Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

କେନ୍ଦୁଝର ଓ ବାରିପଦା କୋଭିଡ-୧୯ ହସ୍ପିଟାଲ୍ ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ

16/04/2020 at 1:34 PM

କେନ୍ଦୁଝର ୧୬।୦୪: କରୋନା ମୁକାବିଲା ପାଇଁ ସ୍ୱତନ୍ତ୍ର କୋଭିଡ-୧୯ ହସ୍ପିଟାଲ୍‌ ପ୍ରତିଷ୍ଠା ଯୋଜନାର ରୂପାୟନ ଜାରି ରଖିଛନ୍ତି ରାଜ୍ୟ ସରକାର । ରାଜ୍ୟର ବିଭିନ୍ନ ସ୍ଥାନରେ ଗୋଟିଏ ପରେ ଗୋଟିଏ  କୋଭିଡ୍‌-୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହେବାରେ ଲାଗିଛି । ରାଜଧାନୀ ଭୁବନେଶ୍ୱର ସମେତ କଟକ ଓ ବିଭିନ୍ନ ଜିଲ୍ଲା ସଦର ମହକୁମାରେ ସ୍ୱତନ୍ତ୍ର କୋଭିଡ-୧୯ ହସ୍ପିଟାଲ୍‌ କାର୍ଯ୍ୟକ୍ଷମ ହେବାରେ ଲାଗିଛି । ଏହି ଅଭିଯାନରେ ଆଜି କେନ୍ଦୁଝର ଏବଂ ବାରିପଦା କୋଭିଡ-୧୯ ହସ୍ପିଟାଲ୍‌ ପରିଦର୍ଶନ କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏବଂ ୫ଟି ସଚିବ ଭି.କେ ପାଣ୍ଡିଆନ୍‌ । ବର୍ତ୍ତମାନ କେନ୍ଦୁଝର ଜିଲ୍ଲାରେ ୨୦୦ଶଯ୍ୟା ବିଶିଷ୍ଟ କୋଭିଡ-୧୯ ହସ୍ପିଟାଲ୍‌ କାର୍ଯ୍ୟ ଚାଲୁରହିଛି  । ଜିଲ୍ଲା ଖଣିଜ ପାଣ୍ଠି ଓ ଉତ୍କଳ ମେଡିକାଲର ସହଯୋଗରେ ଏହି କୋଭିଡ୍‌-୧୯ ହସ୍ପିଟାଲ୍‌ ନିର୍ମାଣ କାର୍ଯ୍ୟ ଚାଲୁରହିଛି । ମେଡିକାଲର ନିର୍ମାଣ କାର୍ଯ୍ୟ ଓ ସ୍ଥିତିକୁ ନେଇ ଆଜି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ 5ଟି ସଚିବ ଭି.କେ ପାଣ୍ଡିଆନ୍‌।

ଉତ୍କଳ ମେଡିକାଲ ଦ୍ୱାରା ଏହି ସ୍ୱତନ୍ତ୍ର କୋଭିଡ-୧୯ ହସ୍ପିଟାଲ୍‌  ପ୍ରତିଷ୍ଠା କରାଯାଉଛି  । ଏବଂ ଜିଲ୍ଲା ଖଣିଜ ପାଣ୍ଠିରୁ ମଧ୍ୟ ଅନୁଦାନ ରହିଛି  | ମୁଖ୍ୟ ଶାସନ ସଚିବ ଏବଂ ୫ଟି ସଚିବ କେନ୍ଦୁଝର ଜିଲ୍ଲା ଗସ୍ତ ସମୟରେ ଜିଲ୍ଲାପାଳ ଆଶିଷ ଠାକୁରଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କ ସହ ପ୍ରସ୍ତୁତି ନେଇ ଆଲୋଚନା କରିଛନ୍ତି । ଏବଂ  ବିଭିନ୍ନ ପ୍ରସଙ୍ଗର ସମୀକ୍ଷା କରିବାବେଳେ ମୁଖ୍ୟ ଶାସନ ସଚିବ ଏବଂ 5 ଟି ସଚିବ ମୁଖ୍ୟତ ତିନୋଟି ପ୍ରମୁଖ କ୍ଷେତ୍ର ଉପରେ ଗୁରୁତ୍ୱାରୋପ କରିଥିଲେ । ଅଭାବୀ ଓ ଅସହାୟ ଲୋକମାନଙ୍କର ଯତ୍ନ ନେବା, MGNREGS କାର୍ଯ୍ୟକୁ ତ୍ୱାରନିତ କରିବା ଏବଂ ବିଫଳତା ବିନା ସମସ୍ତ କାର୍ଯ୍ୟକଳାପରେ ସାମାଜିକ ଦୂରତା ବଜାୟ ରଖିବା ଉପରେ ରାଜ୍ୟ ପ୍ରଶାସନର ଏହି ତୁଙ୍ଗ ଅଧିକାରୀମାନେ ଗୁରୁତ୍ୱ ଦେବା ସହ ଜିଲ୍ଲାରେ ଲକ୍‌ଡାଉନ୍‌ ସ୍ଥିତି ନେଇ ଆଲୋଚନା କରିଛନ୍ତି ।

କେନ୍ଦୁଝର ଜିଲ୍ଲା ଗସ୍ତ ପରେ ବାରିପଦା ସ୍ୱତନ୍ତ୍ର କୋଭିଡ୍‌ ହସ୍ପିଟାଲ୍‌ ପରିଦର୍ଶନ କରିଛନ୍ତି । ମୁଖ୍ୟ ଶାସନ ସଚିବ ଏବଂ ୫ଟି ସଚିବ ବାରିପଦାରେ ନିର୍ମାଣାଧିନ କୋଭିଡ-୧୯ ହସ୍ପିଟାଲ୍‌କୁ ଗସ୍ତ କରି ଭିତ୍ତିଭୂମି ତଥା ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟର ସମୀକ୍ଷା କରିଛନ୍ତି ।  

   Related Posts