Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ଟେରର ଫଣ୍ଡିଂର ହତିଆର ନ ପାଲଟୁ କ୍ରିପ୍ଟୋ କରେନ୍ସି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗୁରୁତ୍ଵପୂର୍ଣ୍ଣ ବୈଠକ

13/11/2021 at 9:48 PM

ନୂଆଦିଲ୍ଲୀ ୧୩।୧୧ : ଦିନକୁ ଦିନ କ୍ରିପ୍ଟୋ କରେନ୍ସି ପ୍ରତି ଯୁବ ପିଢିର ଆକର୍ଷଣ ବଢିବାରେ ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଶନିବାର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ହୋଇଛି। ଏହି ବୈଠକରେ କ୍ରିପ୍ଟୋ କରେନ୍ସି ଓ ଏହା ସଂପର୍କିତ ପ୍ରସଙ୍ଗରେ ଗମ୍ଭୀର ଆଲୋଚନା କରାଯାଇଛି। ସରକାରୀ ସୂତ୍ର ଅନୁଯାୟୀ, ଯୁବ ବର୍ଗଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଏବଂ ଅର୍ଥ ଲୋଭ ଦେଇ ଯେମିତି ଅର୍ଥ ବାଟମାରଣା କରାନଯାଏ ତା ଉପରେ ବୈଠକରେ ଆଲୋଚନା ହୋଇଛି। ବୈଠକରେ ଏହା ସ୍ଥିର ହୋଇଛି ଯେ, କ୍ରିପ୍ଟୋ କରେନ୍ସିକୁ ନେଇ ସରକାର  ବିଶେଷଜ୍ଞ ଏବଂ  ଷ୍ଟେକ୍ ହୋଲର୍ଡ୍ସଙ୍କ ସହ କ୍ରମାଗତ ଆଲୋଚନା ଜାରି ରଖିବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହା ଉପରେ ଆଲୋଚନା କରାଯାଇଛି ଯେ, ଅସ୍ଥାୟୀ କ୍ରିପ୍ଟୋ ମାର୍କେଟ୍‌କୁ ମନି ଲଣ୍ଡ୍ରିଂ ଓ ଟେରର ଫଣ୍ଡିଂର ହତିଆର ହେବାକୁ ଦିଆଯିବ ନାହିଁ। ଏହି ଦିଗରେ ଉନ୍ନତ ପ୍ରୟାସ କରିବା ପାଇଁ ଠୋସ୍ ରଣନୀତି କରାଯାଇଛି। କ୍ରିପ୍ଟୋ କରେନ୍ସିର ଦୁରୁପଯୋଗ ଉପରେ ସରକାର ଚିନ୍ତା ପ୍ରକଟ୍ କରି ଏହାର ମୁକାବିଲା ପାଇଁ ଉପାୟ ବିଷୟରେ ଆଲୋଚନା କରିଛନ୍ତି।

ବୈଠକରେ ଲୋଭନୀୟ ବିଜ୍ଞାପନ ଜରିଆରେ ଯୁବ ବର୍ଗଙ୍କ ଭ୍ରମିତ କରିବା ପାଇଁ ହେଉଥିବା ଉଦ୍ୟମକୁ ରୋକିବା ପାଇଁ ଆଲୋଚନା ହୋଇଛି। ସରକାର ଅବଗତ ଅଛନ୍ତି ଯେ, କ୍ରିପ୍ଟୋ କରେନ୍ସି ଏକ ବିକଶିତ ଜ୍ଞାନ କୌଶଳ, ଏଥିପାଇଁ ଏହା ଉପରେ କଡା ନଜର ରଖାଯିବ ଏବଂ ଯଥା ସମ୍ଭବ ସକ୍ରିୟ ପଦକ୍ଷେପ ନିଆଯିବ।

   Related Posts