କୋଭିଡ୍-୧୯ ସଂକ୍ରମଣ ରୋକିବାରେ ପ୍ରଭାବଶାଳୀ ହେବ ସିଏସଆଇଓର ମେସିନ ! ସମୂଳେ ନଷ୍ଟ ହେବ ଭୂତାଣୁ
7/04/2020 at 3:27 PM

ନୂଆଦିଲ୍ଲୀ ୦୭।୦୪: କରୋନା ଭାଇରସ୍ କୋଭିଡ୍-୧୯ର ସଂକ୍ରମଣକୁ ରୋକିବାରେ କେନ୍ଦ୍ର ବୈଜ୍ଞାନିକ ଉପକରଣ ସଂଗଠନ(CSIO)ର ବୈଜ୍ଞାନିକ ଦ୍ଵାରା ବିକଶିତ ଇଲେକ୍ଟ୍ରୋଷ୍ଟେଟିକ୍ ଡିସ୍ଇନଫେକ୍ସନ ମେସିନ ପ୍ରଭାବଶାଳୀ ସାବ୍ୟସ୍ତ ହୋଇପାରେ। ବଡ ପରିମାଣରେ ଏହି ମେସିନର ଉତ୍ପାଦନ ପାଇଁ ପ୍ରଯୁକ୍ତିବିଦ୍ୟାକୁ ଭାରତ ହେଭି ଇଲେକ୍ଟ୍ରିକଲ୍ସ ଲିମିଟେଡ୍(BHEL)କୁ ପ୍ରଦାନ କରାଯାଇଛି।
ଏହି ଇଲେକ୍ଟ୍ରୋଷ୍ଟେଟିକ୍ ଡିସ୍ଇନଫେକ୍ସନ ମେସିନ ସ୍ଥିର ବୈଦ୍ୟୁତିକ ଭାବେ ଅତ୍ୟନ୍ତ ସୂକ୍ଷ୍ମ ଦ୍ରବ କଣିକାର ସିଞ୍ଚନ କରି ପାରେ। ଏହି ମେସିନର ଉପଯୋଗ ସଂକ୍ରମଣ ପ୍ରସାର କରୁଥିବା ସୂକ୍ଷ୍ମଜୀବୀଙ୍କୁ କୌଣସି ପ୍ରକାରର ପୃଷ୍ଠରୁ ନଷ୍ଟ କରାଯାଇପାରେ। ଏଥିରେ କୌଣସି ପ୍ରକାର ଔଷଧର ଉପଯୋଗ ସିଞ୍ଚନ ପାଇଁ କରାଯାଇପାରେ। ମେସିନ ଜରିଆରେ ୧୦-୨୦ ମାଇକ୍ରୋନ ଆକାରର ସୂକ୍ଷ୍ମ ଦ୍ରବ କଣିକାର ସିଞ୍ଚନ କରିପାରେ। ବଜାରରେ ମିଳୁଥିବା ଏହି ଧରଣର ଅନ୍ୟ ମେସିନ ସାଧାରଣତଃ ୪୦-୫୦ ମାଇକ୍ରୋନ ଆକାରର ଦ୍ରବ କଣିକା ସିଞ୍ଚନ କରିଥାଏ।
ସିଏସଆଇଓର ବୈଜ୍ଞାନିକ ଡ. ମନୋଜ ପଟେଲ୍ଙ୍କ ଅନୁଯାୟୀ ମେସିନରୁ ବାହାରୁଥିବା ଦ୍ରବ କଣିକାର ପ୍ରବାହ ହାର ମିନିଟ୍ ପ୍ରତି ୧୧୦ ମିଲିଲିଟର ରହିଛି। ଏହାର ପ୍ରବାହ ହାରରେ ପରିବର୍ତ୍ତନ ମଧ୍ୟ କରାଯାଇପାରେ। ଅନ୍ୟ ମେସିନ ତୂଳନାରେ ଏହି ମେସିନ ବହୁତ ଛୋଟ ଏବଂ ସମାନ ଆକାରର ଦ୍ରବ କଣିକା ସିଞ୍ଚନରେ ବେଶ୍ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି। ସିଞ୍ଚନ ସମୟରେ ମେସିନରୁ ନିର୍ଗତ ଦ୍ରବ କଣିକାରେ ପୃଷ୍ଠରେ ଯେ କୌଣସି ପ୍ରକାରର ଭାଇରସ୍ କିମ୍ବା ସଂକ୍ରମଣ ନଷ୍ଟ ହୋଇଥାଏ।
ଏହି ମେସିନକୁ ମୁଖ୍ୟତଃ ହସ୍ପିଟାଲ, ବିମାନ ବନ୍ଦର, ବସ ଷ୍ଟାଣ୍ଡ ଓ ରେଲଓ୍ଵେ ଷ୍ଟେସନ ପରି ସାର୍ବଜନୀନ ସ୍ଥଳର ସଫେଇ ପାଇଁ ତିଆରି କରାଯାଇଥିଲା। ମାତ୍ର ଏହାର ଉପଯୋଗ ସଂପ୍ରତି କୋଭିଡ୍-୧୯ ସଂକ୍ରମଣକୁ ଦୂର କରିବାରେ ମଧ୍ୟ ବ୍ୟବହାର କରାଯାଇପାରେ।
ଡ ପଟେଲ୍ କହିଛନ୍ତି ଯେ, ଏହି ମେସିନର ଉପଯୋଗ ଇନଡୋର ଓ ଆଉଟଡୋର ଉଭୟ ଜାଗାରେ ସାନିଟାଇଜେସନ ପାଇଁ କରାଯାଇପାରେ। ଏହା ପରିବେଶ ପାଇଁ ଅନୁକୂଳ ଏବଂ ଏହାର ପ୍ରଭାବ ହାନିକାରକ ସୂକ୍ଷ୍ମଜୀବୀ ଉପରେ ସାଧାରଣଠୁ ୮୦ ପ୍ରତିଶତ ଅଧିକ ରହିଥାଏ। କୋଭିଡ୍-୧୯ରେ ସଂକ୍ରମିତ ପୃଷ୍ଠରୁ ଭାଇରସକୁ ହଟାଇବାରେ ଏହା ବେଶ୍ ସହାୟକ ହୋଇ ପାରିବ।