CSKର ଏହି ଦିଗ୍ଗଜ ଖେଳାଳି କ୍ରିକେଟର ସବୁ ଫର୍ମାଟକୁ କହିଲେ ଗୁଡବାୟ

Published By : Prameya-News7 Bureau | November 02, 2020 IST

ଦୁବାଇ : ଆଇପିଏଲ-ଟି୨୦ ଯେତିକି ରୋମାଞ୍ଚକ ହେଉଛି କ୍ରିକେଟ୍‌କୁ ନେଇ ରହସ୍ୟ ମଧ୍ୟ ସେତିକି ଘନିଭୂତ ହେବାରେ ଲାଗିଛି।  ଚେନ୍ନାଇ ସୁପରକିଙ୍ଗସ୍‌ ଲାଗି ଆଇପିଏଲ-୨୦୨୦ ସିଜିନ୍‌ ଅତ୍ୟନ୍ତ ନିରାଶାଜନକ ସାବ୍ୟସ୍ତ ହୋଇଛି। ଭାରତରେ ଆଇପିଏଲ ଆରମ୍ଭ ଦିନରୁ ଏପର୍ଯ୍ୟନ୍ତ ସିଏସକେ ପ୍ରଥମ ଥର ପ୍ଲେ-ଅଫ୍‌ରେ  ନିଜ ଲାଗି ସ୍ଥାନ ନିଶ୍ଚିତ କରି ପାରିନଥିବା ବେଳେ ଏବେ ଟିମ୍‌ର ଜନୈକ ବରିଷ୍ଠ ଖେଳାଳି କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି।

{"id":355028,"sizeSlug":"large"}

ପ୍ରଥମ ଦିନରୁ ଟିମ୍‌ର ଅଧିନାୟକ ମହେନ୍ଦ୍ର ସିଂଧୋନୀ କ୍ରିକେଟରୁ ଅବସର ନେବେ ବୋଲି କଳ୍ପନାଜଳ୍ପନା ଚାଲିଛି। ଏଥିରେ  ଏବେ ଅନ୍ୟ ଜଣେ ବରିଷ୍ଠ ଖେଳାଳି କ୍ରିକେଟରୁ ଅବସର ନେଇ ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ଲାଗି ପଦକ୍ଷେପ ନେଇଛନ୍ତି। ସିଏସକେର ବରିଷ୍ଠ ଅଲରାଉଣ୍ଡର ସେନ୍‌ ୱାଟସନ୍‌ କ୍ରିକେଟର ସମସ୍ତ ଫର୍ମାଟରୁ ତାଙ୍କର ଅବସର ଘୋଷଣା କରିଛନ୍ତି। ଚେନ୍ନାଇ ସୁପର କିଙ୍ଗସ୍‌ ଆଇପିଏଲର ୧୪ଟି ମ୍ୟାଚ୍‌ରୁ ୬ଟି ମ୍ୟାଚ୍‌ ଜିତି ସପ୍ତମ ସ୍ଥାନରେ ନିଜର ଯାତ୍ରା ସମାପ୍ତ କରିଛି।

{"id":355029,"sizeSlug":"large"}

୨୦୧୮ ମସିହାରେ ଚେନ୍ନାଇ ସୁପରକିଙ୍ଗସକୁ ଟାଇଟଲ ଜିତାଇବାରେ ସେନ୍‌ ୱାଟସନ୍‌ଙ୍କ ଭୂମିକା ଅବିସ୍ମରଣୀୟ। ଫାଇନାଲ ମ୍ୟାଚ୍‌ରେ ଶତକ ସହ ଦଳ ଲାଗି ଚାମ୍ପିୟନ ଟାଇଟଲ ହାସଲ କରିଥିଲେ। ଏହା ସହ ଆଇପିଏଲ ଆରମ୍ଭରୁ ସେ ପର୍ଯ୍ୟନ୍ତ ସିଏସକେ ୩ ଥର ଚାମ୍ପିୟନ ହୋଇପାରିଥିଲା। ତେବେ ୨୦୨୦ ଶେଷ ଲିଗ୍ ମ୍ୟାଚ୍‌ର ଦିନକ ପରେ ତାଙ୍କ ଅବସର ଘୋଷଣା କରିଛନ୍ତି। ତାଙ୍କର ଏହି ଘୋଷଣା ସହ ଅଷ୍ଟ୍ରେଲିୟ କ୍ରିକେଟ୍ ଦିଗ୍ଗଜ କ୍ରିକେଟର ସର୍ବ ବୃହତ୍ତ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଗକୁ ଆଉ ଅଂଶଗ୍ରହଣ କରିବେନି। 

{"id":355030,"sizeSlug":"large"}

ଆଇପିଏଲର ଚଳିତ ସିଜିନରେ ୱାଟସନ୍‌ ୧୧ଟି ମ୍ୟାଚ୍‌ ଖେଳିଥିବା ବେଳେ ୨୯.୯୦ ହାରରେ ୨୯୯ ରନ୍‌ ସଂଗ୍ରହ କରିଛନ୍ତି। ଏଥିରେ ତାଙ୍କର ୨ଟି ଅର୍ଦ୍ଧଶତକ ମଧ୍ୟ ରହିଛି। ଚେନ୍ନାଇ ସୁପରକିଙ୍ଗସ୍‌ ତାର ଶେଷ ଲିଗ୍ ମ୍ୟାଚ୍‌ କିଙ୍ଗସ୍ ଇଲେଭେନ ପଞ୍ଜାବ ବିପକ୍ଷରେ ଖେଳିଥିଲା। ତେବେ ଚୂଡାନ୍ତ ଏକାଦଶରେ ୱାଟସନ୍‌ ନଥିଲେ। ଏଣୁ ମ୍ୟାଚ୍‌ ଶେଷରେ ସେ ଅବସର ଘୋଷଣା କରିପାରିନଥିଲେ।

{"id":355031,"sizeSlug":"large"}

ସେ ତାଙ୍କର ଶେଷ ମ୍ୟାଚ୍‌ ଅକ୍ଟୋବ ର୨୯ ତାରିଖ ଦିନ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ଖେଳିଥିଲେ। ତେବେ ସିଜିନ୍‌ ଶେଷରେ ୱାଟସନ୍‌ କ୍ରିକେଟରୁ ଅବସର ନେବେ ବୋଲି ତାଙ୍କ ଟିମ୍‌ ପ୍ରବନ୍ଧନକୁ ମଧ୍ୟ ସୂଚନା ନଥିଲା ବୋଲି ଏବେ ଜଣାପଡିଛି। ସେ ୨୦୧୮ରୁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.