Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

୧ଟା ୩୦ରେ ମୁଖ୍ୟ ଶାସନ ସଚିବଙ୍କ ବଡ଼ ଘୋଷଣା, ଅନଲକ୍‌ ନେଇ ନିଆଯିବ ନିଷ୍ପତ୍ତି !

16/06/2021 at 12:22 PM

ଭୁବନେଶ୍ୱର ୧୬।୦୫: ଆଜି ବଡ଼ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ । ବୁଧବାର ଦିନ ଅପରାହ୍ନ ୧.୩୦ରେ କରୋନା ସ୍ଥିତି ନେଇ କିଛି ବଡ଼ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ରାଜ୍ୟରେ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ଗୁରୁବାର ଶେଷ ହେଉଛି । ତେଣୁ ଆଗକୁ ଲକ୍‌ଡାଉନ୍‌ ରହିବ କି ଅନ୍‌ଲକ୍‌ ହେବ । ସେନେଇ ବଡ଼ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ ।

ଖବର ଅନୁଯାୟୀ, ଓଡ଼ିଶାରେ ଜୁନ୍‌ ମାସରେ କରୋନା ସଂକ୍ରମଣ ଖସିବାରେ ଲାଗିଛି । ହେଲେ ଏଥିରେ ଉତ୍ସାହିତ ହୋଇ ଢିଲା ହେବାର ସମୟ ଆସିନାହିଁ । ସାମାନ୍ୟ ଅବହେଳା ହିଁ ସାରା ରାଜ୍ୟକୁ ମହଙ୍ଗା ପଡ଼ିବ ବୋଲି ବିଶେଶଜ୍ଞ ମାନେ କହୁଛନ୍ତି । ରାଜ୍ୟରେ ଏବେ ସଂକ୍ରମଣ ହାର ୫ ପ୍ରତିଶତ ତଳକୁ ଖସିଛି । ତେଣୁ ରାଜ୍ୟରେ କଟକଣାକୁ କୋହଳ କରିବା ଉଚିତ୍‌ ହେବ ନାହିଁ, ତାହା ଆଜି ଜଣାପଡିବ । ଏପିରିକି ଦେଖିବାକୁ ଗଲେ ରାଜ୍ୟରେ ଏବେ ମୃତ୍ୟୁ ସଂଖ୍ୟା ଥମିବାରେ ଲାଗୁନି । ପ୍ରତିଦିନ ମୃତ୍ୟୁ ସଂଖ୍ୟା ୪୦ ଉପରେ ରହୁଛି ।

ସେହିପରି ରାଜ୍ୟରେ କିଛି ଜିଲ୍ଲାକୁ ଛାଡିଦେଲେ ଅନ୍ୟ ସମସ୍ତ ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ୟା ଦ୍ରୁତ ଗତିରେ କମିବାରେ ଲାଗିଛି । ଖାସ୍‌ କରି ଖୋର୍ଦ୍ଧା, ଯାଜପୁର, କଟକ, ବାଲେଶ୍ୱର ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ଅଧିକ ରହୁଛି । ଏହାଛଡ଼ା ଅନ୍ୟ ସମସ୍ତ ଜିଲ୍ଲାରେ ସଂକ୍ରମଣର ଗ୍ରାଫ୍‌ ଏବେ ତଳମୁହାଁ ହୋଇଛି । ଯାହାକି ଏକ ଆଶ୍ୱସ୍ତିକର ଖବର ବୋଲି ବିଶେଷଜ୍ଞମାନେ କହୁଛନ୍ତି । ଆଗାମୀ ଦିନରେ ସଂକ୍ରମଣର ଗ୍ରାଫ୍‌ ଆହୁରୀ କମିବ ବୋଲି ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି । ରାଜ୍ୟରେ ୧୪ଟି ଜିଲ୍ଲା ଗ୍ରୀନ୍ ଜୋନରେ ଥିବା ବେଳେ ୧୨ଟି ଜିଲ୍ଲା ୟେଲୋ ଜୋନ୍ ରେ ରହିଛି। ସେହିପରି ୪ଟି ଜିଲ୍ଲା ରେଡ୍ ଜୋନରେ ରହିଛି। ତେବେ ଗ୍ରୀନ ଓ ୟେଲୋ ଜୋନରେ ଥିବା ଜିଲ୍ଲା ଗୁଡିକରେ କଟକଣା କୋହଳ ହୋଇପାରେ। ତେବେ ରେଡ୍ ଜୋନରେ ଥିବା ଜିଲ୍ଲା ଗୁଡିକରେ କଟକଣା ରହିବ ବୋଲି ଅନୁମାନ କରାଯାଉଛି।

   Related Posts