ଅପରାହ୍ନ ୨ଟା ୩୦ରେ କହିବେ ମୁଖ୍ୟ ଶାସନ ସଚିବ, ଜୁଲାଇ ଗାଇଡ଼ଲାଇନ୍‌ ନେଇ ଦେଇପାରନ୍ତି ସୂଚନା

Published By : Prameya-News7 Bureau | June 30, 2021 IST

ଭୁବନେଶ୍ୱର ୩୦।୦୬: ଆଜି ବଡ଼ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ । ବୁଧବାର ଦିନ ଅପରାହ୍ନ ୨.୩୦ରେ କରୋନା ସ୍ଥିତି ନେଇ କିଛି ବଡ଼ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ରାଜ୍ୟରେ ଲାଗୁ ହୋଇଥିବା ଲକଡାଉନ୍‌ ଗୁରୁବାର ଶେଷ ହେଉଛି । ତେଣୁ ଆଗକୁ ଲକ୍‌ଡାଉନ୍‌ ରହିବ କି ଅନ୍‌ଲକ୍‌ ହେବ । ସେନେଇ କିଛି ବଡ଼ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

ଖବର ଅନୁଯାୟୀ, ଓଡ଼ିଶାରେ ଜୁନ୍‌ ମାସରେ କରୋନା ସଂକ୍ରମଣ ଖସିବାରେ ଲାଗିଛି । ହେଲେ ଏଥିରେ ଉତ୍ସାହିତ ହୋଇ ଢିଲା ହେବାର ସମୟ ଆସିନାହିଁ । ସାମାନ୍ୟ ଅବହେଳା ହିଁ ସାରା ରାଜ୍ୟକୁ ମହଙ୍ଗା ପଡ଼ିବ ବୋଲି ବିଶେଶଜ୍ଞ ମାନେ କହୁଛନ୍ତି । ରାଜ୍ୟରେ ଏବେ ସଂକ୍ରମଣ ହାର କମିବାରେ ଲାଗିଛି । କିନ୍ତୁ କିଛି ଜିଲ୍ଲାରେ ସଂକ୍ରମଣ ହାର ଟିକିଏ ଅଧିକା ରହିଛି । ତେଣୁ ଏହି ସବୁ ଜିଲ୍ଲାର କଟକଣାକୁ ପୁରା କୋହଳ କରିବା ଉଚିତ୍‌ ହେବ ନାହିଁ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ସେହିପରି ଦେଖିବାକୁ ଗଲେ ରାଜ୍ୟରେ ଏବେ ମୃତ୍ୟୁ ସଂଖ୍ୟା ଥମିବାରେ ଲାଗୁନି । ପ୍ରତିଦିନ ମୃତ୍ୟୁ ସଂଖ୍ୟା ୪୦ ଉପରେ ରହୁଛି ମୃତ୍ୟୁ ସଂଖ୍ୟା ।

ତେବେ ୨୧ ଜିଲ୍ଲାରେ ବର୍ତ୍ତମାନ ଟି.ପି.ଆର. ୫ ପ୍ରତିଶତ ତଳେ ଥିବାରୁ ଏସବୁ ଜିଲ୍ଲାରେ ଅନେକ କଟକଣା କୋହଳ କରିପାରନ୍ତି ସରକାର। ଏ- କାଟାଗୋରୀରେ ଆସୁଥିବା ୧୭ ଜିଲ୍ଲା ସହ ଆଉ ୪ ଜିଲ୍ଲାକୁ ସାମିଲ କରି ସେଠି ବସ୍ ଚଳାଚଳ ହେବା ସହ ଦୋକାନ ଖୋଲିବା ଅବଧି ବଢ଼ାଯାଇପାରେ। ହେଲେ କଟକ, ଖୋର୍ଦ୍ଧା, ବାଲେଶ୍ବର, ପୁରୀ ଓ ମୟୁରଭଞ୍ଜ ଭଳି ୫ ଜିଲ୍ଲାରେ ଟି.ପି.ଆର. ୭ ପ୍ରତିଶତ ଉପରେ ଥିବାରୁ ଏସବୁ ଜିଲ୍ଲାରେ ସଂକ୍ରମଣ କମାଇବାକୁ ସରକାରଙ୍କ ସ୍ବତନ୍ତ୍ର ଫୋକସ ରହିପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.