଷ୍ପତ୍ତି ନେଇଛି ବିସିସିଆଇ । ତେବେ ଏହାରି ମଧ୍ୟରେ ଚେନ୍ନାଇ ସୁପର କିଙ୍ଗସ୍‌ର ବ୍ୟାଟିଂ କୋଚ୍‌ ମାଇକେଲ ହସି କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଏହା ପୂର୍ବରୁ ଚେନ୍ନାଇ ଟିମର ବୋଲିଂ କୋଚ୍‌ ଲକ୍ଷ୍ମୀପତି ବାଲାଜୀ, ଟିମ ସିଇଓ ଏନ୍‌ ଶ୍ରୀନିବାସନ୍‌ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି ।

ବାୟୋ ବବଲରେ ଥାଇ ମଧ୍ୟ କରୋନା ବ୍ୟାପିବା ଚିନ୍ତାଜନକ ରହିଛି । ସେଥିପାଇଁ IPLର ଅବଶିଷ୍ଟ ମ୍ୟାଚକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି । ପୂର୍ବରୁ କୋଲକାତା ନାଇଟ୍‌ ରାଇଡର୍ସର କିଛି ଖେଳାଳୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି । ସନରାଇରର୍ସ ହାଇଦ୍ରବାଦର ଓ୍ବିକେଟ୍‌କିପର ରିଦ୍ଧିମାନ ଶାହା ଏବଂ ଦିଲ୍ଲୀ କ୍ୟାପିଟାଲ୍ସର ଭେଟେରାନ୍‌ ସ୍ପିନର ଅମିତ ମିଶ୍ରା ମଧ୍ୟ କରୋନା ଆକ୍ରାନ୍ତ ହୋଇଥିଲେ ।

ତେବେ ମିଳିଥିବା ସୂଚନା ଅନୁସାରେ, ଆଇପିଏଲର ଅବଶିଷ୍ଟ ମ୍ୟାଚ ଆସନ୍ତା ସେପ୍ଟେମ୍ବର ମାସରେ ଖେଳାଯିବାର ସମ୍ଭାବନା ଅଛି । କିନ୍ତୁ ଏ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ବାକି ଥିବା ମ୍ୟାଚଗୁଡିକ ଶେଷ ହେବାକୁ ଅତିକମରେ ଏକ ମାସ ସମୟ ଲାଗିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.