ସନ୍ଧ୍ୟା ସାଢେ ୫ଟାରେ ମୁଖ୍ୟ ଶାସନ ସଚିବଙ୍କ ଜରୁରୀ ପ୍ରେସ୍ ମିଟ୍, କରୋନା ସମ୍ପର୍କିତ କିଛି ବଡ ଘୋଷଣା ଆଶଙ୍କା

Published By : Prameya-News7 Bureau | April 15, 2021 IST

ଭୁବନେଶ୍ୱର ୧୫।୦୪ : ରାଜ୍ୟରେ ପ୍ରତିଦିନ ନୂଆ ନୂଆ ରେକର୍ଡ କରୁଛି କରୋନା । ହଜାର ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ଗୁରୁବାର ସନ୍ଧ୍ୟା ସାଢେ ୫ଟାରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଜରୁରୀ ସାମ୍ବାଦିକ ସମ୍ମିଳନୀ କରିବେ । ଭିଡିଓ କନ୍‌ଫରେନ୍ସି ଜରିଆରେ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ ।

ଏହି ସାମ୍ବାଦିକ ସମ୍ମିଳନୀରେ ସେ କୌଣସି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି । ଏପରିକି କରୋନା ସଂପର୍କୀତ କିଛି ଘୋଷଣା କିମ୍ବା ନୂଆ ନିୟମ ଆସିବାର ସମ୍ଭାବନା ରହିଛି । ରାଜ୍ୟରେ କରୋନା ସ୍ଥିତିକୁ ନେଇ ସେ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି କୁହାଯାଉଛି ।

ତେବେ ପଡୋଶୀ ଛତିଶଗଡରେ କରୋନା ଭାଇରସର ସଂକ୍ରମଣ ବଢିବାରେ ଲାଗିଛି । ଯାହାକି ଓଡିଶାର ସୀମାବର୍ତ୍ତୀ ଜିଲ୍ଲା ପାଇଁ ଚିନ୍ତାର କାରଣ ପାଲଟିଛି । ଏପରି ସ୍ଥଳେ ମୁଖ୍ୟ ଶାସନ ସଚିବଙ୍କ ସାମ୍ବାଦିକ ସମ୍ମିଳନୀ ଅନେକ ଗୁରୁତ୍ୱ ବହନ କରିବ । ଗୁରୁବାର ସନ୍ଧ୍ୟା ସାଢେ ୫ଟାରେ ସେ ସାମ୍ବାଦିକ ସମ୍ମିଳନୀ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.